ଜଗତ୍‌ସିଂହପୁର କ୍ୟାଡର ପିପିଙ୍କୁ ସମ୍ବର୍ଦ୍ଧନା

ଜଗତ୍‌ସିଂହପୁର ଅଫିସ,୯ା୧୨: ଓଡ଼ିଶା କ୍ରାଇମବ୍ରାଞ୍ଚ ତରଫରୁ ଜଗତ୍‌ସିଂହପୁର କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର (ପିପି) ନଳିନୀକାନ୍ତ ମହାରଣାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମାମଲା ପରିଚାଳନାରେ ସାମଗ୍ରୀକ ସଫଳତା ଓ ଦଣ୍ଡବିଧାନ ହାରକୁ ନେଇ ମହାରଣାଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ ସମ୍ମାନିତ କରିଛନ୍ତି। କଟକସ୍ଥିତ ଓଡ଼ିଶା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପିପିମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ଜିଲାରରୁ ପିପି, ସ୍ପେଶାଲ ପିପି, ଅତିରିକ୍ତ ପିପିମାନେ ଯୋଗ ଦେଇଥିଲେ। ଏଥିରେ ଅପରାଧ ସମ୍ବନ୍ଧୀୟ ବିଭିନ୍ନ ଆଇନରେ ସଂଶୋଧନ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରାଯାଇଥିଲା। କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ଉପାଧ୍ୟାୟ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଯେଉଁ ପିପିମାନଙ୍କ ଦଣ୍ଡହାର ଅଧିକ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।