ପାଟଣା, ୧୪।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲର କାଳିଘାଇ ନିକଟରୁ ଶନିବାର ବିଳମ୍ବିତ ରାତିରେ ୨୫ଟି ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା ବେଳେ କାଳିଘାଇ ବନ ସୁରକ୍ଷା କମିଟି ପକ୍ଷରୁ କାଠ ଗୁଡିକୁ ଜବତ କରାଯାଇଛି। ଏଥି ସହିତ ଜଣେ ଏଥିରେ ସଂପୃକ୍ତ କାଠ ମାଫିଆଙ୍କୁ ଲୋକେ ଅଟକ ରଖିଛନ୍ତି । ଅନ୍ୟ ଦୁଇ ଜଣ କାଠ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ରବିବାର ଖବର ପାଇ ବନ ବିଭାଗ କର୍ମଚାରୀ ବନପାଳ ସନ୍ତୋଷ କୁମାର ପୋହି ବନରକ୍ଷୀ ପ୍ରଯୁକ୍ତା ଜେନା ପହଞ୍ଚି କାଠକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।