ପାଟଣା, ୩୦ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ କମାରମରା ଚେକଡ୍ୟାମରେ ବୁଡି ଜଣେ ୫୫ବର୍ଷୀୟ ବ୍ୟକ୍ତିଙ୍କର ବୁଧବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରଖ ଜିଲା ବନ୍ତ ଥାନା ଜିରାଣ ଗ୍ରାମ ଆଦିବାସୀ ସାହିର ଗୋବର୍ଦ୍ଧନ ହୋ।
ଲକ୍ଡାଉନ ପୂର୍ବରୁ ଗୋବର୍ଦ୍ଧନ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ପଡ଼ିଆର ସାହିର ସମୁଦି ଘରକୁ ଆସି ଆଉ ଗାଁ କୁ ଫେରିପାରି ନ ଥିଲେ। ବୁଧବାର ଦୁଇ ସମୁଦି ୨ଟି ସାଇକେଲରେ ଗୋବର୍ଦ୍ଧନଙ୍କ ପୁରୁଣା ଗ୍ରାମ ସାହାରପଡା ବ୍ଲକ ବୁଧୁ ସାହିକୁ ବୁଲିବାକୁ ଆସିଥିଲେ। ଫେରିବା ବେଳେ ଗୋବର୍ଦ୍ଧନ କମାରମରା ନାଳରେ ବନ୍ଧାଯାଇଥିବା ଚେକଡ୍ୟାମରେ ସାଇକେଲକୁ ଟେକି ପାର ହେବାକୁ ଚେଷ୍ଟା କରୁଥିବା ବେଳେ ପାଣିରେ ପଡିଯାଇଥିଲେ। ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲେ ହେଁ ବନ୍ଧରେ ବେଶୀ ପାଣିଥିବାରୁ ଶବ ଉଦ୍ଧାର ହୋଇ ପାରି ନ ଥିଲା। ଗୁରୁବାର ଡ୍ୟାମରୁ ପାଣି ଛାଡିବା ପରେ ଶବ ଉଦ୍ଧାର କରି ପାଟଣା ପୋଲିସ ପକ୍ଷରୁ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୨/୨୦) ରୁଜୁ କରାଯାଇଛି। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Posted inଆମ ଜିଲା ଖବର, କେନ୍ଦୁଝର View All
ବୈତରଣୀ ନଦୀ ପାର୍ ହୋଇଆସିଲା ହାତୀ: ଲୋକେ ଭୟଭୀତ
ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ
ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍...
ଜିଲା ପାଇଁ ଗୌରବ ଆଣିଲେ ନେହେରୁ: ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ…
ନୂଆପଡା,୩୦।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଭାଲେଶ୍ବର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଲୟର ଦଶମ ଶ୍ରେଣୀ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଦ୍ବିତୀୟ ସ୍ଥାନ...
PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ
ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...
ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ
ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...
ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ
ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...
୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର
ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...
ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା
ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...
Archives


