ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବାରିପଦା ଅଫିସ,୭ା୧୦- ମୟୂରଭଞ୍ଜ ଜିଲା ରରଁୁଆ ଥାନା ଅଧୀନ ସିଙ୍ଗଡ଼ା ଜଙ୍ଗଲରୁ ରବିବାର ଜଣେ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛନ୍ତି। ଶିଶୁ କନ୍ୟା କରଞ୍ଜିଆ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହିଛି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ସିଙ୍ଗଡ଼ା ଜଙ୍ଗଲରେ ଶିଶୁ କାନ୍ଦିବା ଶବ୍ଦ ଶୁଭିଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ଶିଶୁକନ୍ୟା ୩ରୁ ୪ ଦିନର ହୋଇଥିବା ଜଣାପଡିଛି।