ଛତ୍ରପୁର ବିଡିଓଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ; ଏନ୍‌ଏସ୍‌ଏ ଲଗାଇବାକୁ ଓଏଏସ୍‌ ସଂଘର ଦାବି

ଛତ୍ରପୁର, ୨୧।୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଆକ୍ରମଣ ଓ ହତ୍ୟା ଧମକ ମାମଲାରେ ସମ୍ପୃକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ପଞ୍ଚାୟତ ଅଧୀନ ତେଲୁଗୁନୂଆଗାଁର ବାପି ଦାସ ଓରଫ ସରୋଜ ଦାସ।

ଅପରପକ୍ଷରେ ଗୁରୁବାର ପୂର୍ବାହ୍ନରେ ଗଞ୍ଜାମ ଜ଼ିଲା ଓଏଏସ୍‌ ସଂଘର ଏକ ବୈଠକ ସଭାପତି ତଥା ଅତିରିକ୍ତ ଜ଼ିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ବିଡିଓଙ୍କୁ ଆକ୍ରମଣ ନେଇ ପ୍ରତିବାଦ ସହ ସଂଘ ପକ୍ଷରୁ ନିନ୍ଦା କରାଯାଇଥିଲା ପରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍‌ପି ବ୍ରିଜେଶ କୁମାର ରୟଙ୍କୁ ଭେଟି ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଏନ୍‌ଏସ୍‌ଏ( ଜାତୀୟ ନିରାପତ୍ତା ଆଇନ ), ମହାମାରୀ ଆଇନ ୧୮୯୭, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଓ କୋଭିଡ -୧୯ ନିୟମ ୨୦୨୦ ଲଗାଇବାକୁ ସଂଘ ପକ୍ଷରୁ ଦାବି ହୋଇଛି। ସେହିପରି ଛତ୍ରପୁର ବିଡିଓଙ୍କୁ ପିଏସ୍‌ଓ ପ୍ରଦାନ, କୋଭିଡ -୧୯ ସରିବା ପର୍ଯ୍ୟନ୍ତ ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ପିଏସ୍‌ଓ ପ୍ରଦାନ, ବିଡ଼ିଓ ଏନେ୍‌ଫୋର୍ସମେଣ୍ଟରେ ଗଲାବେଳେ ଆବଶ୍ୟକୀୟ ପୋଲିସ ଫୋର୍ସ ବ୍ୟବସ୍ଥା ଏବଂ ଜଣେ ପ୍ରଶାସନିକ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ମୋବାଇଲ ଟିମ୍‌ କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନ କରିବା ଦାବି ରହିଛି। ବିଡ଼ିଓଙ୍କ ଏତଲା କ୍ରମେ ଏକ ମାମଲା ( ନଂ. ୬୨/୨୦) ରୁଜୁ କରାଯିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ସମ୍ପୃକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

ପ୍ରକାଶଯୋଗ୍ୟ, ଛତ୍ରପୁର ବିଡ଼ିଓ ଓ ତହସିଲଦାର ଅଗସ୍ତିନୂଆଗାଁ ପଂଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନ କରିବାକୁ ଯାଉଥିବାବେଳେ ନିକଟରେ ୨୦ ରୁ ଉର୍ଦ୍ଧ୍ୱ ଯୁବକ କ୍ରିକେଟ ଖେଳୁଥିବା ଦେଖିବାକୁ ପାଇଥିଲେ। ସେମାନେ କୋଭିଡ ନିୟମ ଉଲଂଘନ କରୁଥିବା, ମାସ୍କ ପିନ୍ଧି ନ ଥିବା ଓ ସାମାଜିକ ଦୂରତା ନ ଥିବା ଦେଖି ବିଡିଓ ତାଙ୍କୁ ତାଗିଦ କରିଥିଲେ । ହଠାତ ବାପି ଓ ଅନ୍ୟମାନେ ଅସଭ୍ୟ ଭାଷା କହି ଷ୍ଟମ୍ପରେ ବିଡ଼ିଓ ଙ୍କୁ ଆକ୍ରମଣ କରିଥିଲେ । ଏଥିସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ନିକଟରେ ଥିବା ତହସିଲଦାର ଓ ବିଡ଼ିଓ ଙ୍କ ଡ୍ରାଇଭର ତାଙ୍କୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri