ଚ୍ୟାଲେଞ୍ଜ ସତ୍ତ୍ୱେ ଆଗକୁ ବଢ଼ିବାକୁ ହେବ

ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ଜୀବନଯାତ୍ରା ସ୍ବାଭାବିକ ହେଉଛି। ବିଭିନ୍ନ ବର୍ଗରେ ଶୋ’ରୁମ୍‌ ଏବେ ଖୋଲିବା ଆରମ୍ଭ ହୋଇଛି। ଶୋ’ରୁମ୍‌ଗୁଡ଼ିକରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ମୁତାବକ ସାମାଜିକ ଦୂରତ୍ୱ ସହ ଅନ୍ୟ ବ୍ୟବସ୍ଥା କରାଯାଇଛି। ଦୀର୍ଘଦିନ ଧରି କାରବାର ବନ୍ଦ ରହିଥିବା ବେଳେ ବ୍ୟବସାୟ କ୍ଷତି ସହିବାକୁ ପଡୁଛି। ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ଏହି ସଂସ୍ଥାଗୁଡ଼ିକ ଯୋଗଦାନ ରଖୁଛନ୍ତି ହେଲେ କାରବାର ବନ୍ଦ ରହିଲେ ମଧ୍ୟ ପରିଚାଳନା ଖର୍ଚ୍ଚର ବୋଝ ଉଠାଇବାକୁ ପଡୁଛି। ବ୍ୟାଙ୍କ ଋଣ ଉପରେ ସୁଧ, ଘରଭଡ଼ା ସହ ଅନ୍ୟ ଖର୍ଚ୍ଚର ଚାପ ବ୍ୟବସାୟୀଙ୍କ ଉପରେ ରହିଛି। ସରକାର ଏ ଦିଗରେ ସହାୟତା ଯୋଗାଇ ଦିଅନ୍ତୁ ବୋଲି ବ୍ୟବସାୟ ଅଂଶୀଦାରମାନେ ନିବେଦନ କରିଛନ୍ତି। କୋଭିଡ୍‌-୧୯ ଯୋଗୁ ବଜାର ସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡିକ ସହ ଜଡ଼ିତ ବ୍ୟକ୍ତିବିଶେଷ ବାଣିଜ୍ୟକୁ ନେଇ ଦେଇଥିବା ପ୍ରତିକ୍ରିୟା….

 

-କଟକଣା କୋହଳ ହେବାରୁ ଶୋ’ରୁମ୍‌ ଖୋଲିଛୁ। ଗ୍ରାହକ ବର୍ତ୍ତମାନ ଆସୁନାହାନ୍ତି। କଷ୍ଟ ସମୟରେ ଆଗକୁ ବଢ଼ିବାକୁ ହେବ। ଷ୍ଟୋରରେ ୩୦% କମ୍‌ ଷ୍ଟାଫ ରଖାଯାଇଛି। ଗ୍ରାହକଙ୍କ ନିରାପତ୍ତାକୁ ଧ୍ୟାନରେ ରଖି ସୋସିଆଲ ଡିଷ୍ଟାନ୍ସ ନିୟମ ପାଳନ କରାଯାଉଛି। ଷ୍ଟୋରରେ ଏକ ସମୟରେ ଅଧିକ ଲୋକଙ୍କୁ ନିଆଯାଉନାହିଁ। ଯାନରେ ଆସିବା ବେଳେ କଟକଣା ରହିଥିବାରୁ ଲୋକ ଆସିବାକୁ ମଧ୍ୟ ଅସୁବିଧା ହେଉଛି। କରୋନା କାୟା ବିସ୍ତାର କରୁଥିବାରୁ ବଜାରକୁ ନେଇ କିଛି ଆକଳନ କରିହେଉନି। ସାବିତ୍ରୀରେ ହୁଏତ କିଛି ବିକ୍ରି ହୋଇପାରେ। ମାତ୍ର ଚଳିତ ବର୍ଷ ବ୍ୟବସାୟ ନେଇ ବିଶେଷ ଆଶା ନାହିଁ। ଏବେ ପରିଚାଳନା ନେଇ ସବୁ ଖର୍ଚ୍ଚ ବହନ କରାଯାଉଛି। ବେପାର ନ ଥିବା ବେଳେ ପୂର୍ବଭଳି କର୍ମଚାରୀଙ୍କ ବେତନ, ଘରଭଡ଼ା, ଟିକସ, ଋଣ ଉପରେ ସୁଧ ଦିଆଯାଉଛି। ଏହା ବହନକରି ବଢ଼ିବାକୁ ପଡୁଛି। ଆଗକୁ ବଢ଼ିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି।
– କିଶୋର ଚନ୍ଦ୍ର ମେହେର, ପ୍ରବନ୍ଧକ, ମେହର୍ସ ଷ୍ଟୋର

-ଗତ ୪ ଦିନ ତଳେ ଷ୍ଟୋର ଖୋଲାଯାଇଛି। ଗ୍ରାହକ ବେଶି ଆସୁନାହାନ୍ତି। ଲୋକଙ୍କୁ ନିୟମ ସତର୍କତା ସହ ଆଗକୁ ବଢିବାକୁ ପଡିବ। କରୋନା ପାଇଁ କୌଣସି ଭ୍ୟାକ୍‌ସିନ ଆସି ନ ଥିବାରୁ ପରିସ୍ଥିତି ସହ ଆଗକୁ ବଢ଼ିବାକୁ ହେବ। ବର୍ତ୍ତମାନ ଜୀବନଯାତ୍ରା ପ୍ରଭାବିତ ରହିଛି। ହେଲେ ସ୍ଥିତିରେ ଟିକିଏ ସୁଧାର ଆସିବା ଲାଗି ଅନ୍ତତଃ ପକ୍ଷେ ୧୫ରୁ ୨୦ ଦିନ ସମୟ ଲାଗିବ। ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିବା ନେଇ ବର୍ତ୍ତମାନ କହି ହେଉନି। ହେଲେ କାରବାର ଆଗକୁ ବଢ଼ାଇବକୁ ପଡ଼ିବ। ଭୁବନେଶ୍ୱର ବ୍ରହ୍ମପୁର ଷ୍ଟୋରରେ ଏବେ ସେବା ଯୋଗାଇ ଦେଉଛୁ। ବାଲେଶ୍ୱର ଷ୍ଟୋର ଖୋଲିନାହିଁ। କାରବାର ବର୍ତ୍ତମାନ ପ୍ରଭାବିତ ରହିଲେ ମଧ୍ୟ ନିୟମ ପାଳନ ପୂର୍ବକୁ ଷ୍ଟୋର ଖୋଲାଯାଇଛି। ସରକାରଙ୍କ ସବୁ ନିୟମକୁ ଷ୍ଟୋରରେ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଆଗାମୀ ଦିନରେ ସବୁ ଠିକ୍‌ଠାକ୍‌ ହେବା ନେଇ ଆଶାବାଦୀ। ଲୋକମାନେ ସବୁକିଛି ବୁଝି ଆଗକୁ ବଢ଼ିବାକୁ ହେବ। କଷ୍ଟ ଏବଂ ଚ୍ୟାଲେଞ୍ଜ ରହିଲେ ମଧ୍ୟ ଆଗକୁ ଯିବାକୁ ପଡ଼ିବ।
– ଇପାରି ଶ୍ରୀଧର,ଏମ୍‌ଡି, ଇପାରି ସଦାଶିବ

-କାରବାର ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରଭାବିତ ରହିଛି। ଗ୍ରାହକଙ୍କ ଫ୍ଲୋ ବର୍ତ୍ତମାନ ଶୋ’ରୁମ୍‌ରେ ନାହିଁ। ଆମ ଟ୍ରେଡ୍‌ରେ ଶ୍ରମ ଶକ୍ତି ଏକ ପ୍ରମୁଖ ପ୍ରସଙ୍ଗ। ମାତ୍ର ୩୩% କର୍ମଚାରୀଙ୍କୁ ନେଇ କାମ କରିବା କଷ୍ଟକର ହେଉଛି। ସରକାରଙ୍କ ନିୟମ ମୁତାବକ ସବୁ କାମ ହେଉଛି। ଯାଜପୁର, ଜଗତ୍‌ସିଂହପୁର ବାଦ୍‌ ଅନ୍ୟ ରିଟେଲ ଷ୍ଟୋରଗୁଡିକ ଖୋଲା ରହିଛି। ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖାଯାଇଛି। ଲକ୍‌ଡାଉନ ଲାଗି ଦୀର୍ଘଦିନ ଧରି ବେପାର ବନ୍ଦ ରହିଥିବା ବେଳେ ଏବେ ଷ୍ଟୋର ଖୋଲିଥିଲେ ମଧ୍ୟ ବେପାର ନ ଥିବାରୁ ପରିଚାଳନାକୁ ଅସୁବିଧା ସୃଷ୍ଟି ହେଉଛି। ସରକାର ଘରଭଡ଼ା କ୍ଷେତ୍ରରେ ଏକ ନିୟମ ପ୍ରଣୟନ କରିବା ଆବଶ୍ୟକ। ସ୍ଥିତି ନ ସୁଧୁରିବା ଯାଏ ଘରଭଡା କ୍ଷେତ୍ରରେ ଏକ ବିଶେଷ ରିହାତି ମିଳିବା ଆବଶ୍ୟକ। ଏହା ହେଲେ ବାଣିଜ୍ୟ ସଂସ୍ଥାଗୁଡିକ ଉପରେ ଚାପ କମିବ। ସେହିଭଳି ବ୍ୟାଙ୍କ ଋଣ ଉପରେ ସୁଧ କ୍ଷେତ୍ରରେ ମଧ୍ୟ ରିହାତି ଦେଲେ ଭଲ ହୁଅନ୍ତା। ମାତ୍ର ସରକାର ବାଣିଜ୍ୟ ଗୋଷ୍ଠୀ ଲାଗି ସେମିତି କିଛି ପଦକ୍ଷେପ ନେଉ ନାହାନ୍ତି। ବଜାର ସ୍ଥିତି ଦୀର୍ଘଦିନ ଧରି ନ ସୁଧୁରିଲା ଭଳି ଲାଗୁଛି। ସରକାର ସହାୟତା ଲୋଡ଼ା ପଡୁଛି। ଏହା ହେଲେ ବ୍ୟବସାୟ ଆଗକୁ ବଢ଼ାଇବା ସହଜ ହେବ, ନିଯୁକ୍ତି କ୍ଷେତ୍ରରେ ଏହା ପ୍ରଭାବ ପକାଇବ ନାହିଁ।
– ରାଜେଶ ଗୁପ୍ତା, ଏମ୍‌ଡି, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ

 

– ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂକୁ ଛାଡ଼ି ଶହୀଦନଗର ଏବଂ ବାପୁଜୀନଗର ଷ୍ଟୋରକୁ ଖୋଲାଯାଇଛି। ଷ୍ଟୋରରେ ସାମାଜିକ ଦୂରତ୍ୱ ନିୟମ ସହ ଅନ୍ୟ ନିରାପତ୍ତା ପଦକ୍ଷେପ ହାତକୁୁ ନିଆଯାଇଛି। ଲୋକଙ୍କୁ ବଜାର ସହ ଖାପ ଖୁଆଇବା ଲାଗି କିଛିଦିନ ଲାଗିବ। ମନରେ ଭୟ ରହିବା ଯୋଗୁ ଏବେ ଗ୍ରାହକଙ୍କ କ୍ରୟ ମନୋଭାବ ଉପରେ ପ୍ରଭାବ ରହିଛି। ଧୀରେ ଧୀରେ ଲୋକ ଆସୁଛନ୍ତି। ସ୍ଥିତିରେ ପରିବର୍ତ୍ତନ ଆସିବା ଲାଗି କିଛି ସମୟ ଲାଗିବ। ବର୍ତ୍ତମାନ ସାରା ବିଶ୍ୱକୁ କରୋନା କ୍ଷତିଗ୍ରସ୍ତ ହୋଇଛି। ସମଗ୍ର ଚେନ୍‌ ଏହାଦ୍ୱାରା ପ୍ରଭାବିତ। କିଭଳି ସ୍ଥିତି ସୁଧୁରିବ ସେହି ଆଶା ନେଇ କାରବାର ଆଗକୁ ବଢାଇବାକୁ ପଡୁଛି। ସାମାନ୍ୟ ସ୍ଥିତି ଆସିବାକୁ ଅନ୍ତତଃ ପକ୍ଷେ ୬ ମାସ ସମୟ ଲାଗିପାରେ।
– ଶିବପ୍ରସାଦ ପଣ୍ଡା, ସ୍ବତ୍ୱାଧିକାରୀ, ପଣ୍ଡା ଟ୍ରାଭେଲ ମାର୍ଟ


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri