ଚୋରା ମଦକୁ ବିରୋଧ କରିବାରୁ ମାଫିଆଙ୍କ ଆତଙ୍କ: ଘରେ ପଶି ବନ୍ଧୁକ ଦେଖାଇ ଅଟୋ ପୋଡ଼ିଲେ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): କ୍ୟାପିଟାଲ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବାରୁ ୪ଜଣିଆ ଗ୍ୟାଙ୍ଗ୍‌ ପୁଣି ଶନିବାର ରାତିରେ ରାଜମହଲ ନିକଟ ଫାଳିକିଆବସ୍ତିରେ ଆତଙ୍କ ଖେଳାଇଛନ୍ତି। ବସ୍ତିରେ ଚୋରା ମଦ ବେପାରକୁ ବିରୋଧ କରୁଥିବା ସୀମା ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ବନ୍ଧୁକ ଓ ଖଣ୍ଡା ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଏଥିସହ ଘର ଆଗରେ ପାର୍କିଂ ହୋଇଥିବା ଏକ ଅଟୋକୁ ମଧ୍ୟ ପୋଡ଼ି ଦେଇଛନ୍ତି। ସୀମାଙ୍କ ଅଭିଯୋଗକ୍ରମେ ପୋଲିସ ଆଇପିସି ଦଫା ୪୩୬, ୨୯୪, ୩୨୩ ଓ ୫୦୬ରେ ଏକ ମାମଲା (ନଂ. ୪୨୩/୧୯) ରୁଜୁ କରି ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଗ୍ୟାଙ୍ଗ୍‌ ଉତ୍ପାତରେ ବସ୍ତିବାସିନ୍ଦା ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସୀମା ଉକ୍ତ ବସ୍ତିରେ ପରିବାର ସହ ରହୁଛନ୍ତି। ଏକ ସଙ୍ଗଠନର ସହଯୋଗରେ ସେ ତାଙ୍କ ବସ୍ତିରେ ଚୋରା ମଦ ବେପାର ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗତବର୍ଷ ମଦ ବ୍ୟବସାୟୀ ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏନେଇ ଥାନାରେ ସୀମା ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ବସିପଡିଥିଲା। ଅଭିଯୁକ୍ତମାନେ କିଛିଦିନ ଫେରାର ହେବା ପରେ ପୁଣି ବସ୍ତିକୁ ଆସି ବ୍ୟବସାୟ କରିବା ସହ ବସ୍ତି ଲୋକଙ୍କୁ ଡରାଇ ରଖିଛନ୍ତି। ସେମାନେ ପୂର୍ବରାଗ ରଖି ଗତ ୧୫ ତାରିଖ ରାତିରେ ସୀମାଙ୍କ ଘର ଆଗରେ ଥିବା ଏକ ଅଟୋର କାଚ ଭାଙ୍ଗି ଦେଇଥିଲେ। ସିସିଟିଭି ଯାଞ୍ଚ କରି ସୀମା ଅଭିଯୁକ୍ତଙ୍କ ସମ୍ପର୍କରେ ଜାଣିବା ପରେ ଥାନାକୁ ଅଭିଯୋଗ କରିବାକୁ ବାହାରୁଥିଲେ। ଏହି ସମୟରେ ଅଭିଯୁକ୍ତ କ୍ରିଷ୍ଣା, ସନିଆ କୁଞ୍ଜ, ଡି.ସୀମାଞ୍ଚଳ ଓ ଅଭିମାନ ପ୍ରଧାନ ତାଙ୍କ ଘର ଭିତରକୁ ଖଣ୍ଡା ଓ ବନ୍ଧୁକ ଧରି ନିଶାଗ୍ରସ୍ତ ଅବସ୍ଥାରେ ପଶିଥିଲେ। ସୀମାଙ୍କ ମୁଣ୍ଡରେ ବନ୍ଧୁ ଲଗାଇ ହତ୍ୟା ଧମକ ଦେଇଥିଲେ। ଥାନାକୁ ଗଲେ ଜୀବନରୁ ମାରି ଦେବେ ବୋଲି କହିବା ସହ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ପୁଣି ଶନିବାର ରାତି ପ୍ରାୟ ୧୨ଟାରେ ପରିବାର ଲୋକେ ଶୋଇଥିବାବେଳେ ୪ଜଣ ଅଭିଯୁକ୍ତ ତାଙ୍କ ଘର ଆଗରେ ଥିବା ଅଟୋରେ ପେଟ୍ରୋଲ ପକାଇ ନିଅଁା ଲଗାଇ ଦେଇଥିଲେ। ଅଟୋ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଲିଭାଇବାକୁ କଚେଷ୍ଟା କରି ବିଫଳ ହୋଇଥିଲେ। ଗରିବ ଶ୍ରେଣୀର ସୀମା ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ଏବେ ଅଟୋ ପୋଡ଼ି ଯାଇଥିବାରୁ ଚିନ୍ତାରେ ରହିଛନ୍ତି। ଏନେଇ ତଦନ୍ତ ଅଧିକାରୀ ଅରୁଣ କୁମାର ଖିଲାର କହିଛନ୍ତି, ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri