ଚୋରି ଅନ୍ତର୍ବସ୍ତ୍ରରୁ ମିଳିଥିଲା ବାଗ୍‌ଦାଦିଙ୍କ ପରିଚୟ

ଓ୍ବାଶିଂଟନ,୩୦ା୧୦: ସିରିଆରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ମୁଖ୍ୟ ଅବୁ ବକର ଅଲ୍‌-ବାଗ୍‌ଦାଦି ଆମେରିକା ସ୍ବତନ୍ତ୍ର ବଳର ଅପରେଶନରେ ନିହତ ହେବା ପରେ ଅନେକ ଚୋରକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବାଗ୍‌ଦାଦିଙ୍କ ପରିଚୟ ସ୍ପଷ୍ଟକରିବା ପାଇଁ ଯେଉଁ ଡିଏନ୍‌ଏ ପରୀକ୍ଷା କରାଯାଇଥିଲା ସେଥିରେ ତାଙ୍କର ଚୋରି ଅନ୍ତର୍ବସ୍ତ୍ର ବ୍ୟବହାର ହୋଇଥିଲା। କୁର୍ଦ୍ଦିଶ୍‌ ନେତୃତ୍ୱାଧୀନ ସିରିଆ ଡେମୋକ୍ରାଟିକ୍‌ ଫୋର୍ସେସ୍‌ (ଏସ୍‌ଡିଏଫ୍‌) ପକ୍ଷରୁ ମଙ୍ଗଳବାର ଏହା ପ୍ରଘଟ କରାଯାଇଛି।
ଏସ୍‌ଡିଏଫ୍‌ କମାଣ୍ଡର ପୋଲାଟ୍‌ କ୍ୟାନ୍‌ କହିଛନ୍ତି, ଆମେରିକା ସ୍ବତନ୍ତ୍ର ବଳର ଅପରେଶନ ପୂର୍ବରୁ ସିରିଆରେ ବାଗ୍‌ଦାଦିଙ୍କ ଅବସ୍ଥିତି ଠାବ କରିବା ଲାଗି ସେମାନଙ୍କ ସୂତ୍ର ଗୁରୁତ୍ୱପୂର୍ଣ୍ଣ ଥିଲା। ବାଗ୍‌ଦାଦି ଜୀବିତ ଥିବାବେଳେ ଏସ୍‌ଡିଏଫ୍‌ର ଜଣେ ଗୁପ୍ତଚର ତାଙ୍କର ଅଣ୍ଡରଓ୍ବେର୍‌କୁ ଚୋରିକରି ଆଣିଥିଲେ। ଉକ୍ତ ଅନ୍ତର୍ବସ୍ତ୍ରକୁ ନେଇ ତାଙ୍କର ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ନିହତ ବ୍ୟକ୍ତି ବାଗ୍‌ଦାଦି ବୋଲି ଅନ୍ତର୍ବସ୍ତ୍ର ଓ ଖଣ୍ଡବିଖଣ୍ଡିତ ମୃତଦେହ ମେଳ କରିବା ପରେ ଡିଏନ୍‌ଏ ଯାଞ୍ଚରୁ ସ୍ପଷ୍ଟ ହୋଇଥିଲା। ବାଗ୍‌ଦାଦିଙ୍କୁ ଧରିବା ଲାଗି ଏସ୍‌ଡିଏଫ୍‌ ମେ ୧୫ରୁ ଆମେରିକାର କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ସିଆଇଏ ସହ ମିଶି ସହଯୋଗୀ ଭାବେ କାର୍ଯ୍ୟ କରୁଥିଲା। ସେ ଇଡ୍‌ଲିବ୍‌ ପ୍ରଦେଶରେ ଲୁଚିଥିବା ଏସ୍‌ଡିଏଫ୍‌ ସୂଚନା ପାଇଥିଲା। ବାଗ୍‌ଦାଦି ଜୋରାବ୍ଲୁସ୍‌ର ଏକ ନୂଆ ସ୍ଥାନକୁ ଯିବା ପାଇଁ ବାହାରିଥିଲେ। କିନ୍ତୁ ଏହା ପୂର୍ବରୁ ତାଙ୍କୁ ନିପାତ କରାଯାଇଥିଲା ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କୁର୍ଦ୍ଦିଶ ବଳର ଭୂମିକାକୁ ନୂ୍ୟନ କରିଦେଇଛନ୍ତି। ଗତ ୨୭ ତାରିଖରେ ବାଗ୍‌ଦାଦିଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରି ଟ୍ରମ୍ପ୍‌ କହିଥିଲେ, କୁର୍ଦ୍ଦମାନେ ‘ସହାୟକ ହେବା ଭଳି’ ସୂଚନା ପ୍ରଦାନ କରିଥିଲେ। କିନ୍ତୁ ସାମରିକ କାର୍ଯ୍ୟାନୁଷ୍ଠାନରେ ସେମାନଙ୍କ କିଛି ଭୂମିକା ନ ଥିଲା। ପ୍ରକାଶ ଯେ, କିଛିଦିନ ତଳେ ଟ୍ରମ୍ପ୍‌ ଉତ୍ତର ସିରିଆରୁ ଆମେରିକୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରିଥିଲେ। ଆମେରିକାର ଏହି ପଦକ୍ଷେପ ସମ୍ପୃକ୍ତ ଅଞ୍ଚଳରେ ସୀମାପାର ଆକ୍ରମଣ ପାଇଁ ତୁର୍କୀକୁ ସବୁଜ ସଙ୍କେତ ଦେଇଥିଲା ବୋଲି ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି।

ଉତ୍ତରାଧିକାରୀ ନିହତ

ସିରିଆରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ନିହତ ହୋଇଥିବା ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦିଙ୍କ ଉତ୍ତରାଧିକାରୀଙ୍କ ମୃତ୍ୟୁ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରବିବାର ୪୮ ବର୍ଷୀୟ ବାଗ୍‌ଦାଦିଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଥିବାବେଳେ ମଙ୍ଗଳବାର ତାଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଏହି ପ୍ରଘଟ କରିଛନ୍ତି।
ସ୍ବତନ୍ତ୍ର ବଳର ଅପରେଶନ ବେଳେ ସୁଡ଼ଙ୍ଗ ଭିତରେ କୁକୁରମାନେ ବାଗ୍‌ଦାଦିଙ୍କୁ ଗୋଡ଼ାଇଥିଲେ। ମୃତ୍ୟୁ ସୁନିଶ୍ଚିତ ଜାଣି ବାଗ୍‌ଦାଦି ନିଜକୁ ଆମତ୍ଘାତୀ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ତାଙ୍କର ୧ ନମ୍ବର ଉତ୍ତରାଧିକାରୀ ମଧ୍ୟ ଆମେରିକା ସୈନ୍ୟଙ୍କ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଥିବା ଟ୍ରମ୍ପ୍‌ ଟୁଇଟ୍‌ କରିଛନ୍ତି। ବାଗ୍‌ଦାଦି ଆନୁଷ୍ଠାନିକ ଭାବେ ଉକ୍ତ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରି ନ ଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ଭାବେ ଅନେକ ନାମକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ଟ୍ରମ୍ପ୍‌ ଏଭଳି ଟୁଇଟ୍‌ କରିଛନ୍ତି। ଟ୍ରମ୍ପ୍‌ ଏଥିରେ କୌଣସି ବ୍ୟକ୍ତି ବା ଆତଙ୍କବାଦୀଙ୍କ ନାମ ଓ କେଉଁ ଅପରେଶନରେ ସେ ନିହତ ହୋଇଛନ୍ତି ସେନେଇ କିଛି କହିନାହାନ୍ତି। ତେବେ ଉତ୍ତରାଧିକାରୀ ଜଣକ ଅବୁ ହାସନ ଅଲ୍‌ ମୁଜାହିର ହୋଇଥାଇପାରନ୍ତି ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ-ଗ୍ୟାସ ପରେ ଏବେ ବନ୍ଦ ହୋଇଯିବ ଇଣ୍ଟରନେଟ ସେବା! ଘନଉଛି ବିପଦ, ଭାରତ ସମେତ…

ତେହରାନ,୨୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଆଉ କେବଳ ତେଲ ଏବଂ ଗ୍ୟାସ ପର୍ଯ୍ୟନ୍ତ ସୀମିତ ନୁହେଁ। ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଶକ୍ତି ଯୋଗାଣକୁ ବାଧା…

କଥା ଶୁଣିଲେନି ଭାଉଜ, ଚା’ କରିବାକୁ ମନା କରିବାରୁ ପିଟିପିଟି ମାରିଦେଲେ ଦିଅର

ଭୋପାଳ,୨୦।୩: ମଧ୍ୟପ୍ରଦେଶର ସଲାମତପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଖୋହା ଗାଁରେ ଭାଉଜଙ୍କୁ ହତ୍ୟା କରିଛନ୍ତି ନିଜ ଦିଅର। ରିପୋର୍ଟ ଅନୁସାରେ, ଖୋହା ବାସିନ୍ଦା ଖେମଚାନ୍ଦ ମାଲବ୍ୟ…

୬ବର୍ଷ ପରେ ଭାରତ-ଚାଇନା ସୀମାରେ ବଡ଼ ହଲଚଲ, ହେବ କି ଯୁଦ୍ଧ?

ନୂଆଦିଲ୍‌ଲୀ,୨୦।୩: ଭାରତ ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ଏକ ନୂତନ ସୂଚନା ସାମ୍ନାକୁ ଆସିଛି। ଉଭୟ ଦେଶ ଉତ୍ତରାଖଣ୍ଡର ଲିପୁଲେଖ ସୀମାକୁ ପୁନର୍ୱାର ଖୋଲିବାକୁ ନିଷ୍ପତ୍ତି…

୩୪ ଆଦିବାସୀଙ୍କୁ ଖଲାସ ଦାବି: ୪୮ ଘଣ୍ଟିଆ ବନ୍ଦ ଡାକରା

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ…

ମିଲରଙ୍କ ଅସହଯୋଗରୁ ବଢୁଛି ଚାଷୀଙ୍କ ଚିନ୍ତା: ଧାନବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୦।୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତି ମଣ୍ଡିରେ ୮ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି l ମିଲରଙ୍କ ଅସହଯୋଗରୁ ଏହି ଧାନ ପଡ଼ି…

ଶସ୍ତା ହୋଇଯିବ ତେଲ: ଯୁଦ୍ଧ ମଧ୍ୟରେ ସାରା ବିଶ୍ୱକୁ ମିଳିବ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୦।୩: ସାଧାରଣ ଜନତାଙ୍କୁ ଖୁବ୍‌ଶୀଘ୍ର ମିଳିବ ବଡ଼ ଆଶ୍ୱସ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଖୁବ ଶୀଘ୍ର ହ୍ରାସ ପାଇପାରେ। ରିପୋର୍ଟ ଅନୁଯାୟୀ, ଆମେରିକା ଖୁବ…

ଯୁଦ୍ଧରେ ଫସିଗଲା ଆମେରିକା: ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲା ସଂଘର୍ଷ

ଓ୍ବାଶିଂଟନ୍‌,୨୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ୨୦ ଦିନ ଧରି ଚାଲିଥିବା…

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri