Posted inରାଜ୍ୟ

ଜଗତ୍‌ସିଂହପୁରରେ ମଧ୍ୟାହ୍ନଭୋଜନ ଚାଉଳ କେଳେଙ୍କାରୀ ମାମଲା: ଚାଉଳ, ଅଖାରେ ୧.୩୨ କୋଟି ଚଳୁ

ଜଗତ୍‌ସିଂହପୁର ଅଫିସ, ୧୩।୭: ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ (ଏମ୍‌ଡିଏମ୍‌) କେଳେଙ୍କାରୀକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଜିଲାର ଜଗତ୍‌ସିଂହପୁର, ବାଲିକୁଦା, ବିରିଡ଼ି, ନାଉଗାଁ ଓ ରଘୁନାଥପୁର ବ୍ଲକ ଅଞ୍ଚଳରେ ଥିବା ଶତାଧିକ ବିଦ୍ୟାଳୟରେ ପାଖାପାଖି ୬୧ ଲକ୍ଷ ଟଙ୍କାର ଚାଉଳ ଅନିୟମିତତା ହୋଇଥିବା ଖବର ‘ଧରିତ୍ରୀ’ରେ ଗତ ୩ ତାରିଖରେ ପ୍ରକାଶ ପାଇଥିଲା। କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଚାଉଳ ଅନିୟମିତତା ପରି ଅଖା, ଏମ୍‌ଡିଏମ୍‌ ମେଳା, ରୋଷେୟାଙ୍କ ତାଲିମ ଆଦିରେ ପାଖାପାଖି ଆହୁରି ୭୧ ଲକ୍ଷ ଟଙ୍କା ଏହିପରି ମୋଟ ୧.୩୨ କୋଟି ଟଙ୍କା ଅନିୟମିତତା ହୋଇଥିବା ଜଣାପଡ଼ିଛି। ଏସବୁ ରାଶି ତୁରନ୍ତ ଫେରସ୍ତ ଓ ୟୁସି ଆଦି ଦାଖଲ ପାଇଁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରତିଭା ମଞ୍ଜରୀ ଦାସ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ ସମେତ ୫ଟି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଓ ପରିବହନ ସଂସ୍ଥାକୁ ଚିଠି କରିଛନ୍ତି। କିନ୍ତୁ ଅଦ୍ୟାବଧି କୌଣସି ବିଦ୍ୟାଳୟ ଫେରାଇବାକୁ ଥିବା ଚାଉଳ ମୂଲ୍ୟ ଏମ୍‌ଡିଏମ୍‌ ଆକାଉଣ୍ଟରେ ଜମା କରି ନ ଥିବା କୁହାଯାଉଛି। ଧାର୍ଯ୍ୟ ସମୟରେ ଅର୍ଥ ଫେରସ୍ତ ହୋଇ ନ ଥିବାରୁ ଡିଇଓ ଗତ ୧୦ ତାରିଖରେ ପୁଣିଥରେ ୫ ବ୍ଲକର ବିଇଓ ଓ ପରିବହନ ସଂସ୍ଥାକୁ ରିମାଣ୍ଡର ପଠାଇଛନ୍ତି। କାହିଁକି ଧାର୍ଯ୍ୟ ସମୟରେ ଟଙ୍କା ଫେରାଇଲେ ନାହିଁ ବୋଲି ପ୍ରଶ୍ନ କରିବା ସହ ଏହା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ଦାସ କହିଛନ୍ତି, ଜୁନ୍‌ ୨୫ ସୁଦ୍ଧା ଅର୍ଥରାଶି ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେମାନେ ଏହି ରାଶି ପୈଠ କରିନାହାନ୍ତା। ତେଣୁ ସେମାନଙ୍କ ନିକଟକୁ ରିମାଣ୍ଡର ପଠାଯାଇଛି। ଏହା ସତ୍ତ୍ୱେ ଯଦି ପରିବହନ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅର୍ଥ ପୈଠ ନ କରନ୍ତି ଆଗାମୀ ଦିଗରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଖା ସମ୍ପର୍କରେ କହିଛନ୍ତି, ୫ଟି ବ୍ଲକର ହିସାବ ଆସିଛି। ଅବଶିଷ୍ଟ ୩ଟି ବ୍ଲକରେ ତଦନ୍ତ ଚାଲିଛି। ଏହି ୩ ବ୍ଲକରେ ମଧ୍ୟ ଅଖା ଟଙ୍କା ଆତ୍ମସାତ ହୋଇଥିବା ଆଭାଷ ମିଳିଛି। ତଦନ୍ତ ପରେ ଏହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri