ଛାଡପତ୍ର ପରେ ଭାଙ୍ଗିନି ଏହି ବଲିଉଡ ଯୋଡିଙ୍କ ସମ୍ପର୍କ

ସାଧାରଣତଃ ଛାଡପତ୍ର ପରେ ସ୍ବାମୀ-ସ୍ତ୍ରୀ କୌଣସି ସମ୍ପର୍କ ରଖନ୍ତି ନାହିଁ। କିନ୍ତୁ ବଲିଉଡର ୫ଟି ଆଗଧାଡିର କଳାକାର ବ୍ୟକ୍ତିଗତ ଜୀବନରେ ଛାଡପତ୍ର ନେଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଦୃଢ ରହିଛି।
ଅମିର ଖାନ୍‌-ରୀନା ଦତ୍ତ
ବଲିଉଡ ଅଭିନେତା ଅମିର ଖାନ୍‌ ରୀନା ଦତ୍ତଙ୍କୁ ୧୯୮୬ରେ ବିବାହ କରିଥିଲେ। ୧୬ ବର୍ଷ ବୈବାହିକ ଜୀବନ ବତାଇବା ପରେ ଉଭୟ ତଲାକ୍‌ ନେଇଥିଲେ। ଦୁହିଁଙ୍କ ୨ ସନ୍ତାନ ମଧ୍ୟ ଅଛି। ଅମିର କିରନ ରାଓଙ୍କୁ ଦ୍ୱିତୀୟ ବିବାହ କରିବା ପରେ ମଧ୍ୟ ଅମିର ଏବଂ ରୀନାଙ୍କ ସମ୍ପର୍କ ମଜବୁତ୍‌ ଅଛି। ଅମିରଙ୍କ ପାର୍ଟି ରୀନା ଦତ୍ତଙ୍କୁ ଦେଖିବାକୁ ମିଳେ।

ସୁଜୈନ ଖାନ୍‌-ଋତିକ ରୋଶନ
ଋତିକ୍‌ ରୋଶନ ଏବଂ ସୁଜୈନ ଖାନ୍‌ଙ୍କ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ଥାଏ। ଉଭୟ ୧୪ ବର୍ଷ ଏକାଠି ରହିବା ପରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାସତ୍ତ୍ୱେ ସୁଜୈନ ଋତିକ ଏବଂ ଦୁଇ ସନ୍ତାନଙ୍କ ସହ ନଜର ଆସନ୍ତି।

ପୂଜା ଭଟ୍ଟ-ମନୀଷ ମଖିଜା
ପୂଜା ଭଟ୍ଟ-ମନୀଷ ମଖିଜା ୨୦୦୩ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହର ୧୧ବର୍ଷ ପରେ ଉଭୟ ଛାଡପତ୍ର ନେଇଥିଲେ। କିନ୍ତୁ ଏବେ ବି ଉଭୟଙ୍କ ମଧ୍ୟରେ ବନ୍ଧୁତା ରହିଛି।

କଲକି କୋଚଲିନ୍‌-ଅନୁରାଗ କଶ୍ୟପ
ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଅଭିନେତ୍ରୀ କଲକି କୋଚଲିନ୍‌ଙ୍କୁ ୨୦୧୧ରେ ବିବାହ କରିଥିଲେ। ୫ ବର୍ଷର ବୈବାହିକ ଜୀବନ ପରେ ଉଭୟ ୨୦୧୫ରେ ଛାଡପତ୍ର ନେଇଥିଲେ। ତଥାପି ଉଭୟଙ୍କ ସମ୍ପର୍କ ପୂର୍ବଭଳି ମଜବୁତ୍‌ ରହିଛି।

Share