ଜଙ୍କ୍‌ଫୁଡ୍‌ରେ ସୋନମ୍‌ଙ୍କ ପ୍ରିୟ ଗୁପ୍‌ଚୁପ୍‌

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ଫିଟ୍‌ ରହିବାକୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ବିଶେଷକରି ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରୁହନ୍ତି ଅଭିନେତ୍ରୀମାନେ। ମାତ୍ର ଏବେ ବଲିଉଡ୍‌ ଫ୍ୟାଶନ୍‌ ଡିଭା ତଥା ସୁପରଫିଟ୍‌ ସୋନମ୍‌ କପୁର ଭାରତରେ ମିଳୁଥିବା ଜଙ୍କ୍‌ଫୁଡ୍‌ ସବୁଠାରୁ ଭଲ ବୋଲି କହିଛନ୍ତି। ଏପରିକି ସେ ଗୁପ୍‌ଚୁପ୍‌ ଖାଇବାକୁ ଭଲ ପାଉଥିବା କହିଛନ୍ତି।

ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ, ତେବେ ବିବାହ ପରେ ସୋନମ୍‌ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଅଧିକ ସମୟ ବିତାଉଛନ୍ତି। ଆଗାମୀ ଦିନରେ ତାଙ୍କ ଅଭିନୀତ ଫିଲ୍ମ ‘ଜୋୟା ଫ୍ୟାକ୍ଟର’ ରିଲିଜ୍‌ ହେବ। ଏଥିରେ ସଲ୍‌ମାନ ଓ ସଞ୍ଜୟ କପୁର ମଧ୍ୟ କାମ କରୁଛନ୍ତି। ଏହା ସେପ୍ଟେମ୍ବର ୨୦ରେ ପରଦାକୁ ଆସିବ।

Share