ଚୁଆପାଣି ପିଉଛନ୍ତି କାଣ୍ଡସିଲିବାସୀ

ଟିକିରି,୫ା୨(ଡି.ଏନ୍‌.ଏ.) – ରାୟଗଡ଼ା ଜିଲା କାଶୀପୁର ବ୍ଲକ ପୋଡାପାଡି ପଞ୍ଚାୟତରେ ରହିଛି କାଣ୍ଡସିଲି ଗ୍ରାମ ା ଏଠାରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ା ତେଣୁ ଚୁଆ ପାଣି ଉପରେ ନିର୍ଭର କରିବାକୁ ପଡ଼ୁଛି ା ଏମିତି କି ଗାଁକୁ ଗୋଟିଏ ଭଲ ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଏନେଇ ବାରମ୍ବାର ଜଣାଇଲେ ମଧ୍ୟ କେହି ଆମ କଥା ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ଏହି ଗ୍ରାମରେ ପ୍ରାୟ ୧୪ ଆଦିବାସୀ ପରିବାର ବସବାସ କରୁଛନ୍ତି ା ଗାଁରେ ଗୋଟିଏ ନଳକୂପ ରହିଛି ା ହେଲେ ସେଥିରୁ ପାଣି ବାହାରୁ ନାହିଁ ା ଆଉ ଯେତେବେଳେ ବାହାରୁଛି ତାହା ବ୍ୟବହାର ଉପଯୋଗୀ ନୁହେଁ ା ତେଣୁ ଗାଁ ଲୋକେ ବର୍ଷ ବର୍ଷ ଧରି ପାନୀୟ ଜଳ ପାଇଁ ଅସୁବିଧା ଭୋଗୁଛନ୍ତି ା ବିଶୁଦ୍ଧ ପାନୀୟ ଜଳ ପାଇବା ସେମାନଙ୍କ ପାଇଁ ସ୍ବପ୍ନ ହୋଇଯାଇଛି ା ତେଣୁ ଲୋକେ ବାଧ୍ୟ ହୋଇ ନିକଟସ୍ଥ ନାଳ ଓ ଚୁଆ ଉପରେ ନିର୍ଭର କରିଥାନ୍ତି ା ଏହି ପଞ୍ଚାୟତରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଓ ଏରିଆ ବ୍ଲକ ଚେୟାରମ୍ୟାନ୍‌ ଥିଲେ ସୁଦ୍ଧା ଉକ୍ତ ଗ୍ରାମ ପ୍ରତି କାହାରି ଆନ୍ତରିକତା ନ ଥିବା ଗ୍ରାମର ବୁଡୁ ମାଝି, କୃଷ୍ଣ ମାଝି, ଓଡ଼ିଆ ମାଝି, ସୀତାଇ ମାଝି, ପାଲଙ୍ଗ ମାଝି, କସ ମାଝି ପ୍ରମୁଖ ଗ୍ରାମବାସୀ କହିଛନ୍ତି ା ସେହିପରି କାଣ୍ଡସିଲି ଗ୍ରାମକୁ ଯିବା ପାଇଁ ଏକ ପକ୍ଲା ରାସ୍ତାଟିଏ ନାହିଁ ା ଫଳରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ା ତୁରନ୍ତ ଏହି ଗ୍ରାମରେ ଏକ ପକ୍କାରାସ୍ତା ସହିତ ପାନୀୟ ଜଳ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି ା ଏ ନେଇ ଜେଇ ଦାମୋଦର ମଲ୍ଲିକଙ୍କୁ ପଚାରିବାରୁ, ବର୍ତ୍ତମାନ ସୁଦ୍ଧା ମୋ ପାଖରେ କେହି ସମସ୍ୟା ନେଇ ଜଣାଇ ନାହାନ୍ତି ା ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

କେସିଙ୍ଗା ବ୍ଲକରେ ୧୧ ପରୀକ୍ଷା କେନ୍ଦ୍ର: ମାଟ୍ରିକ ପରୀକ୍ଷା ଦେଉଛନ୍ତି ୧୮୦୭ ଜଣ ପରୀକ୍ଷାର୍ଥୀ

କେସିଙ୍ଗା,୧୯।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ୧୧ଟି ପରୀକ୍ଷା କେନ୍ଦ୍ରରେ ୧୮୦୭ଜଣ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷାଦେବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri