Categories: ଜାତୀୟ

ଛାତ୍ରଙ୍କୁ ୧.୪୫ କୋଟି ଟଙ୍କାର ଚାକିରି ଅଫର୍‌ ଦେଲା ଫେସବୁକ୍‌

ନୂଆଦିଲ୍ଲୀ,୬।୧୧: ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇନଫରମେଶନ୍‌ ଟେକ୍ନୋଲୋଜି(ଆଇଆଇଆଇଟି)ର ଜଣେ ଛାତ୍ରଙ୍କୁ ଫେସବୁକ ୧.୪୫ କୋଟି ଟଙ୍କାର ଚାକିରି ଅଫର ଦେଇଛି। ଏହି ଇନ୍‌ଷ୍ଟିଚ୍ୟୁଟରେ ଏହା ସର୍ବାଧିକ ପ୍ୟାକେଜ୍‌ ବୋଲି ଜଣାପଡିଛି। ଏହାଛଡା ଏହି କଲେଜର ଦୁଇ ଛାତ୍ରଙ୍କୁ ଯଥାକ୍ରମେ ୪୩ ଏବଂ ୩୩ ଲକ୍ଷ ଟଙ୍କା ପ୍ୟାକେଜରେ ନିଆଯାଇଛି। ଏହି ଇନ୍‌ଷ୍ଟିଚ୍ୟୁଟରେ ୨୦୨୦ରେ ଗ୍ରାଜୁଏଶନ ଶେଷ କରିବାକୁ ଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୧୦ ଜଣଙ୍କୁ ଏପର୍ଯ୍ୟନ୍ତ ଚାକିରି ଅଫର୍‌ ମିଳିସାରିଲାଣି। ସେହିପରି ୨୫୨ଜଣ ଛାତ୍ରୀଛାତ୍ର ଇଣ୍ଟର୍ନଶିପ୍‌ ପାଇଁ ମନୋନୀତ ହୋଇଛନ୍ତି।

Share