ଜଗନ୍ନାଥ ମନ୍ଦିରରେ ବିଜେ ହେଲେ ପଟିଦିଅଁ

ବାଲେଶ୍ୱର ଅଫିସ, ୬।୬- ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରା ପଟିଦିଅଁ ଅଙ୍କନ ଉତ୍ସବ ବାଲେଶ୍ୱର ଜିଲା ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ସ୍ନାନପୂର୍ଣ୍ଣିମା ଶେଷ ହୋଇଛି। ବାଲେଶ୍ୱରୀ କଳାକେନ୍ଦ୍ର ଓ ନୋସି ଇମ୍ଫ୍ରାର ମିଳିତ ଆନୁକୂଲ୍ୟରେ ୬ଷ୍ଠ ପଟିଦିଅଁ ଅଙ୍କନ ଉତ୍ସବ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଆବାହକ ଶିଳ୍ପୀ କେଶୁ ଦାସ ପୌରୋହିତ୍ୟରେ ନୀଳଗିରି, ଶାସଙ୍ଗ, ବାଣ୍ଠିଆ, ଜୟଦେବକସବା, ଦୁବଲାଗଡ଼ି ଓ ମଙ୍ଗଳପୁର ଜଗନ୍ନାଥ ମନ୍ଦିରରେ ଅନନ୍ତ ବାସୁଦେବ, ଭୁବନେଶ୍ୱରୀ ଓ ଅନନ୍ତ ନାରାୟଣଙ୍କ ପଟିଦିଅଁ କରାଯାଇଥିଲା। ମଙ୍ଗଳପୁର ଜଗନ୍ନାଥ ମନ୍ଦିରରେ ଚିତ୍ରକର ପ୍ରୀତମ ନାୟକ, ଅରୁଣ ବାରିକ, ପ୍ରବୀର ପାତ୍ର, ଗୋପାଳ ପରିଡ଼ା, ହିମାଂଶୁ ବଇଠା, ଆଦିତ୍ୟ ଉପାଧ୍ୟାୟ, ଦୀନକୃଷ୍ଣ ଦାସ, ଅଙ୍କିତ ଦାସ ପ୍ରମୁଖ ଯୋଗଦେଇ ଚିତ୍ର ଅଙ୍କନ କରିଥିଲେ। ଲକ୍‌ଡାଉନ୍‌ରେ ସରକାରୀ ନିୟମକୁ ପାଳନ କରାଯାଇ କାର୍ଯ୍ୟକ୍ରମ କରାଯାଇଥିଲା। ୬ଟି ମନ୍ଦିରରୁ ପୂଜକମାନେ ଆଜ୍ଞାମାଳ ନେଇ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚତ୍ ତିନି ପଟିଦିଅଁଙ୍କୁ ନିଜ ନିଜ ମନ୍ଦିରକୁ ବିଜେ କରାଇଥିଲେ। ମନ୍ଦିର ପୂଜକ ସହ ପ୍ରବୀର କମିଳା, ମନୋରଞ୍ଜନ ସାହୁ, ଅଭିମନ୍ୟୁ ସାହୁ, ଜିତାମିତ୍ର ଦାସ, ସମରେନ୍ଦ୍ର ମହାପାତ୍ର, କନକଲତା ଦାସ, ପୂଜା ରାଉଳ, ନିରଞ୍ଜନ ସାହୁ, ସଞ୍ଜୁଲତା ସାହୁ, ରାଜଶ୍ରୀ ସାହୁ ଓ ସଞ୍ଜୁକ୍ତା ଭୁକ୍ତା ପ୍ରମୁଖ ଯୋଗଦେଇଥିଲେ।