ଚିରନ୍ତନ ପ୍ରେମର ସନ୍ତକ ନିମୁହିଁ ମନ୍ଦିର

ସୋନପୁର,୧୫।୩(ନି.ପ୍ର.) ସୁବର୍ଣ୍ଣପୁରର ନିମୁହିଁ ମନ୍ଦିର ଏକ ବିସ୍ମୟ। ମନ୍ଦିରର ଉଚ୍ଚତା ପ୍ରାୟ ୨୫ ଫୁଟ । ଲମ୍ବ ୧୨ ଫୁଟକୁ ପ୍ରସ୍ଥ ପ୍ରାୟ ୧୨ ଫୁଟ୍‌ । ସୂକ୍ଷ୍ମ କାରୁକାର୍ଯ୍ୟର ନମୁନା ସ୍ବରୂପ ମନ୍ଦିର ଗାତ୍ରରେ ରହିଛି ନର୍ତ୍ତକୀ, ମେଣ୍ଢା ଓ ସାପ ମୂର୍ତ୍ତି। ମନ୍ଦିରର ଦ୍ୱାର ନାହିଁ କି ଠାକୁର ନାହାନ୍ତି । ପୂଜା ଉପାସନା ନିଷିଦ୍ଧ। ଏହି ମନ୍ଦିର ମଧ୍ୟଯୁଗୀୟ ତନ୍ତ୍ରପୂଜାର ସଙ୍କେତ ବହନ କରେ ବୋଲି ଅନେକେ ମତ ଦିଅନ୍ତି। ମନ୍ଦିରର ନିର୍ମାଣ ସମୟ ନିରୂପଣ ନେଇ ଭିନ୍ନ ଭିନ୍ନ ମତ ରହିଛି। ତେବେ ଏକାଧିକ ଜନଶ୍ରୁତି ଏହାକୁ ଅଧିକ ରହସ୍ୟମୟ କରିଛି।
ସୁବର୍ଣ୍ଣପୁର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଅବସ୍ଥିତ ଏହି ମନ୍ଦିର ନିର୍ମାଣ ପଛରେ ରହିଛି ଏକ ପ୍ରେମ କାହାଣୀ। ମଧ୍ୟଯୁଗୀୟ କବି ପ୍ରତାପ ରାୟ ତାଙ୍କ ଶଶିସେଣା କାବ୍ୟରେ ସେହି ପ୍ରେମ କାହାଣୀକୁ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି। ନିମୁହିଁ ମନ୍ଦିରକୁ ନେଇ ରହିଥିବା ଜନଶ୍ରୁତି ଏହି କାହାଣୀ ସହିତ ଯୋଡି ହୋଇଯାଇଛି। କଥିତ କାବ୍ୟର କାହାଣୀ ଏପରି..। ଏକଦା ଆନନ୍ଦସିଦ୍ଧ ଗୁରୁଙ୍କ ଆଶ୍ରମରେ ବିଦ୍ୟା ଶିକ୍ଷା କରୁଥିବା ଅମରାବତୀ ରାଜା ବିକ୍ରମ କେଶରୀଙ୍କ ଝିଅ ରାଜକୁମାରୀ ଶଶିସେଣା ଓ ମନ୍ତ୍ରୀ ଉତ୍ତରସେନଙ୍କ ପୁଅ ଅହିମାଣିକ୍ୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟେ ବିବାହ କରିଥିଲେ। ତେବେ ରାଜାଙ୍କ ଦଣ୍ଡ ଭୟରେ ସେମାନେ ଲୁଚି ପଳାଇ ଆସିଥିଲେ ଅମରାବତୀରୁ କାମନ୍ତପୁର(ଏବେକାର ସୁବର୍ଣ୍ଣପୁର)କୁ। ମନ୍ଦିରରେ ପୂଜା ସମୟରେ କାମନ୍ତପୁରର ତନ୍ତ୍ର ସାଧିକା ଜ୍ଞାନଦେଈ ମାଲୁଣୀ ଆକୃଷ୍ଟ ହୋଇଥିଲେ ସେଦିନ ଅହିମାଣିକ୍ୟକୁ ଦେଖି। ଅହିମାଣିକ୍ୟଙ୍କ ରୂପ ଯୌବନରେ ନିଜର କାମ ବାସନାକୁ ଚରିତାର୍ଥ କରିବା ପାଇଁ ସେ ତନ୍ତ୍ରର ପ୍ରୟୋଗରେ ଫୁଲ ଶୁଙ୍ଘାଇ ବଶ କରି ନେଇଥିଲେ ମନ୍ତ୍ରୀ ପୁତ୍ରଙ୍କୁ। ତନ୍ତ୍ର ସାଧନା ବଳରେ ସେ ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା କରି ବଶ କରି ରଖିଥିଲେ ଅହିମାଣିକ୍ୟଙ୍କୁ। ନିଖୋଜ ଅହିମାଣିକ୍ୟକୁ ଖୋଜି ନ ପାଇ ରାଜକୁମାରୀ ଶଶିସେଣା ପ୍ରାର୍ଥନା କରିଥିଲେ ମା ଭଗବତୀଙ୍କୁ। ଶେଷରେ ତାନ୍ତ୍ରିକ ଜ୍ଞାନଦେଇ ମାଲୁଣୀଙ୍କ କବଳରୁ ମୁକ୍ତ ହୋଇଥିଲେ ଅହିମାଣିକ୍ୟ। ପ୍ରେମର ସ୍ମାରକୀ ଭାବେ ତିଆରି ହୋଇଛି ଏହି ଶଶିସେଣା ମନ୍ଦିର ବା ନିମୁହିଁ ମନ୍ଦିର। ପ୍ରେମ ସତ୍ୟ, ସୁନ୍ଦର, ଶାଶ୍ୱତ ଓ ଚିରନ୍ତନ। ପବିତ୍ର ପ୍ରେମର କିମ୍ବଦନ୍ତୀ ବହନ କରେ ନିମୁହିଁ ମନ୍ଦିର। ଭାଲେଣ୍ଟାଇନ୍ସ ଡେ(ପ୍ରେମ ଦିବସ)ରେ ଏହି ମନ୍ଦିରରେ ସୁଖ ସମୃଦ୍ଧି କାମନା କରି ପୁଷ୍ପ ଅର୍ପଣ କରିଥାନ୍ତି ବହୁ ଦମ୍ପତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri