ଚିଲିକାରେ ଗ୍ରୀଷ୍ମକାଳୀନ ପକ୍ଷୀ ଗଣନାରୌଦ୍ରତାପ ସତ୍ତ୍ୱେ ୧୦୬ ପ୍ରଜାତିର ୩୮ହଜାର ପକ୍ଷୀଙ୍କ ସମାଗମ

ବାଲୁଗାଁ,୨୮ା୫(ଡି.ଏନ.ଏ.): ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ନୀଳାମ୍ବୁ ଚିଲିକାରେ ୧୦୬ ପ୍ରଜାତିର ୩୮ ହଜାର ୨୭୧ଟି ପକ୍ଷୀ ଅବସ୍ଥାନ କରିଛନ୍ତି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଥିବା ଗ୍ରୀଷ୍ମକାଳୀନ ପକ୍ଷୀଗଣନା ରିପୋର୍ଟରୁ ଏହା ଜଣାଯାଇଛି ା ଗତବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି ା ଗତବର୍ଷ ଏହି ସମୟରେ ୯୭ ପ୍ରଜାତିର ୫୦,୫୪୧ ପକ୍ଷୀ ଥିଲେ।
ଚଳିତବର୍ଷ ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜ ଅଞ୍ଚଳରେ ଗ୍ରୀଷ୍ମକାଳୀନ ପକ୍ଷୀଗଣନା ଗତ ୨୧ ତାରିଖରେ ଅନୁଷ୍ଠିତ ହୋଇଥିଲା ା ବାଲୁଗାଁ, ଟାଙ୍ଗୀ, ସାତପଡ଼ା, ଚିଲିକା ଓ ରମ୍ଭା ରେଞ୍ଜର ସମସ୍ତ କର୍ମଚାରୀ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ସୋମବାର ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମଗ୍ର ଚିଲିକାରେ ୧୦୬ ପ୍ରଜାତିର ୩୮ହଜାର ୨୭୧ ପକ୍ଷୀଙ୍କ ସମାଗମ ହୋଇଛି ା ସେଥିମଧ୍ୟରୁ ବିଦେଶାଗତ ୫୩ ପ୍ରଜାତିର ୨୮୯୩୨ ଥିବାବେଳେ ସ୍ଥାନୀୟ ମଧ୍ୟ ୫୩ ପ୍ରଜାତିର ୯୩୩୯ଟି ପକ୍ଷୀ ଅଛନ୍ତି। ମୋଟ ପକ୍ଷୀସଂଖ୍ୟା ମଧ୍ୟରୁ ନଳବଣରେ କେବଳ ୯୨୪୬ ପକ୍ଷୀ ସମାଗମ ହୋଇଛନ୍ତି। ସର୍ବାଧିକ ସଂଖ୍ୟାରେ ଓପୋନ୍‌ ବିଲ୍‌ ଷ୍ଟର୍କ (ଗେଣ୍ଡାଳିଆ) ପ୍ରଜାତି ଥିବାବେଳେ ଦେଶୀୟ ପାଣିକୂଆ ପ୍ରଜାତିର ଅଧିକ ସଂଖ୍ୟାରେ ଦୃଷ୍ଟିଗୋଚର ହୋଇଛି। ଟାଙ୍ଗୀ ରେଞ୍ଜର ଭୂଷଣ୍ଡପୁର ଓ ମଙ୍ଗଳାଯୋଡି ଚିଲିକା ଅଞ୍ଚଳରେ ସର୍ବାଧିକ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ବିକାଶ ରଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ କର୍ମଚାରୀମାନେ ୨୧ ତାରିଖ ଭୋର ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରତି ଗ୍ରୁପକୁ ଗୋଟିଏ ଲେଖାଏ ଡଙ୍ଗା, ବାଇନାକୁଲାର, ଓ୍ବାକିଟକି, ଜିପିଏସ୍‌ ଆଦି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଥିଲା। ଶୀତଦିନେ ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରେ ହିମ ବୃଷ୍ଟି ଯୋଗୁ ଅସହ୍ୟ ଶୀତରୁ ରକ୍ଷା ପାଇବା ଏବଂ ଉପଯୁକ୍ତ ଖାଦ୍ୟ, ବାସସ୍ଥାନ ଅନ୍ବେଷଣରେ ପକ୍ଷୀମାନେ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାରେ ଅବସ୍ଥାନ କରିଥାନ୍ତି। ମାର୍ଚ୍ଚ ପହିଲା ଆଡ଼କୁ ଗ୍ରୀଷ୍ମ ଅନୁଭୂତ ହେବା ମାତ୍ରେ ଏହି ପକ୍ଷୀମାନେ ପୁନର୍ବାର ନିଜ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ତେବେ କେତେକ ପ୍ରଜାତିର ପକ୍ଷୀ ସ୍ବବାସସ୍ଥାନକୁ ନ ଫେରି ଚିଲିକାକୁ ଆଦରି ରହିଯାନ୍ତି। ପ୍ରତିବର୍ଷ ମେ’ ମାସରେ ଏହି ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟା ନିର୍ଦ୍ଧାରଣ ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଗଣନା କରାଯାଇଥାଏ।
୫ବର୍ଷରେ ଗ୍ରୀଷ୍ମକାଳୀନ ପକ୍ଷୀ ସାରଣୀ
ମସିହା ମୋଟ ପକ୍ଷୀ ସଂଖ୍ୟା ପ୍ରଜାତି
୨୦୧୫ ୪୩୫୯୩ ୧୦୮
୨୦୧୬ ୪୩୧୫୬ ୧୨୧
୨୦୧୭ ୪୧୫୬୯ ୧୧୩
୨୦୧୮ ୫୦୫୪୧ ୯୭
୨୦୧୯ ୩୮୨୭୧ ୧୦୬


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri