Categories: ଜାତୀୟ

ଚେନ୍ନାଇ ଜଳ ସଙ୍କଟ: ଭେଲୋରରୁ ଆସିଲା ପ୍ରଥମ ପାଣି ବୋଝେଇ ଟ୍ରେନ୍‌

ଭେଲୋର,୧୨।୭: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଚେନ୍ନାଇରେ ଦେଖା ଦେଇଥିଲା ଉତ୍କଟ ଜଳ ସଙ୍କଟ। ଏହାକୁ ଦୂର କରିବା ପାଇଁ ତାମିଲନାଡୁରୁ ଟ୍ରେନ୍‌ ଯୋଗେ ପାଣି ଆଣିବାକୁ ଯୋଜନା କରାଯାଇଥିଲା। ପ୍ରଥମଥର ଲାଗି ତାମିଲନାଡୁର ଭେଲୋର ଜିଲା ଜୋଲାରପେଟ ଷ୍ଟେଶନରୁ ଏକ ପାଣି ବୋଝେଇ ଟ୍ରେନ୍‌ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏଥିରେ ପାଖାପାଖି ୫୦ ହଜାର ଲିଟର ପାଣି ପରିବହନ କରାଯାଉଛି। ଶୁକ୍ରବାର ଏହା ଭିଲିଭାକମ ଷ୍ଟେଶନରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଏହି ପାଣି ଆଣିବା ଲାଗି ୬୫ କୋଟି ଟଙ୍କା ଖର୍ଚ୍ଚ ବରାଦ କରାଯାଇଛି।

Share