ଚୁପ୍‌ ରହିବାର ଆଦେଶ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଲୋକେ କହନ୍ତି ଯେ ଦେଶର ଜାହାଜ ହେଉଛି ଏକମାତ୍ର ଜାହାଜ ଯାହା ସବା ଉପରୁ ଲିକ୍‌ କରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଏପରି ଲିକ୍‌ ହେଉଥିବା ବା ଏହାର ବରିଷ୍ଠ ବାବୁମାନେ ଚାଲୁ ରହିଥିବା ତଦନ୍ତ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗଣମାଧ୍ୟମକୁ ପ୍ରକାଶ କରିଦେଉଥିବା ଘଟଣାରେ ଉଦ୍‌ବେଗ ପ୍ରକାଶ କରି ନିର୍ଦ୍ଦେଶାଳୟ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟାଳୟରେ ବାବୁମାନଙ୍କୁ ଚୁପ୍‌ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ତାଙ୍କର ଅଫିସରମାନଙ୍କୁ ଗଣମାଧ୍ୟମ ସହ ଅବାଞ୍ଛିତ କଥାବାର୍ତ୍ତା ନ କରିବା ଓ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବିଫଳ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ମିଶ୍ର ଏକ ସର୍କୁଲାର ଜାରି କରିଛନ୍ତି ଯେଉଁଥିରେ ଲେଖା ଅଛି: ଚାଲୁ ରହିଥିବା କିଛି ତଦନ୍ତ କାର୍ଯ୍ୟ ସମ୍ବନ୍ଧରେ କେତେକ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। ଏହାଫଳରେ ତଦନ୍ତ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି। ଗତବର୍ଷ ଏ ନେଇ ଏକ ସର୍କୁଲାର ଜାରି କରାଯାଇଥିଲା, ଯାହାକୁ କେହି ମାନିବାର ଦେଖାଯାଉ ନାହିଁ। ତେଣୁ ଏଣିକି ଯଦି କେହି ଗଣମାଧ୍ୟମ ଆଗରେ ତଥ୍ୟ ପ୍ରକାଶ କରନ୍ତି, ତେବେ ତାଙ୍କ ବିରୋଧରେ ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇଡି ମୁଖ୍ୟାଳୟ ଅର୍ଥ ତୋସରପାତ, ହାଓ୍ବଲା କାରବାର ସମ୍ବନ୍ଧିତ ହାଇ-ପ୍ରୋଫାଇଲ ମାମଲାର ତଦନ୍ତ କରିବା ସହ ଦେଶରେ ରହିଥିବା ଇଡିର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ଦ୍ୱାରା ପରିଚାଳିତ ତଦନ୍ତ କାର୍ଯ୍ୟର ଦେଖାରଖା କରୁଛି। ଏହା ଉପରେ ଗଣମାଧ୍ୟମର ଆଗ୍ରହ ରହିବା ସ୍ବାଭାବିକ। କିନ୍ତୁ ଗଣମାଧ୍ୟମକୁ ତଥ୍ୟ ପ୍ରକାଶ ନ କରିବା ଲାଗି ଇଡିର ପୂର୍ବ ନିର୍ଦ୍ଦେଶନାମା କେହି ପାଳନ କରୁ ନ ଥିବା ଦେଖାଯାଉଛି। ଏଣିକି ଯଦି କେହି ନିର୍ଦ୍ଦେଶନାମା ପାଳନରେ ବିଫଳ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଶ୍ର ଚେତାଇଦେଇଛନ୍ତି।
ଗ୍ରୀଷ୍ମ ଡରରେ ପଳାୟନ
ଉତ୍ତରାଖଣ୍ଡର ବନ ଅଧିକାରୀମାନଙ୍କ ପାଇଁ ଗ୍ରୀଷ୍ମଋତୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ। କାରଣ ଏହି ଋତୁରେ ଶୁଷ୍କ ପାର୍ବତ୍ୟାଞ୍ଚଳ ଜଙ୍ଗଲରେ ନିଆଁ ଲାଗି ଧନଜୀବନ ହାନି ଘଟିଥାଏ। ଚଳିତବର୍ଷ ରାଜ୍ୟର ପ୍ରାୟ ସବୁ ଜିଲାରେ ୯୦୦ ହେକ୍ଟରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ତେଣୁ ଶହ ଶହ ହେକ୍ଟର ଜଙ୍ଗଲ ଜଳୁଥିବା ବେଳେ ଭାରତୀୟ ବନସେବାର ଅନେକ ବରିଷ୍ଠ ବାବୁ ଯଥା ମୁଖ୍ୟ ବନ ସଂରକ୍ଷକ ବିବେକ ପାଣ୍ଡେ, ବନ ସଂରକ୍ଷକ ପରାଗ ମଧୁକର ଧକଟେ ଓ ବନଖଣ୍ଡ ଅଧିକାରୀ ନୀତୀଶ ମଣି ତ୍ରିପାଠୀ ଷ୍ଟଡି ଟୁର୍‌ରେ ଦୁଇ ସପ୍ତାହ ପାଇଁ ଇଂଲଣ୍ଡ ଓ ପୋଲାଣ୍ଡ ଯିବା ଘଟଣାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଯାହା ଜଣାଯାଏ ନଂଧୌର ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘଙ୍କ ପାଦଚିହ୍ନ ଉପରେ ଅଧ୍ୟୟନ ସମ୍ପର୍କରେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ଓ ଲଣ୍ଡନର ପ୍ରାଣୀବିଜ୍ଞାନ ସୋସାଇଟି ମଧ୍ୟରେ ହେଉଥିବା ଏକ ମିଳିତ କାର୍ଯ୍ୟକ୍ରମରେ ଏହି ବାବୁମାନେ ଅଂଶଗ୍ରହଣ କରିବେ। ସେମାନଙ୍କ ଅନୁପସ୍ଥିତିରେ ମୁଖ୍ୟ ବନ ସଂରକ୍ଷକ ଜୟ ରାଜ କିଂକର୍ତ୍ତବ୍ୟବିମୂଢ଼ ହୋଇ ବନବାସୀ ଓ କୃଷକମାନଙ୍କୁ ନିୟମିତଭାବେ ଜଙ୍ଗଲର ଦେଖାରଖା କରିବା ପାଇଁ ପରାମର୍ଶ ଦେଇଛନ୍ତି। ନିଶ୍ଚିତ ଭାବେ ଜଙ୍ଗଲ ଜଳୁଥିବା ସମୟରେ ବରିଷ୍ଠ ବାବୁମାନେ ବିଦେଶ ଯାତ୍ରା କରି ଶୀତଳତା ଉପଭୋଗ କରିବା ଏକ ଉତ୍ତମ ଯୋଜନା ନୁହେଁ।
ଉଚ୍ଚ ପଦବୀରେ ନୂଆ ମୁହଁ
ମୋଦି ୨.୦ ସରକାରର ପ୍ରଥମ ନିଷ୍ପତ୍ତି ସ୍ବରୂପ ବରିଷ୍ଠ ସୁରକ୍ଷା, ପ୍ରତିରକ୍ଷା ଓ ଅମଲାତାନ୍ତ୍ରିକ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନୂତନ ନିଯୁକ୍ତି ପ୍ରଦାନ କରାଯିବ, ଯେଉଁ ପଦବୀଗୁଡ଼ିକରେ ବର୍ତ୍ତମାନ ରହିଥିବା ବାବୁମାନେ କିଛି ସପ୍ତାହ ଭିତରେ ଅବସର ନେବାକୁ ଯାଉଛନ୍ତି। କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନା ତାଙ୍କର ଦୁଇବର୍ଷିଆ ବର୍ଦ୍ଧିତ କାର୍ଯ୍ୟକାଳ ଶେଷରେ ଆସନ୍ତା ଜୁନ୍‌ ୧୨ ତାରିଖରେ ଅବସର ନେବାକୁ ଯାଉଥିବାରୁ ସରକାରଙ୍କୁ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ପଡ଼ିବ। ଜନରବ ଶୁଣିବାକୁ ମିଳୁଛି ଯେ, ସ୍ବରାଷ୍ଟ୍ର ସଚିବ ଥିବା ୧୯୮୨ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡର ବାବୁ ରାଜୀବ ଗୌବା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ଦୌଡ଼ରେ ସବା ଆଗରେ ଅଛନ୍ତି। ସେହିପରି ଚଳିତ ମାସ ଶେଷ ସୁଦ୍ଧା ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ର ଅବସର ନେବାକୁ ଯାଉଥିବାରୁ ସରକାରଙ୍କୁ ତାଙ୍କ ସ୍ଥାନରେ ଜଣେ ନୂଆ ବାବୁଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ। ସୂଚନା ଅନୁସାରେ ଏହି ପଦବୀ ଲାଗି ତିନିଜଣ ବିହାର କ୍ୟାଡର ଅଫିସର ଯଥା ପରିବେଶ ସଚିବ ସି.କେ. ମିଶ୍ର, ଶିଳ୍ପ ସଚିବ ରମେଶ ଅଭିଷେକ ଓ ଗ୍ରାମ୍ୟ ଉନ୍ନୟନ ସଚିବ ଅମରଜିତ୍‌ ସିହ୍ନା ପ୍ରମୁଖ ଦାବିଦାର ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କ କାର୍ଯ୍ୟକାଳକୁ ନବୀକରଣ କରାଯିବ କି ନା ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଯଦି ସ୍ବଳ୍ପ ଅବଧି ପାଇଁ ନୃପେନ୍ଦ୍ର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଏ, ତେବେ ଅତିରିକ୍ତ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କୁ ତାଙ୍କ ସ୍ଥାନକୁ ପଦୋନ୍ନତି ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ପୁଣି ଗୁଜବ ଶୁଣିବାକୁ ମିଳୁଛି ଯେ, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପୁଣି ଅଣାଯାଇପାରେ। ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ଓ ତଦନ୍ତ ବ୍ୟୁରୋ (ଆଇବି)ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ବର୍ତ୍ତମାନର ର ସଚିବ ଅନିଲ କୁମାର ଧସମାନା ଓ ଆଇବି ନିର୍ଦ୍ଦେଶକ ରାଜୀବ ଜୈନଙ୍କୁ ଡିସେମ୍ବର ୨୦୧୮ରେ ଛଅମାସିଆ ସମ୍ପ୍ରସାରଣ ଦିଆଯାଇଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri