ଛତିଶଗଡ଼ର ଶିମ୍‌ଲା ମୈନପାଟ

ଛତିଶଗଡ଼ର ସୁର୍‌ଗୁଜା ଜିଲା ଅନ୍ତର୍ଗତ ମୈନପାଟରେ ଶିମ୍‌ଲା ଭଳି ପରିବେଶ ଓ ଜଳବାୟୁ ଅନୁଭୂତ ହେବା ସହିତ ବିଭିନ୍ନ ଆକର୍ଷଣୀୟ ଦର୍ଶନୀୟସ୍ଥାନ ସବୁ ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ମୈନପାଟକୁ ଅନେକେ ଛତିଶଗଡ଼ର ଶିମ୍‌ଲା ବୋଲି ବି ସମ୍ବୋଧନ କରିଥାନ୍ତି…
ଭାରତରେ ଏମିତି ଅନେକ ସ୍ଥାନ ଅଛି, ଯାହା ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଅବଗତ ଥାନ୍ତି, ହେଲେ ସେହି ସ୍ଥାନଟିର ମହତ୍ତ୍ୱ ହିଁ ଧୀରେ ଧୀରେ ତାକୁ ଏକ ନିଆରା ପରିଚିତି ଦେଇଥାଏ। ଏଇ ଯେମିତି ଛତିଶଗଡ଼ର ସୁର୍‌ଗୁଜା ଜିଲା ଅନ୍ତର୍ଗତ ମୈନପାଟ। ଏହା ହେଉଛି ସ୍ଥାନୀୟ ଏକ ଗାଁ, ଯାହାର ଆକର୍ଷଣୀୟ ପରିବେଶକୁ ଦେଖି କେହି କେହି ଏହାକୁ ଛତିଶଗଡ଼ର ଶିମ୍‌ଲା ବୋଲି ବି କହିଥାନ୍ତି। କାରଣ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ କୁହନ୍ତି, ଏଠାରେ କୁଆଡ଼େ ଶିମ୍‌ଲା ଭଳି ପରିବେଶ ଓ ଜଳବାୟୁ ଅନୁଭୂତ ହୋଇଥାଏ। ଅନ୍ୟପକ୍ଷେ ଏଠାରେ ତିବ୍ବତୀୟ ଲୋକଙ୍କ ସଂଖ୍ୟା ବହୁ ପରିମାଣରେ ରହିଥିବାରୁ ସେମାନଙ୍କର ଜନବସତି ଓ ଜୀବନଶୈଳୀ ବି ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ଦେଇଥାଏ।
କ’ଣ ଦେଖିବେ
ପ୍ରାକୃତିକ ସୌନ୍ଦର୍ଯ୍ୟରେଭରା ମୈନପାଟରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ରହିଛି। ଯେମିତିକି:
ଟାଇଗର୍‌ ପଏଣ୍ଟ: ମୈନପାଟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଟାଇଗର୍‌ ପଏଣ୍ଟର ଖୁବ୍‌ ନାଁ ରହିଛି। ଏହା ହେଉଛି ଏକ ଆକର୍ଷଣୀୟ ଜଳପ୍ରପାତ। ଏହି ଜଳପ୍ରପାତରେ ପାଣିର ସ୍ରୋତ ଖୁବ୍‌ ପ୍ରଖର ରହିଥାଏ। ପାହାଡ଼, ଜଙ୍ଗଲ ଘେରା ଏହି ଜଳପ୍ରପାତ ନିକଟରେ ପିକ୍‌ନିକ୍‌ କରିବା ପାଇଁ ପ୍ରାୟ ସବୁବେଳେ ପର୍ଯ୍ୟଟକଙ୍କର ଗହଳି ପରିଲକ୍ଷିତ ହୋଇଥାଏ।
ମେହେତା ପଏଣ୍ଟ: ମେହେତା ପଏଣ୍ଟର ଆକର୍ଷଣୀୟ ପରିବେଶ ସମ୍ପର୍କରେ ଯେତେ ବର୍ଣ୍ଣନା କଲେ ବି ସେତେ କମ୍‌ ହେବ। ମୈନପାଟଠାରୁ ପ୍ରାୟ ୮ କି.