ଚେନ୍ନାଇରୁ ଚୋରିକରି ଓଡ଼ିଶାରେ ଗିରଫ ହେଲେ ଯୁବକ

ଆନନ୍ଦପୁର,୫। ୧୦(ସ୍ବ.ପ୍ର.): ଚେନ୍ନାଇରୁ ଚୋରି କରିଥିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ଦରଡ଼ିପାଳ ଗ୍ରାମର ଜଣେ ଯୁବକଙ୍କୁ ଶୁକ୍ରବାର ରାତିରେ ଚେନ୍ନାଇ ପୋଲିସ ଗିରଫ କରିଛି। ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ଘର ଘସିପୁରା ଥାନା ତରଡ଼ିପାଳ ଗାଁରେ।
ପ୍ରକାଶ ଯେ, ଅଭିଯୁକ୍ତ ଜଣଙ୍କ କିଛି ବର୍ଷ ହେବ ଚେନ୍ନାଇର ଜଣେ ବ୍ୟବସାୟୀଙ୍କ ଘରେ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ସେଠାରୁ ସେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ଧରି ଫେରାର ହୋଇଯାଇଥିବା ଚେନ୍ନାଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। କେନ୍ଦୁଝର ଜିଲା ପୋଲିସ ଏବଂ ଚେନ୍ନାଇ ପୋଲିସର ମିଳିତ ଉଦ୍ୟମରେ ସଂପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।