ଚିରନ୍ତନ ପ୍ରେମର ସନ୍ତକ ନିମୁହିଁ ମନ୍ଦିର

ସୋନପୁର,୧୫।୩(ନି.ପ୍ର.) ସୁବର୍ଣ୍ଣପୁରର ନିମୁହିଁ ମନ୍ଦିର ଏକ ବିସ୍ମୟ। ମନ୍ଦିରର ଉଚ୍ଚତା ପ୍ରାୟ ୨୫ ଫୁଟ । ଲମ୍ବ ୧୨ ଫୁଟକୁ ପ୍ରସ୍ଥ ପ୍ରାୟ ୧୨ ଫୁଟ୍‌ । ସୂକ୍ଷ୍ମ କାରୁକାର୍ଯ୍ୟର ନମୁନା ସ୍ବରୂପ ମନ୍ଦିର ଗାତ୍ରରେ ରହିଛି ନର୍ତ୍ତକୀ, ମେଣ୍ଢା ଓ ସାପ ମୂର୍ତ୍ତି। ମନ୍ଦିରର ଦ୍ୱାର ନାହିଁ କି ଠାକୁର ନାହାନ୍ତି । ପୂଜା ଉପାସନା ନିଷିଦ୍ଧ। ଏହି ମନ୍ଦିର ମଧ୍ୟଯୁଗୀୟ ତନ୍ତ୍ରପୂଜାର ସଙ୍କେତ ବହନ କରେ ବୋଲି ଅନେକେ ମତ ଦିଅନ୍ତି। ମନ୍ଦିରର ନିର୍ମାଣ ସମୟ ନିରୂପଣ ନେଇ ଭିନ୍ନ ଭିନ୍ନ ମତ ରହିଛି। ତେବେ ଏକାଧିକ ଜନଶ୍ରୁତି ଏହାକୁ ଅଧିକ ରହସ୍ୟମୟ କରିଛି।
ସୁବର୍ଣ୍ଣପୁର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଅବସ୍ଥିତ ଏହି ମନ୍ଦିର ନିର୍ମାଣ ପଛରେ ରହିଛି ଏକ ପ୍ରେମ କାହାଣୀ। ମଧ୍ୟଯୁଗୀୟ କବି ପ୍ରତାପ ରାୟ ତାଙ୍କ ଶଶିସେଣା କାବ୍ୟରେ ସେହି ପ୍ରେମ କାହାଣୀକୁ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି। ନିମୁହିଁ ମନ୍ଦିରକୁ ନେଇ ରହିଥିବା ଜନଶ୍ରୁତି ଏହି କାହାଣୀ ସହିତ ଯୋଡି ହୋଇଯାଇଛି। କଥିତ କାବ୍ୟର କାହାଣୀ ଏପରି..। ଏକଦା ଆନନ୍ଦସିଦ୍ଧ ଗୁରୁଙ୍କ ଆଶ୍ରମରେ ବିଦ୍ୟା ଶିକ୍ଷା କରୁଥିବା ଅମରାବତୀ ରାଜା ବିକ୍ରମ କେଶରୀଙ୍କ ଝିଅ ରାଜକୁମାରୀ ଶଶିସେଣା ଓ ମନ୍ତ୍ରୀ ଉତ୍ତରସେନଙ୍କ ପୁଅ ଅହିମାଣିକ୍ୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟେ ବିବାହ କରିଥିଲେ। ତେବେ ରାଜାଙ୍କ ଦଣ୍ଡ ଭୟରେ ସେମାନେ ଲୁଚି ପଳାଇ ଆସିଥିଲେ ଅମରାବତୀରୁ କାମନ୍ତପୁର(ଏବେକାର ସୁବର୍ଣ୍ଣପୁର)କୁ। ମନ୍ଦିରରେ ପୂଜା ସମୟରେ କାମନ୍ତପୁରର ତନ୍ତ୍ର ସାଧିକା ଜ୍ଞାନଦେଈ ମାଲୁଣୀ ଆକୃଷ୍ଟ ହୋଇଥିଲେ ସେଦିନ ଅହିମାଣିକ୍ୟକୁ ଦେଖି। ଅହିମାଣିକ୍ୟଙ୍କ ରୂପ ଯୌବନରେ ନିଜର କାମ ବାସନାକୁ ଚରିତାର୍ଥ କରିବା ପାଇଁ ସେ ତନ୍ତ୍ରର ପ୍ରୟୋଗରେ ଫୁଲ ଶୁଙ୍ଘାଇ ବଶ କରି ନେଇଥିଲେ ମନ୍ତ୍ରୀ ପୁତ୍ରଙ୍କୁ। ତନ୍ତ୍ର ସାଧନା ବଳରେ ସେ ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା କରି ବଶ କରି ରଖିଥିଲେ ଅହିମାଣିକ୍ୟଙ୍କୁ। ନିଖୋଜ ଅହିମାଣିକ୍ୟକୁ ଖୋଜି ନ ପାଇ ରାଜକୁମାରୀ ଶଶିସେଣା ପ୍ରାର୍ଥନା କରିଥିଲେ ମା ଭଗବତୀଙ୍କୁ। ଶେଷରେ ତାନ୍ତ୍ରିକ ଜ୍ଞାନଦେଇ ମାଲୁଣୀଙ୍କ କବଳରୁ ମୁକ୍ତ ହୋଇଥିଲେ ଅହିମାଣିକ୍ୟ। ପ୍ରେମର ସ୍ମାରକୀ ଭାବେ ତିଆରି ହୋଇଛି ଏହି ଶଶିସେଣା ମନ୍ଦିର ବା ନିମୁହିଁ ମନ୍ଦିର। ପ୍ରେମ ସତ୍ୟ, ସୁନ୍ଦର, ଶାଶ୍ୱତ ଓ ଚିରନ୍ତନ। ପବିତ୍ର ପ୍ରେମର କିମ୍ବଦନ୍ତୀ ବହନ କରେ ନିମୁହିଁ ମନ୍ଦିର। ଭାଲେଣ୍ଟାଇନ୍ସ ଡେ(ପ୍ରେମ ଦିବସ)ରେ ଏହି ମନ୍ଦିରରେ ସୁଖ ସମୃଦ୍ଧି କାମନା କରି ପୁଷ୍ପ ଅର୍ପଣ କରିଥାନ୍ତି ବହୁ ଦମ୍ପତି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri