ଛୋଟାଙ୍କ କୋଟିଏ ଟଙ୍କାର ଘର ଉଚ୍ଛେଦ କଲା ପ୍ରଶାସନ: ମାଟିରେ ମିଶିଲା ଦ୍ୱାରିକାନଗର ଆଡ୍ଡାସ୍ଥଳ

ଖୋର୍ଦ୍ଧା ଅଫିସ,୧୬।୭: ବ୍ରାଉନ୍‌ସୁଗାର କାରବାରରୁ ପଥର ଚୋରା ଚାଲାଣ। ବନ୍ଧୁକ କାରବାରଠାରୁ ଆରମ୍ଭ କରି ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ସୁଧାଂଶୁ ପରିଡ଼ା ଓରଫ୍‌ ଛୋଟା ଓରଫ ଶୁଭ୍ରାଂଶୁ ଜେଲ୍‌ ଯିବା ପରେ କଳାସାମ୍ରାଜ୍ୟର ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଲେଡି ଡନ୍‌ଙ୍କ ହାତରେ ବନ୍ଧୁକ ଧରାଇ ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରେ ରାଜ୍‌ କରୁଥିବା ଛୋଟାଙ୍କ ବେଆଇନ ସମ୍ପତ୍ତି ମଧ୍ୟ ଧୀରେ ଧୀରେ ଜବତ ହେବାରେ ଲାଗିଛି। ତେବେ ସୋମବାର ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରରେ ସରକାରୀ ଜମିକୁ ଦଖଲ କରି କରିଥିବା ଘରକୁ ଭଙ୍ଗାଯିବାବେଳେ ପ୍ରଶାସନ ସ୍ତବ୍ଧ ହୋଇଯାଇଛି। ଉକ୍ତ ଘର ଛୋଟା ଗ୍ୟାଙ୍ଗ୍‌ର ଆଡ୍ଡାସ୍ଥଳ ଥିବା ସ୍ପଷ୍ଟ ହୋଇଛି। ୧୪ ବଖରା ଘର ଭିତରେ ଅଧିକାଂଶ ଥିଲା ଶୀତତାପ ନିୟନ୍ତ୍ରିତ କୋଠରି। ମିଟିଂ ହଲ୍‌, ସୁଇମିଂ ପୁଲ୍‌ ବି ରହିଥିଲା। କୁକୁର ଓ ଗ୍ୟାଙ୍ଗ୍‌ ସଦସ୍ୟ ରହିବା ପାଇଁ ଥିଲା ଭିନ୍ନ ଭିନ୍ନ ଘର। ହେଲିପ୍ୟାଡ୍‌ ପାଇଁ ମଧ୍ୟ ହୋଇଥିଲା ପ୍ରସ୍ତୁତି। କୋଠରିର କାନ୍ଥ ଓ ପରିସର ବି କହୁଥିଲା ସେଠାରେ କିପରି ଚାଲିଥିଲା ଛୋଟା ସାମ୍ରାଜ୍ୟର ମଉଜମସ୍ତି। ପୂରା ସିସିଟିଭି କ୍ୟାମେରା ନଜରରେ ରହିଥିଲା ଆଡ୍ଡାସ୍ଥଳ। ତେବେ ଜିଲା ପ୍ରଶାସନ ୮ ଘଣ୍ଟାର ଅପରେଶନରେ କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତିକୁ ମାଟିରେ ମିଶାଇ ଦେଇଛି।
ଏସ୍‌ଟିଏଫ୍‌ ପଚରାଉଚରାବେଳେ ଛୋଟା ନିଜ ସାମ୍ରାଜ୍ୟର କିଛି ଗୁମର ଖୋଲିଥିଲା। ବହୁ ସରକାରୀ ଜମି ଦଖଲ କରିଥିବାବେଳେ ଦ୍ୱାରିକାନଗରସ୍ଥିତ ତାଙ୍କ ଆଡ୍ଡାସ୍ଥଳ ସମ୍ପର୍କରେ ସୁରାକ ମିଳିଥିଲା। ପ୍ରଶାସନର ନଜର ପଡ଼ିବା ପରେ ଉକ୍ତ ଘରେ ଉଚ୍ଛେଦ ନୋଟିସ ଲଗାଯାଇଥିଲା। ଏହାପରେ ଉକ୍ତ ଘରେ ଥିବା ଆସବାବପତ୍ର ଓ ବିଭିନ୍ନ ସାମଗ୍ରୀକୁ ବୋହି ନେଇଥିଲେ ସମ୍ପର୍କୀୟ ଲୋକ। ଏପରିକି ବିଦେଶୀ କୁକୁର ଓ ବହୁ ମୂଲ୍ୟବାନ ଜିନିଷପତ୍ର ମଧ୍ୟ ଗାଏବ୍‌ ହୋଇଯାଇଥିଲା। ତେବେ ଉଚ୍ଛେଦ ପାଇଁ ନିର୍ଦ୍ଧାରିତ ସମୟ ଅନୁସାରେ ଖୋର୍ଦ୍ଧା ଉପଜିଲାପାଳଙ୍କ ଦାୟିତ୍ୱରେ ଥିବା ତହସିଲ୍‌ଦାର ଶୁଭ୍ରାଂଶୁ ସାମଲ ଓ ଡିଏସ୍‌ପି ସତୀଶ ପାଢ଼ୀଙ୍କ ଉପସ୍ଥିତିରେ ସୋମବାର ପୂର୍ବାହ୍ନ ସାଢ଼େ ୧୦ଟାରୁ ଆରମ୍ଭ ହୋଇଥିଲା ଉଚ୍ଛେଦ। ୨ ପ୍ଲାଟୁନ ଫୋର୍ସ ଓ ୩ଟି ଜେସିବି ସହାୟତାରେ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀମାନେ ୮ ଘଣ୍ଟା ଧରି ବିଭିନ୍ନ ନିର୍ମାଣକୁ ଭାଙ୍ଗି ଦେଇଥିଲେ। ମଝିରେ ମଝିରେ ଜେସିବି ମେଶିନ ବାରମ୍ବାର ଖରାପ ହେବା ଯୋଗୁ ବିଳମ୍ବରେ ଅର୍ଥାତ୍‌ ସନ୍ଧ୍ୟା ସାଢେ ୬ଟାରେ ଉଚ୍ଛେଦ ଶେଷ ହୋଇଥିଲା।
