ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ କରି ପରିବାର ପୋଷଣ କରୁଥିଲେ। ଏହି ଜଙ୍ଗଲ କିସମ ଜମିକୁ ଚହୁ ବର୍ଷ ଧରି ହାବୁ ନନ୍ଦ ଦଖଲ କରି ସ୍ଥାନୀୟ ଚାଷୀଙ୍କୁ ଭାଗ ଦେଉଥିଲେ। ପରେ ଏହି ଜମିକୁ ହାବୁ ସ୍ଥାନୀୟ ଅଞ୍ଚଳର ଶିଶିର ରାଉତଙ୍କୁ ହସ୍ତାନ୍ତର କରିଥିଲେ। ହେଲେ ଶିଶିର ଭାଗ ଚାଷୀଙ୍କୁ ଚଳିତ ବର୍ଷ ଧାନ ଦେବା ପାଇଁ କହିଥିଲେ। ହାବୁଙ୍କଠାରୁ ଆମେ ଜମି ଚାଷ କରିବା ପାଇଁ ନେଇଛୁ। ତେବେ ହାବୁ ଜମି ପାଖକୁ ଆସି ତୁମକୁ ଧାନ ଫସଲ ଦେବୁ ବୋଲି କହିଥିଲେ। ହେଲେ ହାବୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍‌ ନ ଥିବାରୁ କୋଲକାତାରେ ଚିକିତ୍ସିତ ହେଉଛନ୍ତି।
ଏହି ଘଟଣକୁ ନେଇ ୨୦୨୫ ଡିସେମ୍ବର ୧୯ା୨୦ ଓ ୨୧ ତାରିଖରେ ଚାଷୀ ଧାନ କାଟୁଥିବା ବେଳେ ଶିଶିର କେନ୍ଦ୍ରାପଡ଼ା ଉପ ଜିଲାପାଳଙ୍କ ସତନ୍ତ୍ର ନିର୍ଦ୍ଦେଶନାମା ମହାକାଳପଡ଼ା ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ମହାକାଳପଡ଼ା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ, ଏକ ପ୍ଲାଟୁନ ଫୋର୍ସ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ୨ ଶହ ଧାନ ବସ୍ତା ଜବତ କରି ତହସିଲ ଅଫିସ ଗୋଦାମ ଗୃହରେ ଗଚ୍ଛିତ ରଖିଥିଲେ। ପରେ ତହସିଲ ଅଫିସ ପକ୍ଷରୁ ଉକ୍ତ ଜବତ ଧାନର ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ। ବୁଧବାର ପୂର୍ବାହ୍ନ ୧୧ ଟାରେ ନିଲାମ ପ୍ରକ୍ରିୟା ଧାର୍ଯ୍ୟ ହୋଇଥିଲା। ତେବେ ଏହି ନିଲାମ ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ପେଟଛେଲା ମୌଜାର ଅଦୈତ୍ୟ ମଣ୍ଡଳଙ୍କ ସମେତ ଅନ୍ୟାନ୍ୟ ୨୦ ଜଣ ଭାଗ ଚାଷୀ ଓଡ଼ିଶା ହାଇକୋର୍ଟରେ ରିଟ ପିଟିଶନ ପଞ୍ଜୀକୃତ ନମ୍ବର ୩୬୯୩/୨୦୨୬ ଦାଖଲ କରି ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଉକ୍ତ ରିଟ୍‌ ପିଟିଶନକୁ ଗ୍ରହଣ କରି ନିଲାମରେ ରୋକ୍‌ ଲଗାଇବା ସହ ଚଳିତ ମାସ ୨୫ ତାରିଖରେ ପରବର୍ତ୍ତୀ ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟ କେନ୍ଦ୍ରାପଡ଼ା ସବ୍‌ଡିଭିଜିନାଲ ମାଜିଷ୍ଟ୍ରେଟ, ତହସିଲଦାର ମହାକାଳପଡ଼ା ଓ ଶିଶିର ରାଉତଙ୍କୁ ସତନ୍ତ୍ର ନୋଟିସ ଜାରି କରିଛନ୍ତି ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
ଏ ସଂକ୍ରାନ୍ତରେ ମହାକାଳପଡ଼ା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବରାରୁ ଜବତ ଧାନ ଫସଲ ନିଲାମ ପ୍ରକ୍ରିୟା ନୋଟିସ ବୁଧବାର କରାଯାଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ସତନ୍ତ୍ର ନିର୍ଦ୍ଦେଶନାମା ପହଞ୍ଚିଲା ପରେ ନିଲାମ ପ୍ରକ୍ରିୟା ବନ୍ଦ କରାଯାଇଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ମମିତା: ମିଳିବ ଏତିକି ଟଙ୍କା

କୋରାପୁଟ,୫।୨(ଅମିତାଭ ବେହେରା): ମାଓବାଦୀ ଏସିଏମ କ୍ୟାଡର ମମତା ପଡିଆମି ଓରଫ ମମିତା (୨୬)ଏସଏଲଆର ସହିତ ଗୁରୁବାର କୋରାପୁଟ ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ନିକଟରେ ଆତ୍ମ…

ଏବେ ବି ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଭବିଷ୍ୟତରେ ଏହାକୁ ବ୍ୟବହାର କରିବା କଷ୍ଟକର ହୋଇଯିବ। ନଭେମ୍ବର ୨୦୧୬ରେ ସରକାର…

ଡାଉନ ହେଲା Instagram, ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୫।୨: ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଡାଉନ୍ । ହଜାର ହଜାର ୟୁଜର୍ସ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଥିଲେ । ବୁଧବାର ସକାଳେ,…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ଦାରିଙ୍ଗବାଡିରେ ପ୍ରଥମଥର ପାଇଁ ସ୍କାଉଟସ-ଗାଇଡ଼ସ ପ୍ରତିଯୋଗିତା: ପଞ୍ଜିକରଣ ଆରମ୍ଭ

ଦାରିଙ୍ଗବାଡି,୫।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡ଼ସର ପ୍ରଥମଥର ପାଇଁ…

ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ: ପୁନର୍ଗଠନ, ପଦୋନ୍ନତି ମିଳିବାରେ ବିଳମ୍ବ

ଭବାନୀପାଟଣା,୫ା୨(ଉତ୍ତମ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ନିମନ୍ତେ ଗତ କିଛିବର୍ଷ ହେଲା ସମସ୍ତ ବିଭାଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri