ଜଙ୍ଗଲରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ

ପାଟଣା ,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଜାମୁନାଳିଆ ଗ୍ରାମ ନିକଟ ଏକ ଜଙ୍ଗଲରୁ ଶନିବାର ସକାଳେ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଠାବ ହୋଇଛି। ସେ ହେଲେ ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ମାହାକୁଡ଼(୮୦)।
ପ୍ରକାଶ ଯେ, ଶନିବାର ସକାଳେ ଗାଁଲୋକେ ଜଙ୍ଗଲକୁ ଯାଇଥିବା ବେଳେ କୃଷ୍ଣଚନ୍ଦ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ସେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନ ଥିବା ଜଣାପଡ଼ିଛି।