Categories: ଜାତୀୟ

ଛତିଶଗଡ଼ରେ ପ୍ରଥମ କରୋନା ରୋଗୀ

ରାୟପୁର,୧୯।୩: କରୋନା ଆଁରେ ସାରା ବିଶ୍ୱ। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ଗୁରୁବାର ଛତିଶଗଡ଼ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଯୁବତୀଙ୍କ ଜଣଙ୍କ ହେଉଛନ୍ତି ରାୟପୁରର ବାସିନ୍ଦା। ରବିବାର ଉକ୍ତ ୨୪ ବର୍ଷୀୟ ଯୁବତୀ ଲଣ୍ଡନରୁ ରାୟପୁରକୁ ଫେରିଥିଲେ। ତାଙ୍କୁ ଥଣ୍ଡା, କାଶ ଓ ସର୍ଦ୍ଦି ସମସ୍ୟା ହେବାରୁ ଡାକ୍ତର ତାଙ୍କର ଯାଞ୍ଚ କରିବା ସହ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ଗୁରୁବାର ରିପୋର୍ଟ ଆସିବା ପରେ ପୀଡ଼ିତ ଯୁବତୀ ଓ ତାଙ୍କ ମା’ ବାପାଙ୍କୁ ରାୟପୁରର ଏମ୍ସ ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟୁଇଟ କରି ସୂଚନା ଦେଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୭୩କୁ ପହଞ୍ଚିଛି। ସେହିପରି କରୋନାରେ ଭାରତରେ ଏପର୍ଯ୍ୟନ୍ତ ୩ଜଣଙ୍କର ମୃତ୍ୟୁ ହୋଇସାରିଛି। ଅପରପକ୍ଷେ ଗୁରୁବାର ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜନ ହୋଇଛି। ଏହି ବୈଠକରେ କରୋନା ମୁକାବିଲା ନେଇ କାର୍ଯ୍ୟ ଯୋଜନା ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Share