Posted inଖେଳ

ଚେତନ ଶର୍ମାଙ୍କ ପରେ ସାମିଙ୍କ ହ୍ୟାଟ୍ରିକ

ସାଉଥାମ୍ପ୍‌ଟନ, ୨୩।୬ (ପି.ଟି.)- ବିଶ୍ୱକପ୍‌ରେ ହ୍ୟାଟ୍ରିକ ଉଇକେଟ ହାସଲ କରିବାରେ ମହମ୍ମଦ ସାମି ଭାରତର ଦ୍ୱିତୀୟ ବୋଲର ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ଚେତନ ଶର୍ମା ୧୯୮୭ ବିଶ୍ୱକପ୍‌ରେ ନାଗପୁରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଶନିବାର ଆଫଗାନିସ୍ତାନ ବିପକ୍ଷରେ ସାମି ଅନ୍ତିମ ଓଭରର ତୃତୀୟ ବଲ୍‌ରେ ମହମ୍ମଦ ନବୀ, ଚତୁର୍ଥ ବଲ୍‌ରେ ଅଫତାବ ଆଲମ ଓ ପଞ୍ଚମ ବଲ୍‌ରେ ମୁଜିବ-ଉର- ରହମାନଙ୍କୁ ଆଉଟ କରି ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଚେତନ ଓ ସାମିଙ୍କ ସମେତ ଏପର୍ଯ୍ୟନ୍ତ ମୋଟ ଉପରେ ବିଶ୍ୱକପ୍‌ରେ ୯ଜଣ ବୋଲର ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ସେମାନେ ହେଲେ ପାକିସ୍ତାନର ସାକଲିନ ମୁସ୍ତାକ, ଶ୍ରୀଲଙ୍କାର ଚାମିଣ୍ଡା ଭାସ, ଅଷ୍ଟ୍ରେଲିଆର ବ୍ରେଟ୍‌ ଲି, ଶ୍ରୀଲଙ୍କାର ଲସିଥ ମାଲିଙ୍ଗା, ଓ୍ବେଷ୍ଟଇଣ୍ଡିଜର କେମର ରୋଚ, ଲସିଥ ମାଲିଙ୍ଗା, ଇଂଲଣ୍ଡର ଷ୍ଟିଭେନ ଫିନ୍‌ ଓ ଦକ୍ଷିଣ ଆଫ୍ରିକାର ଜେପି ଡୁମିନି। ତେବେ ମାଲିଙ୍ଗା ବିଶ୍ୱକପ୍‌ରେ ଦୁଇଥର ହ୍ୟାଟ୍ରିକ ଅର୍ଜନ କରିସାରିଛନ୍ତି। ମୋଟ୍‌ ଉପରେ ବିଶ୍ୱକପ୍‌ରେ ବୋଲରମାନେ ୧୦ଥର ହ୍ୟାଟ୍ରିକ୍‌ ଉଇକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri