ଚେନ୍ନାଇରେ କାଳବୈଶାଖୀ: ଗଞ୍ଜାମର ୫୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ଘର ଭାଙ୍ଗିଲା

ପାତ୍ରପୁର,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବହୁ ଶ୍ରମିକ ଚେନ୍ନାଇରେ ରହି ଦାଦନ ଖଟୁଛନ୍ତି। ଲକଡାଉନ ପରେ ବହୁ ଶ୍ରମିକ ଚାଲିଚାଲି, ସାଇକେଲ ଓ ଜଳପଥରେ ବିପଦପୂର୍ଣ୍ଣ ଭାବେ ଘରକୁ ଫେରୁଛନ୍ତି। ଶନିବାର ଚେନ୍ନାଇରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ତିରିବୁଲ ଜିଲାରେ ଭାରତ ଇଲେକ୍ଟ୍ରି ପାୱାର ଲିମିଟେଡ଼ରେ କାମକରି ମିଞ୍ଜୁର ବ୍ଲକ ଆତିପାଟୁ ଗ୍ରାମ ଭବାନୀ ଲେବର କଲୋନିରେ ରହୁଥିବା ପାତ୍ରପୁର ବ୍ଲକ ଗୁଣ୍ଡ୍ରା ଗ୍ରାମର କିଶୋର ସେଠୀ, ଷିଷ୍ଟୁ ମାଧବ ରାଓ, ଗଙ୍ଗାଧର ପାତ୍ର, ଅର୍ଜୁନ ସେଠୀଙ୍କ ସମେତ ରଙ୍ଗେଇଲୁଣ୍ଡା ବ୍ଲକ କନିଷି ଓ ଚିକିଟି ବ୍ଲକ ସୁନ୍ଦରଡ଼ା ଆଦି ଅଞ୍ଚଳର ୫୦ରୁ ଉର୍ଦ୍ଦ ଶ୍ରମିକ ରହୁଥିଲେ। ଶନିବାର ରାତିରେ ଶୋଇଥିବାବେଳେ ଭୋର ପ୍ରାୟ ୩ଟାରେ ଝଡବର୍ଷା ହୋଇଥିଲା। ପବନରେ ଟିଣ ଉଡିଯିବାସହ ଘରେ ବର୍ଷାପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି। ଶ୍ରମିକମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନେ ପହଞ୍ଚତ୍ ଖାଦ୍ୟ ସାମଗ୍ରୀ ଦେବାସହ ଟିଣ ଛପର ପକାଇବା ବ୍ୟବସ୍ଥା କରୁଛନ୍ତି।