ଛଟେଇ ହେବେ ୩ଲକ୍ଷ ଅପାରଗ ରେଲଓ୍ବେ କର୍ମଚାରୀ

ନୂଆଦିଲ୍ଲୀ,୨୨-୭: କାମରେ ଫାଙ୍କୁଥିବା ଅଥବା ଅପାରଗ ରେଲଓ୍ବେ କର୍ମଚାରୀ ବିଦା ହେବେ। ଜୋନାଲ ଅଫିସ୍‌କୁ ଏଭଳି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୫୫ବର୍ଷ ଟପିଯାଇଥିବା ଅଥବା ୨୦୨୦ ପ୍ରଥମ ତ୍ରୈମାସ ସୁଦ୍ଧା ରେଲଓ୍ବେରେ ୩୦ ବର୍ଷ କାର୍ଯ୍ୟ କରିସାରିଥିବା ଏବଂ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରି ତାଲିକା ଦେବାକୁ ଜୋନାଲ ଅଫିସ୍‌ଗୁଡ଼ିକୁ କୁହାଯାଇଛି। କେନ୍ଦ୍ର ସରକାର ୨୦୨୦ ସୁଦ୍ଧା ଏହାର କର୍ମଚାରୀ ସଂଖ୍ୟାକୁ ୧୩ ଲକ୍ଷରୁ ୧୦ ଲକ୍ଷକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ରେଲଓ୍ବେର ସମସ୍ତ ଜୋନାଲ ଅଫିସ୍‌କୁ ରେଲଓ୍ବେ ବୋର୍ଡର ଏ ସଂକ୍ରାନ୍ତରେ ପତ୍ର ପଠାଯାଇଛି। ଜୋନାଲ ଅଫିସ୍‌ ନିଜର ସମସ୍ତ କର୍ମଚାରୀଙ୍କ ଏକ ସର୍ଭିସ ରେକର୍ଡ ପ୍ରସ୍ତୁତ କରିବେ। ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରଦର୍ଶନ ତଥ୍ୟ ଯୋଡାଯିବ। ନିଯୁକ୍ତି ଦୃଷ୍ଟିରୁ ଉକ୍ତ ସର୍ତ୍ତ ପୂରଣ କରୁଥିବା କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରିବାକୁ ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ସର୍ତ୍ତ ମାନଦଣ୍ଡ ପୂରଣ କରୁଥିବା କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରିବାକୁ ହେବ। ଏହାପରେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ପଠାଯିବ। ପ୍ରଥମ ତ୍ରୈମାସ ଅର୍ଥାତ୍‌ ୨୦୨୦ ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୟକୁ ଧରାଯାଇଛି। ଅଗଷ୍ଟ ୯ ସୁଦ୍ଧା ଏହି ତାଲିକା ପଠାଇବାକୁ ଜୋନାଲ ଅଫିସ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏକ ନିଶ୍ଚିତ ସମୟାବଧିରେ ରେଲଓ୍ବେରେ କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରାଯାଇଥାଏ। ଠିକ୍‌ ଭାବେ କାମ କରୁ ନ ଥିବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଥାଏ ଏବଂ ସମୟ ପୂର୍ବରୁ ଅବସର ନେବାକୁ ବାଧ୍ୟ କରାଯାଇଥାଏ। ଏନ୍‌ଡିଏ ସରକାର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅତ୍ୟନ୍ତ ଗମ୍ଭୀର ରହିଛନ୍ତି। ସୂଚନାଥାଉ କି, ନିକଟରେ ଲୋକ ସଭାରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଗ୍ରୁପ୍‌-ଏ ଏବଂ ଗ୍ରୁପ୍‌-ବି ର ୧.୧୯ ଲକ୍ଷରୁ ଅଧିକ ଅଫିସରଙ୍କ ପ୍ରଦର୍ଶନର ସମୀକ୍ଷା କରାଯାଇଛି। ସମୟ ପୂର୍ବରୁ ଅବସର ଘୋଷଣା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ରେଲଓ୍ବେ କର୍ମଚାରୀଙ୍କ ମାନସିକ ଓ ଶାରୀରିକ ଫିଟ୍‌ନେସ୍‌, ତାଙ୍କର ଆଟେଣ୍ଡାନ୍ସ ଓ ଶୃଙ୍ଖଳା ସମ୍ପର୍କରେ ତଥ୍ୟ ମଗାଯାଇଛି। ଏହାଛଡ଼ା ରେଲଓ୍ବେର ସମ୍ପତ୍ତିକୁ ସେ କିଭଳି ଭାବେ ବ୍ୟବହାର କରନ୍ତି, ତାହା ମଧ୍ୟ ଜଣାଇବାକୁ ହେବ। ଏହାକୁ ଭିତ୍ତି କରି ସମ୍ପୃକ୍ତ କର୍ମଚାରୀଙ୍କ ମୂଲ୍ୟାଙ୍କନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri