ପାଟଣା, ୩୦ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ କମାରମରା ଚେକଡ୍ୟାମରେ ବୁଡି ଜଣେ ୫୫ବର୍ଷୀୟ ବ୍ୟକ୍ତିଙ୍କର ବୁଧବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରଖ ଜିଲା ବନ୍ତ ଥାନା ଜିରାଣ ଗ୍ରାମ ଆଦିବାସୀ ସାହିର ଗୋବର୍ଦ୍ଧନ ହୋ।
ଲକ୍ଡାଉନ ପୂର୍ବରୁ ଗୋବର୍ଦ୍ଧନ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ପଡ଼ିଆର ସାହିର ସମୁଦି ଘରକୁ ଆସି ଆଉ ଗାଁ କୁ ଫେରିପାରି ନ ଥିଲେ। ବୁଧବାର ଦୁଇ ସମୁଦି ୨ଟି ସାଇକେଲରେ ଗୋବର୍ଦ୍ଧନଙ୍କ ପୁରୁଣା ଗ୍ରାମ ସାହାରପଡା ବ୍ଲକ ବୁଧୁ ସାହିକୁ ବୁଲିବାକୁ ଆସିଥିଲେ। ଫେରିବା ବେଳେ ଗୋବର୍ଦ୍ଧନ କମାରମରା ନାଳରେ ବନ୍ଧାଯାଇଥିବା ଚେକଡ୍ୟାମରେ ସାଇକେଲକୁ ଟେକି ପାର ହେବାକୁ ଚେଷ୍ଟା କରୁଥିବା ବେଳେ ପାଣିରେ ପଡିଯାଇଥିଲେ। ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲେ ହେଁ ବନ୍ଧରେ ବେଶୀ ପାଣିଥିବାରୁ ଶବ ଉଦ୍ଧାର ହୋଇ ପାରି ନ ଥିଲା। ଗୁରୁବାର ଡ୍ୟାମରୁ ପାଣି ଛାଡିବା ପରେ ଶବ ଉଦ୍ଧାର କରି ପାଟଣା ପୋଲିସ ପକ୍ଷରୁ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୨/୨୦) ରୁଜୁ କରାଯାଇଛି। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Posted inଆମ ଜିଲା ଖବର, କେନ୍ଦୁଝର View All
ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ
କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…
ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍ପରଙ୍କ ଜୀବନ, ଚାଳକ…
ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
ମଦ ପିଇ ବସ୍ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍ ଆନାଲାଇଜର୍ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍ ସସ୍ପେଣ୍ଡ ସହ…
ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…
ଫାସଡ୍ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍ପର…
ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍ ଶୁକତେଲ ନଦୀ…
ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…
ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…
ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…
ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…
ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ
ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…
Archives

