ଛାତ୍ରୀଛାତ୍ରଙ୍କ ସାଥିରେ ମଧ୍ୟାହ୍ନଭୋଜନ କଲେ ଜିଲାପାଳ

ବରଗଡ଼ ଅଫିସ,୧୧।୨: ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମଙ୍ଗଳବାର ଭଟଲି ବ୍ଲକ ଅନ୍ତର୍ଗତ ଦେଉଲତୁଣ୍ଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଚାନକ ପରିଦର୍ଶନରେ ଯାଇଥିଲେ। ସେଠାରେ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କୁ ଭେଟି ପାଠପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ। ଏହା ସହିତ ଛାତ୍ରୀଛାତ୍ରଙ୍କ ସାଥିରେ ମଧ୍ୟାହ୍ନ ଭୋଜନ ଖାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ସେହିପରି ଉକ୍ତ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଏବଂ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ଜିଲାପାଳ ପରିଦର୍ଶନ କରିଛନ୍ତି।