ଚୋରି ମୋବାଇଲ ଲାଗି ଆସନ୍ତା ମାସରୁ ଆସିବ ଟ୍ରାକର ବ୍ୟବସ୍ଥା

ନୂଆଦିଲ୍ଲୀ,୮-୭: ଦାମୀ ସ୍ମାର୍ଟଫୋନ୍‌ ହଜିଯିବା ଅଥବା ଚୋରି ହୋଇଯିବା କ୍ଷେତ୍ରରେ ଏହାର ମାଲିକଙ୍କୁ ଆଣିଦେଇଥାଏ ଅନେକ ଦୁଃଖ। ଏଥିପାଇଁ ସେ ପୋଲିସର ଦ୍ୱାରସ୍ଥ ହୋଇ ଅନେକ ସମୟରେ ନିରାଶ ହୋଇଥିବାର ଦେଖାଯାଇଛି। ତେବେ ଏଥିଲାଗି ଏବେ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇବାକୁ ଯାଉଛନ୍ତି। ହଜି ଯାଇଥିବା ଅଥବା ଚୋରି ହୋଇଥିବା ମୋବାଇଲକୁ ଟ୍ରାକ୍‌ କରିବା ଲାଗି ସରକାର ଆସନ୍ତା ମାସରୁ ଏକ ମୋବାଇଲ ଟ୍ରାକର ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି। ସିମ୍‌ କାର୍ଡ ବାହାର କରାଯାଇଥିଲେ ଏବଂ ଆଇଏମ୍‌ଇଆଇ ନମ୍ବର ବଦଳା ଯାଇଥିଲେ ମଧ୍ୟ ଏହି ଟ୍ରାକର ବ୍ୟବସ୍ଥାରେ ଚୋରି ହୋଇଥିବା ଅଥବା ହଜିଯାଇଥିବା ମୋବାଇଲକୁ ଖୋଜି ବାହାର କରିହେବ। ସେଣ୍ଟର ଫ୍‌ର ଡେଭଲପ୍‌ମେଣ୍ଟ ଅଫ୍‌ ଟେଲିମ୍ୟାଟିକ୍ସ(ସି-ଡିଓଟି) ପକ୍ଷରୁ ଏହି ଟେକ୍ନୋଲୋଜି ପ୍ରସ୍ତୁତ କରାଯାଇଛି। ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶେଷ ହେବା ପରେ ଏହି ବ୍ୟବସ୍ଥାକୁ ଲାଗୁ କରିବା ଲାଗି ଟେଲିକମ୍‌ ମନ୍ତ୍ରୀଙ୍କୁ ଅନୁରୋଧ କରାଯିବ। ଆସନ୍ତା ମାସରେ ଏହା ସାରା ଦେଶରେ ଲଞ୍ଚ ହୋଇଯିବ ବୋଲି ଡିଓଟିର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ପାର୍ଲାମେଣ୍ଟର ବଜେଟ ଅଧିବେଶନ ଚଳିତମାସ ୨୬ରେ ଶେଷ ହେବ। ମୋବାଇଲ ଫୋନ ଟ୍ରାକିଙ୍ଗ ଲାଗି ଟେଲିକମ ବିଭାଗ ପକ୍ଷରୁ ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର ପ୍ରକଳ୍ପ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ର ସରକାର ଏଥିପାଇଁ ୧୫ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଏହି ବ୍ୟବସ୍ଥା ଆପଣାଯିବା ପରେ ନକଲି ହ୍ୟାଣ୍ଡସେଟ୍‌ ଓ ଚୋରିକୁ ବହୁଳାଂଶେ ରୋକାଯାଇପାରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri