ଜଙ୍ଗଲ ଘେରା ଅଞ୍ଚଳରେ ରନ୍ଧାଖାଦ୍ୟ ବଣ୍ଟନ

କେସିଙ୍ଗା,୨ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମହଗାଁର ସମାଜସେବୀଙ୍କ ଦ୍ୱାରା ଜଙ୍ଗଲ ଘେରା ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କୋରନା ଭୂତାଣରୁ ସୁରକ୍ଷା ଓ ସଚେତନତା ପାଇଁ ୪ଟି ବ୍ଲକର ୧୩୯ ଗ୍ରାମରେ ରନ୍ଧାଖାଦ୍ୟ ସହ ଡେଟଲ, ଲାଇଫ୍‌ବୟ ସାବୁନ୍‌, ବିସ୍କୁଟ ଆଦି ମାଗଣାରେ ବଣ୍ଟନ କରାଯାଉଛି। ଏଥି ସହିତ କରୋନା ପ୍ରତିରୋଧ ପାଇଁ ୫୦ହଜାର ଲିଫ୍ଟ ଲେଟ୍‌ ଘରେ ଘରେ ବଣ୍ଟା ଯାଉଛି। କଳାହାଣ୍ଡି ଜିଲାର କେସିଙ୍ଗା, କର୍ଲାମୁଣ୍ଡା, ଏମ୍‌.ରାମପୁର ଓ ନର୍ଲା ବ୍ଲକର ସମସ୍ତ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ଅନ୍ୟ ସମାଜସେବୀମାନେ ପ୍ରତ୍ୟେକ ଗ୍ରାମକୁ ଯାଇ ୨୧ ତାରିଖରୁ ନିରନ୍ତର ଭାବେ ଏହି ସେବା ଯୋଗାଇ ଆସୁଛନ୍ତି।