ଛିଡ଼ା ହୋଇଥିବା ଟ୍ରକ୍‌କୁ ସାମ୍ନାରୁ ପିଟିଲା ଟ୍ରକ୍‌

ଭବାନୀପାଟଣା,୨୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା-ଜୁନାଗଡ଼ ଜାତୀୟ ରାଜପଥ ନଂ.୨୬ ରିଷିଗାଁ ରିଲାଏନ୍ସ ପେଟ୍ରୋଲପମ୍ଫ ନିକଟରେ ଶନିବାର ଦୁର୍ଘଟଣା ଘଟିଛି। ଏକ ୟୁକାଲିପଟାସ୍‌ ବୋଝେଇ ଟ୍ରକ ରାସ୍ତା କଡରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ଏକ ମାଲ ବୋଝେଇ ଟ୍ରକ୍‌ ତାକୁ ସାମ୍ନାରୁ ଧକ୍କା ଦେଇଥିଲା। ଏଥିରେ ଉଭୟ ଗାଡିର ଡ୍ରାଇଭର ଆହତ ହୋଇଛନ୍ତି। ଖବର ପାଇ ସଦରଥାନା ପୋଲିସ ପହଞ୍ଚି ଉଭୟ ଡ୍ରାଇଭରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲା। ତେବେ ୟୁକାଲିପଟାସ ବୋଝେଇ ଗାଡି ଡ୍ରାଇଭର ମେଡିକାଲରୁ ଫେରାର ଥିବା ଜଣାପଡ଼ିଛି।