ମିଳିଥିବା ସୂଚନାନୁସାରେ, ଛାତ ପକାଇବା ଉଦ୍ଦେଶ୍ୟରେ ଘରଗୁଡିକୁ ନିର୍ମାଣ କରାଯାଇଥିବାବେଳେ ସେଥିରେ ଆଜ୍‌ବେଷ୍ଟସ୍‌ ପକାଯାଇଥିଲା। ଘରଟି ୟୁ ଆକାରରେ ରହିଥିଲା। ସମ୍ମୁଖ ଓ ପଛ ପାଖଟି କମ୍‌ ଚଉଡା ଦିଶୁଥିବାବେଳେ ପରିସର ପୂରା ରାଜକୀୟ ଭଳି ଲାଗୁଥିଲା। ଭିତରେ ବହୁତ ଜମି ରହିଥିଲା। ଛୋଟାଙ୍କ ଘରର ଆଗ ଓ ପଛ ପାର୍ଶ୍ୱରେ ଅନ୍ୟ ଲୋକଙ୍କ ଘର ରହିଥିଲା। ଘରଗୁଡିକ ଏପରି ତିଆରି ହୋଇଥିଲା ଯେ, କେହି ଅତି ସହଜରେ ଗାଏବ୍‌ ହୋଇପାରିବ। ନିର୍ମାଣକୁ ଏତେ ଦୃଢ଼ କରାଯାଇଥିଲା ଯେ, ଭାଙ୍ଗିବାକୁ ବହୁ ସମୟ ଲାଗିଥିଲା। ତେବେ ଘରେ ଥିବା ବଡ଼ ବଡ଼ ଏଲଇଡି ଟିଭି, ୧୧ ବିଦେଶୀ କୁକୁର, ସୋଫା ସେଟ୍‌ ଆଦି ମୂଲ୍ୟବାନ ଉପକରଣକୁ କିଏ ଗାଏବ୍‌ କଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ଧରିଛି।
ଚୋରା କାଠ ବ୍ୟବସାୟ କରୁଥିବା ସନ୍ଦେହ
ଛୋଟା ଓ ତାଙ୍କର ଜଣେ ସହଯୋଗୀଙ୍କ ଘରୁ ୬୦ ଶିଫ୍ଟରୁ ଊର୍ଦ୍ଧ୍ୱ ଶାଳ, ଶାଗୁଆନ, ଆମ୍ବ କାଠ ଜବତ ହୋଇଛି। ଏହାର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ସାମଗ୍ରୀ ଜବତ ଜାରି ରହିଥିଲା। ଛୋଟାଙ୍କ ସମ୍ପର୍କୀୟମାନେ ଅନ୍ୟ ସାମଗ୍ରୀ ନେଇଯାଇଥିଲେ ମଧ୍ୟ କାଠଗଣ୍ଡିଗୁଡିକୁ ଗାଏବ କରି ପାରି ନ ଥିଲେ। କାଠ ଜବତ ପରେ ଛୋଟା ବ୍ରାଉନସୁଗାର, ପଥର ଖଣି ସହ ଚୋରା କାଠ ବ୍ୟବସାୟ କରୁଥିଲେ ବୋଲି ଜଣାପଡିଛି।
ରହସ୍ୟରେ ୩୨ ବଖରା
ଅର୍ଦ୍ଧନିର୍ମିତ ଘର, ଅଣ୍ଡରଗ୍ରାଉଣ୍ଡ୍‌
ଛୋଟାଙ୍କ ଘର ପଛରେ ରହିଛି ଅର୍ଦ୍ଧ ନିର୍ମିତ ୨୪ ବଖରା ଘର। ଏହି ଘରଗୁଡିକ ଛୋଟାଙ୍କ ସହଯୋଗୀଙ୍କ ପାଇଁ ନିର୍ମାଣ କରାଯାଉଥିଲା ବୋଲି ସନ୍ଦେହ କରାଯାଉଛି। ସେହିପରି ଭଙ୍ଗାଯାଇଥିବା ଘର ପାଖରେ କିଛି ଘର ମଧ୍ୟ ରହିଥିବା ଜଣାପଡିଛି। ତେବେ ପ୍ରଶାସନ ସେହିଘରକୁ ନ ଭାଙ୍ଗି ସରକାରୀ କାର୍ଯ୍ୟାଳୟ ବା କ୍ବାର୍ଟର କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅଣ୍ଡରଗ୍ରାଉଣ୍ଡ୍‌ ଘର ସମ୍ପର୍କରେ କିଛି ସୁରାକ ମିଳିନାହିଁ। ଖୋର୍ଦ୍ଧା ତହସିଲଦାର ସାମଲ କୁହନ୍ତି, ଅର୍ଦ୍ଧନିର୍ମିତ ଘର ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri