ଚୋରା ମଦକୁ ବିରୋଧ କରିବାରୁ ମାଫିଆଙ୍କ ଆତଙ୍କ: ଘରେ ପଶି ବନ୍ଧୁକ ଦେଖାଇ ଅଟୋ ପୋଡ଼ିଲେ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): କ୍ୟାପିଟାଲ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବାରୁ ୪ଜଣିଆ ଗ୍ୟାଙ୍ଗ୍‌ ପୁଣି ଶନିବାର ରାତିରେ ରାଜମହଲ ନିକଟ ଫାଳିକିଆବସ୍ତିରେ ଆତଙ୍କ ଖେଳାଇଛନ୍ତି। ବସ୍ତିରେ ଚୋରା ମଦ ବେପାରକୁ ବିରୋଧ କରୁଥିବା ସୀମା ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ବନ୍ଧୁକ ଓ ଖଣ୍ଡା ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଏଥିସହ ଘର ଆଗରେ ପାର୍କିଂ ହୋଇଥିବା ଏକ ଅଟୋକୁ ମଧ୍ୟ ପୋଡ଼ି ଦେଇଛନ୍ତି। ସୀମାଙ୍କ ଅଭିଯୋଗକ୍ରମେ ପୋଲିସ ଆଇପିସି ଦଫା ୪୩୬, ୨୯୪, ୩୨୩ ଓ ୫୦୬ରେ ଏକ ମାମଲା (ନଂ. ୪୨୩/୧୯) ରୁଜୁ କରି ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଗ୍ୟାଙ୍ଗ୍‌ ଉତ୍ପାତରେ ବସ୍ତିବାସିନ୍ଦା ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସୀମା ଉକ୍ତ ବସ୍ତିରେ ପରିବାର ସହ ରହୁଛନ୍ତି। ଏକ ସଙ୍ଗଠନର ସହଯୋଗରେ ସେ ତାଙ୍କ ବସ୍ତିରେ ଚୋରା ମଦ ବେପାର ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗତବର୍ଷ ମଦ ବ୍ୟବସାୟୀ ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏନେଇ ଥାନାରେ ସୀମା ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ବସିପଡିଥିଲା। ଅଭିଯୁକ୍ତମାନେ କିଛିଦିନ ଫେରାର ହେବା ପରେ ପୁଣି ବସ୍ତିକୁ ଆସି ବ୍ୟବସାୟ କରିବା ସହ ବସ୍ତି ଲୋକଙ୍କୁ ଡରାଇ ରଖିଛନ୍ତି। ସେମାନେ ପୂର୍ବରାଗ ରଖି ଗତ ୧୫ ତାରିଖ ରାତିରେ ସୀମାଙ୍କ ଘର ଆଗରେ ଥିବା ଏକ ଅଟୋର କାଚ ଭାଙ୍ଗି ଦେଇଥିଲେ। ସିସିଟିଭି ଯାଞ୍ଚ କରି ସୀମା ଅଭିଯୁକ୍ତଙ୍କ ସମ୍ପର୍କରେ ଜାଣିବା ପରେ ଥାନାକୁ ଅଭିଯୋଗ କରିବାକୁ ବାହାରୁଥିଲେ। ଏହି ସମୟରେ ଅଭିଯୁକ୍ତ କ୍ରିଷ୍ଣା, ସନିଆ କୁଞ୍ଜ, ଡି.ସୀମାଞ୍ଚଳ ଓ ଅଭିମାନ ପ୍ରଧାନ ତାଙ୍କ ଘର ଭିତରକୁ ଖଣ୍ଡା ଓ ବନ୍ଧୁକ ଧରି ନିଶାଗ୍ରସ୍ତ ଅବସ୍ଥାରେ ପଶିଥିଲେ। ସୀମାଙ୍କ ମୁଣ୍ଡରେ ବନ୍ଧୁ ଲଗାଇ ହତ୍ୟା ଧମକ ଦେଇଥିଲେ। ଥାନାକୁ ଗଲେ ଜୀବନରୁ ମାରି ଦେବେ ବୋଲି କହିବା ସହ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ପୁଣି ଶନିବାର ରାତି ପ୍ରାୟ ୧୨ଟାରେ ପରିବାର ଲୋକେ ଶୋଇଥିବାବେଳେ ୪ଜଣ ଅଭିଯୁକ୍ତ ତାଙ୍କ ଘର ଆଗରେ ଥିବା ଅଟୋରେ ପେଟ୍ରୋଲ ପକାଇ ନିଅଁା ଲଗାଇ ଦେଇଥିଲେ। ଅଟୋ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଲିଭାଇବାକୁ କଚେଷ୍ଟା କରି ବିଫଳ ହୋଇଥିଲେ। ଗରିବ ଶ୍ରେଣୀର ସୀମା ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ଏବେ ଅଟୋ ପୋଡ଼ି ଯାଇଥିବାରୁ ଚିନ୍ତାରେ ରହିଛନ୍ତି। ଏନେଇ ତଦନ୍ତ ଅଧିକାରୀ ଅରୁଣ କୁମାର ଖିଲାର କହିଛନ୍ତି, ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri