ନୂଆଦିଲ୍ଲୀ,୨୬-୬: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଓଡ଼ିଶାର ଜଗତସିଂହପୁରରେ ଏକ ପ୍ଲାଷ୍ଟିକ ପାର୍କ ସ୍ଥାପନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟାନ୍ବୟନ,ପରିବେଶ ମଞ୍ଜୁରୀ ସମେତ ଅନ୍ୟ ଆବଶ୍ୟକୀୟ ପ୍ରସଙ୍ଗ ଉପରେ ରାଜ୍ୟ ସରକାରଗୁଡିକ ସମସ୍ତ ବୈଧାନିକ ଅନୁମୋଦନ ଦାୟିତ୍ୱରେ ରହିବେ। ମଙ୍ଗଳବାର ଲୋକସଭାରେ ଏକ ଲିଖିତ ଉତ୍ତର ଯୋଗେ କେନ୍ଦ୍ର ସାର ଏବଂ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା ଏହି ସୂଚନା ଦେଇଛନ୍ତି। ଜଗତ୍ସିଂହପୁର ବାଦ ପ୍ରାଥମିକ ପର୍ଯ୍ୟାୟରେ ଦେଶର ଅନ୍ୟ ୩ ସ୍ଥାନରେ ଏଭଳି ପାର୍କ ସ୍ଥାପନ ନେଇ ଯୋଜନା ଧାର୍ଯ୍ୟ ହୋଇଥିବା ଗୌଡା କହିଛନ୍ତି। ଏହି ସ୍ଥାନଗୁଡିକ ମଧ୍ୟରେ ଆସାମର ତିନସୁକିଆ ଜିଲା, ମଧ୍ୟପ୍ରଦେଶର ରାଇସେନ ଏବଂ ତାମିଲନାଡୁର ଥିରୁଭଲୁର ରହିଛି।
ଦେଶ ମଧ୍ୟରେ ଥିବା ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ପ୍ରକ୍ରିୟାକରଣ ଶିଳ୍ପର ଭାଲ୍ୟୁ ସଂଯୋଗୀକରଣ, ପଲିମର ବ୍ୟବହାର କ୍ଷମତା ବୃଦ୍ଧି ଏବଂ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପ ସଂସ୍ଥାଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା ଗୌଡା କହିଛନ୍ତି। ସେହିଭଳି ଉକ୍ତ କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଏବଂ ଉନ୍ନତୀକରଣ ପଦକ୍ଷେପ, ଉତ୍ପାଦନ କ୍ଷମତା , ନିବେଶ ବୃଦ୍ଧି ନେଇ ପଦକ୍ଷେପ, ଭିତ୍ତିଭୂମିରେ ଉନ୍ନତୀକରଣ ଏବଂ ରପ୍ତାନୀ ତ୍ୱରାନ୍ବିତ ଲାଗି ଭାଲ୍ୟୁ ସଂଯୋଗକରଣ ସହ ଅନ୍ୟାନ୍ୟ ସୁବିଧା ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ଗୌଡା ସ୍ପଷ୍ଟ କରିଛନ୍ତି। ଏହାବାଦ ବର୍ଯ୍ୟବସ୍ତୁ ପରିଚାଳନା ଏବଂ କ୍ଲଷ୍ଟର ଉନ୍ନତୀକରଣ ଲାଗି ପଦକ୍ଷେପ ସହ ପରିବେଶ ଉପଯୋଗୀ ଅଭିବୃଦ୍ଧି ଦିଗରେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାଣା, ଗୁଜରାଟ, ଛତିଶଗଡ, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ମଣିପୁର, ଜମ୍ମୁ-କଶ୍ମୀର ଏବଂ ରାଜସ୍ଥାନଠାରେ ଏହି ପାର୍କ ସ୍ଥାପନ ପାଇଁ ପ୍ରସ୍ତାବ ମିଳିଥିଲା। ଆବଶ୍ୟକୀୟ ଯୋଗ୍ୟତା ଏବଂ ଡିପିଆର୍ଏସ୍ ସମାପ୍ତି ଆଧାରରେ ଝାଡଖଣ୍ଡର ଦେଓଘର ଏବଂ ମଧ୍ୟପ୍ରଦେଶର ବିଲାଉଆଠାରେ ୨୦୧୮-୧୯ରେ ଦୁଇଟି ପ୍ଲାଷ୍ଟିକ ପାର୍କ ସ୍ଥାପନ ନେଇ ଚୂଡାନ୍ତ ମଞ୍ଜୁରୀ ଦିଆଯାଇଥିଲା।
ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…
ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…
କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ
ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…
ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ
ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…
ଅପେକ୍ଷାର ଅନ୍ତ! ରୟାଲ ଏନ୍ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍, ଜବରଦସ୍ତ ଫିଚର ସହ ମୂଲ୍ୟ…
ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…
ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍
ନୂଆଦିଲ୍ଲୀ,୯।୪: ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…
ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍, ଜାଣନ୍ତୁ ପୂରା ବିବରଣୀ
ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…
ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ
ପ୍ର- ଅର୍ଗାନିକ୍ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…
ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ…
ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…
Archives