ମି ଦୂରରେ ଥିବା ଏହି ପଏଣ୍ଟରେ ବି ଏକ ଜଳପ୍ରପାତ ଦେଖିବାକୁ ମିଳେ, ଯାହାକୁ ଚତୁଃପାର୍ଶ୍ୱରୁ ବିଶାଳ ପାହାଡମାନ ଘେରି ରହିଥାଏ। ଏଠାକୁ ଗଲେ ଘାଟି ସଦୃଶ ଅନୁଭବ ହୋଇଥାଏ। ତା’ଛଡ଼ା ଶୁଣିବାକୁ ମିଳେ, ମେହେତା ପଏଣ୍ଟଠାରୁ ମାତ୍ର କିଛି ଦୂରରେ ଏମିତି ଏକ ସ୍ଥାନ ଅଛି, ଯେଉଁଠାରେ ମାଟି ଉପରେ ଡେଇଁଲେ ତାହା ପାଦକୁ ଟାଣ ନ ଲାଗି ସ୍ପଞ୍ଜ ଭଳି ଲାଗି ଥାଏ। ଆଉ ଏନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। କେହି କୁହନ୍ତି, ପୂର୍ବେ ଏଠାରେ କୁଆଡେ ଏକ ଜଳସ୍ରୋତ ପ୍ରବାହିତ ହେଉଥିଲା। ସମୟକ୍ରମେ ତାହା ଶୁଖିଯାଇ ତା’ଉପରେ ମାଟି ଚଢିଗଲା। ହୁଏତ ମାଟି ତଳର ଭୂମି ଏବେ ବି ସମ୍ପୂର୍ଣ୍ଣ ନ ଶୁଖି ତାହା ସନ୍ତସନ୍ତିଆ ରହିଥିବାରୁ ଏଠାରେ ଡେଇଁଲେ ଏଭଳି ଅନୁଭବ ହେଉଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷେ ଆଉ କେହି କେହି ଏହାକୁ ପୃଥିବୀ ପୃଷ୍ଠରେ ହୋଇଥିବା କୌଣସି ଆଭ୍ୟନ୍ତରୀଣ ପରିବର୍ତ୍ତନକୁ ଏଥିପାଇଁ ଦାୟୀ କରିଥାନ୍ତି। ତେବେ ସେ ଯାହା ବି ହେଉ, ଏଭଳି ଏକ ନିଆରା ଅନୁଭୂତି ପାଇବା ପାଇଁ ଏଠାକୁ ପର୍ଯ୍ୟଟକଙ୍କର ସୁଅ ଛୁଟୁଛି।
ଫିଶ୍‌ ପଏଣ୍ଟ: ମୈନପାଟ ବୁଲି ଆସୁଥିବା ପର୍ଯ୍ୟଟକ ଚାହିଁଲେ ଏଠାରେ ଫିଶ୍‌ ପଏଣ୍ଟ ନାମକ ଅନ୍ୟ ଏକ ଜଳପ୍ରପାତ ବି ବୁଲି ଦେଖିପାରିବେ।
କେବେ ଓ କେମିତି ଯିବେ
ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ର ମତାନୁଯାୟୀ, ବର୍ଷାଦିନକୁ ଛାଡି ବାକି ଅନ୍ୟ ଯେ କୌଣସି ସମୟରେ ମୈନପାଟକୁ ବୁଲି ଯାଇହେବ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ସ୍ବାମୀ ବିବେକାନନ୍ଦ ଏୟାରପୋର୍ଟ ହେଉଛି ଏଠାକାର ଏକ ପ୍ରମୁଖ ବିମାନବନ୍ଦର, ଯାହା ପ୍ରାୟ ୩୮୦ କି.ମି ଦୂରରେ ଅବସ୍ଥିତ। ଏହି ଏୟାରପୋର୍ଟକୁ କେହି କେହି ରାୟପୁର ଏୟାରପୋର୍ଟ ବୋଲି ବି କହିଥାନ୍ତି। ସେହିପରି ଅମ୍ବିକାପୁର ରେଲଓ୍ବେ ଷ୍ଟେଶନଠାରୁ ମୈନପାଟ ପ୍ରାୟ ୮୦ କି.ମି ଦୂରରେ ରହିଛି। ତା’ଛଡ଼ା ଯଦି କୌଣସି ପର୍ଯ୍ୟଟକ ବସ୍‌ ଯୋଗେ ଏଠାକୁ ଯିବାକୁ ଚାହୁଁଥାନ୍ତି, ତା’ହେଲେ ଦେଶର ବିଭିନ୍ନ ସ୍ଥାନରୁ ଅମ୍ବିକାପୁରକୁ ଯେଉଁ ଟୁରିଷ୍ଟ ବସ୍‌ ଯାଉଛି, ସେଥିରେ ଯାଇ ପ୍ରଥମେ ଅମ୍ବିକାପୁରରେ ଓହ୍ଲାଇବେ। ତା’ପରେ ପୁଣି ସେଠାରୁ ଟ୍ୟାକ୍ସି କିମ୍ବା ଲୋକାଲ୍‌ ବସ୍‌ରେ ଯାଇ ମୈନପାଟରେ ପହଞ୍ଚତ୍ପାରିବେ।
ଦୁଃସାହସିକ କ୍ରୀଡ଼ାର ମଜା ନେଇହେବ
ପାହାଡ଼, ଜଳପ୍ରପାତ ତଥା ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ମୈନପାଟରେ ଉପଭୋଗ କରିବା ସହ ପର୍ଯ୍ୟଟକ ଚାହିଁଲେ ଏଠାରେ ଟ୍ରେକିଙ୍ଗ୍‌, ଜୋର୍‌ବିଙ୍ଗ୍‌, ରାପ୍‌ଲିଙ୍ଗ୍‌ ଭଳି ଦୁଃସାହସିକ କ୍ରୀଡ଼ାର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri