ଚୋରି ସନ୍ଦେହରେ ଥାନାକୁ ଡାକି ପିଟିଲେ ଏସ୍‌ଆଇ

ବାଲିକୁଦା,୨୪ା୨(ସ୍ବ.ପ୍ର.): ବନ୍ଦର ସାମୁଦ୍ରିକ ଥାନା ଅଧୀନ ନହରଣା ବଜାରରେ ହୋଇଥିବା ଚୋରି ଘଟଣା ଭିନ୍ନ ମୋଡ ନେଇଛି। ଏହି ଚୋରି ଘଟଣାରେ ନହରଣା ଗ୍ରାମର ବୀରବର ପରିଡାଙ୍କ ପୁଅ ଲୁଲୁ ସମ୍ପୃକ୍ତ ଥିବା ସନ୍ଦେହ କରି ପୋଲିସ ତାଙ୍କୁ ୨୨ ତାରିଖ ଦିନ ଥାନାକୁ ଡାକିଥିଲା। ଲୁଲୁ ଓ ତାଙ୍କ ବାପା ଆସି ଥାନାରେ ପହଞ୍ଚତ୍ଥିଲେ। ପରେ ଥାନା ଏସ୍‌ଆଇ ରାମସିଂ ହେମ୍ବ୍ରମ ବାପପୁଅଙ୍କୁ ପଚରା ଉଚରା କରିଥିଲେ। ତବେ ପ୍ରଶ୍ନ ଉତ୍ତରେ କିଛି ଅସୁବିଧା ହେବାରୁ ଏସ୍‌ଆଇ ରାମସିଂ ରାଗି ଯାଇ ଲାଠିରେ ଲୁଲୁଙ୍କୁ ଅତି ଅମାନୁଷିକ ଭାବେ ପିଟିଥିଲେ। ଲୁଲୁଙ୍କ ବାପା ପୁଅକୁ ମାଡ଼ ନ ମାରିବା ପାଇଁ ରାମସିଂଙ୍କୁ ନେହୁରା ହୋଇଥିଲେ ମଧ୍ୟ ସେ ଶୁଣି ନ ଥିଲେ। ପୁଅ ମାଡ଼ ଖାଉଥିବା ଦେଖି ବାପା ଥାନା ଭିତରେ ସଂଜ୍ଞାହୀନ ହୋଇ ପଡିଥିଲେ। ରାମସିଂ ଏତେ ମାଡ଼ ମାରିବା ପରେ ମଧ୍ୟ ଲୁଲୁଙ୍କଠାରୁ ଚୋରି ସମ୍ପର୍କରେ କୌଣସି ସୂଚନା ପାଇ ପାରି ନ ଥିଲେ। ଶେଷରେ ତାଙ୍କୁ ଛାଡ଼ି ଦେଇଥିଲେ। ରାମସିଂଙ୍କ ମାଡ଼ରେ ଲୁଲୁ ଗୁରୁତର ହୋଇଛନ୍ତି। ରବିବାର ପରିବାର ଲୋକେ ତାଙ୍କୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଏକ୍ସରେ ପାଇଁ ତାଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ରେଫର କରିଛନ୍ତି। ଅନ୍ୟପକ୍ଷରେ ଏହି ମାଡ଼ ଘଟଣା ନେଇ ଲୁଲୁଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ବିଭାଗୀୟ ମୁଖ୍ୟ ଜାଣିଲେ କାଳେକିଛି ଅସୁବିଧା ହେବ ସେହି ଡର ଏବେ ଏସ୍‌ଆଇ ରାମସିଂଙ୍କୁ ଘାରିଛି। ସମ୍ପୃକ୍ତ ଯୁବକଙ୍କୁ ଭୁଲରେ ମାଡ଼ ମାରିଥିବା ସେ ସ୍ବୀକାର କରିବା ସହିତ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଜରିଆରେ ମାମଲା ସମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି। ଏଠି ପ୍ରଶ୍ନଉଠୁଛି ପୋଲିସ ଜନତାକୁ ସୁରକ୍ଷା ଦେବା ବଦଳରେ ଅତ୍ୟାଚାର କରୁଛି। ସରକାରଙ୍କ ଆମ ପୋଲିସ ଏଠି କିପରି ଚାଲୁଛି ତାହା ସହଜେ ଅନୁମେୟ। ଏଭଳି ଘଟଣାରେ ଉଚ୍ଚ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି ତା’ହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସମ୍ପୃକ୍ତ ଅଧିକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଜନ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଚେତବାନୀ ଦିଆଯାଇଛି। ଏ ସମ୍ପର୍କରେ ଏସଆଇ ହେମ୍ବ୍ରମଙ୍କୁ ପଚାରିବାରୁ ସେ କହିଥିଲେ, ଥାନାରେ ସମ୍ପୃକ୍ତ ଯୁବକ ଆମକୁ ନାଲି ଆଖି ଦେଖାଇ କଥା ବର୍ତ୍ତା କରିଥିଲେ। ମୁଁ ଚୋରି କରିଛି ବୋଲି ଯଦି ପ୍ରମାଣ କିଏ ଦିଏ ତା’ହେଲେ ତାଙ୍କୁ ସବୁଦିନ ପାଇଁ ଶେଷ କରିଦେବି ବୋଲି ଧମକ ଦେଇଥିଲେ। ଏଥିରେ ମୁଁ ରାଗିଯାଇ ତାଙ୍କୁ ମାଡ଼ ମାରିଛି। କିନ୍ତୁ ଏହାମୋର ଭୁଲ। ତାଙ୍କ ମେଡିକାଲ ଖର୍ଚ୍ଚ ଯାହା ହୋଇଥିବ ପରିଷୋଧ କରିବି ବୋଲି ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ବନ୍ଦର ସାମୁଦ୍ରିକ ଥାନା ଅଧୀନ ନହରଣା ବଜାରରେ ଥିବା ଏକ ସାଇକେଲ ଓ ମୋଟର ସାଇକେଲ ମରାମତି ଦୋକାନରେ୨୦ ତାରିଖ ରାତିରେ ଚୋରି ହୋଇଥିଲା। ଏ ସମ୍ପର୍କରେ ଦୋକାନ ମାଲିକ ଅଭୟ ମୁଦୁଲି ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ଉକ୍ତ ଘଟଣାରେ ୧୦/୨୦ରେ ମାମଲା ରୁଜୁ କରାଯାଇଥିଲା। ୨୨ ତାରିଖରେ ଏହି ଘଟଣାରେ ସନ୍ଦେହ କରି ଲୁଲୁଙ୍କୁ ପୋଲିସ ଥାନାକୁ ଡିକିଥିଲା। ଲୁଲୁଙ୍କ ସହିତ ତାଙ୍କ ବାପା ମଧ୍ୟ ଆସିଥିଲେ। ମାତ୍ର ଥାନାରେ ଏସ୍‌ଆଇ ବାପ ପୁଅଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁ ବୀରବର ବିରୋଧ କରିଥିଲେ। ତେଣୁ ରାଗିଯାଇ ଏସ୍‌ଆଇ ମାଡ଼ ମାରିଥିବା ଲୁଲୁଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହି ଘଟଣା ପରେ ଥାନାରେ ଲାଗୁ କରାଯାଇଥିବା ମୋ ସରକାର ଓ ୫-ଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri