ଚୋରା ପଥର ଚାଲାଣ ର଼୍ୟାକେଟରେ ପୋଲିସ ବାବୁ:ଇନ୍ସପେକ୍ଟର ରଞ୍ଜିତ ସାହୁ ନିଲମ୍ବିତ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ଖୋର୍ଦ୍ଧା ପଥର ଚାଲାଣରେ ସଂପୃକ୍ତଥିବା ଦୁଇ ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା ଏବଂ ରଞ୍ଜିତ ସାହୁଙ୍କୁ ଏସ୍‌ଟିଏଫ ଗିରଫ କରିବା ପାଇଁ ବାଟ ଫିଟିଛି। ଗତ ୧୬ ତାରିଖରେ ଇନ୍ସପେକ୍ଟର ବିକ୍ରମଙ୍କୁ ନିଲମ୍ବିତ କରାଯାଇଥିବାବେଳେ ମଙ୍ଗଳବାର ରଞ୍ଜିତଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ବିନା କାରଣରେ ଛୁଟିରେ ରହିବା ଓ ନୋଟିସ ସତ୍ତ୍ୱେ ଜବାବ ନ ଦେବା କାରଣରୁ ତାଙ୍କ ଉପରେ ଏହି ପଦକ୍ଷେପ ନିଆଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ଦର୍ଶାଯାଇଛି।
ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧିକାରୀ ଥିବା ରଞ୍ଜିତଙ୍କୁ ସୋମବାର ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ଖଣି ଓ ନିଶା ମାଫିଆଙ୍କ ସହ ଲିଙ୍କ୍‌ର ପ୍ରମାଣ ପାଇବାପରେ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି। ତେଣୁ ଏବେ ଏସ୍‌ଟିଏଫ୍‌ ରଞ୍ଜିତଙ୍କ ସହ ବିକ୍ରମଙ୍କୁ ଗିରଫ ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଛି। ହେଲେ ସେମାନେ ଫେରାର ରହି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଉଦ୍ୟମ ଚଳାଇଛନ୍ତି। ଏସ୍‌ଟିଏଫ୍‌ ସେମାନଙ୍କର କୌଣସି ପତ୍ତା ପାଉ ନ ଥିବାରୁ ପଳାତକ ଘୋଷଣା କରାଯାଇପାରେ ବୋଲି ସୂଚନା ମିଳିଛି। ଜଣେ ଅଧିକାରୀ କହିଛନ୍ତି, ସେମାନଙ୍କ ଘରେ ଲଟ୍‌କା ଲଗାଯିବ। ଏହାସତ୍ତ୍ୱେ ଯଦି ସେମାନେ ପୋଲିସ ନିକଟରେ ଆତ୍ମସମର୍ପଣ ନ କରନ୍ତି, ତେବେ ଉଭୟଙ୍କୁ ପଳାତକ ଘୋଷଣା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ।
ଅନ୍ୟପକ୍ଷରେ ଏସ୍‌ଟିଏଫ୍‌ ଉଭୟଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ ଦାବି ଉଠୁଛି। କାରଣ ଉଭୟ ଖୋର୍ଦ୍ଧା ଜିଲାରେ ଥିବାବେଳେ ନିଜ ପଦବୀର ଅପବ୍ୟବହାର କରି ଖଣି ମାଫିଆଙ୍କୁ ଅନୁକମ୍ପା ଓ ସୁରକ୍ଷା ଦେଇଥିଲେ। ସେହିଭଳି ନିଶା ମାଫିଆ ଛୋଟା ଓ ଅନ୍ୟ କେତେଜଣଙ୍କୁ ସେମାନଙ୍କ ଅପରାଧ ସାମ୍ରାଜ୍ୟ ବିସ୍ତାର କରିବାରେ ସହଯୋଗ କରିଥିଲେ। ଏଥିପାଇଁ ଦୁଇ ଥାନା ଅଧିକାରୀ ଓ ସେମାନଙ୍କ ପରିବାର ଲୋକଙ୍କ ଆକାଉଣ୍ଟକୁ ବିପୁଳ ଟଙ୍କା ଆସିଥାଇପାରେ। ଯାଞ୍ଚ କରାଗଲେ ଆହୁରି ବହୁ ଗୁମର ପଦାକୁ ଆସିବ। ଏପରି କି ଅନେକ ସମୟରେ ଏହି ଦୁଇ ଅଧିକାରୀ ଖୋର୍ଦ୍ଧାର ଏକ ନିର୍ଦ୍ଦିଷ୍ଟ ହୋଟେଲରେ ଅପରାଧୀଙ୍କ ସହ ଏକାଠି ହୁଅନ୍ତି। କଳାକାରବାର ଓ ଅପରାଧର ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିବା ସହ ମଉଜମସ୍ତି କରନ୍ତି। ଏସ୍‌ଟିଏଫ୍‌ ଏହା ଉପରେ ତଦନ୍ତ କରିବା ସହ ସେମାନଙ୍କୁ ଗିରଫ କଲେ ଅପରାଧ ପେଡ଼ି ଖୋଲିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri