ଛାତ୍ରୀଙ୍କ ଆତ୍ମହତ୍ୟା

ରୂପସା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାଉଡି ଗ୍ରାମର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଗତ ୮ ତାରିଖ ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ସେ ରଶି ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ଫାଣ୍ଡି ଅଧିକାରୀ ଡି.ଏନ. ସିଂ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୫/୨୦) ରୁଜୁ କରି ସୋମବାର ମୃତଦେହ ବ୍ୟବଚ୍ଛେଦ କରାଇଛି।