ଚିନ୍ତା ବଢ଼ାଉଛି ପଡୋଶୀ ଗଞ୍ଜାମ ଜିଲା:  କନ୍ଧମାଳର ସମସ୍ତ ପ୍ରବେଶ ପଥରେ ଯାଞ୍ଚ କଡାକଡି

ଫୁଲବାଣୀ ଅଫିସ, ୧୦ା୫- କରୋନା ସଂକ୍ରମଣରେ ଗଞ୍ଜାମ ଜିଲା ରେକର୍ଡ ଭାଙ୍ଗିଛି। ସୁରଟରେ ଥିବା ପ୍ରବାସୀ ଓଡିଆ ଫେରିବା ପରେ ସେମାନଙ୍କ ମଧ୍ୟରୁ ୮୯ଜଣ ସଂକ୍ରମିତ ଥିବା ଜଣାପଡିଥିଲା। ପଡୋଶୀ କନ୍ଧମାଳକୁ ଯେପରି ଗଞ୍ଜାମରୁ କେହି ନ ଆସି ପାରିବେ ସେଥିପାଇଁ ଜିଲାର ସମସ୍ତ ପ୍ରବେଶ ପଥରେ ଯାଞ୍ଚ କଡାକଡି କରାଯାଇଛି। ଜିଲାର ୯ଟି ସୀମାକୁ ସିଲ୍‌ କରାଯାଇ ଜୋରଦାର ଚେକିଂ ଚାଲିଛି। କନ୍ଧମାଳ ଗ୍ରୀନ୍‌ ଜୋନରେ ଥିବାରୁ ଜିଲା ଭିତରେ କଟକଣାକୁ କିଛିଟା କୋହଳ କରାଯାଇଛି। ମାତ୍ର ଗଞ୍ଜାମ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ କନ୍ଧମାଳ ଲୋକଙ୍କର ଅଧିକ ପରିଚିତ ଅବା ଆତ୍ମୀସ୍ବଜନ ଗଞ୍ଜାମରେ ରହିଛନ୍ତି ।
ଏଥିସହ ଗଞ୍ଜାମର ବହୁ ଲୋକ ମଧ୍ୟ କନ୍ଧମାଳ ଜିଲାରେ ଅଛନ୍ତି। ଯିବା ଆସିବା ପ୍ରାୟତଃ ଲାଗି ରହିଛି। ବର୍ତମାନ ଜିଲାପାଇଁ ବିପଦ ସାଜିଛନ୍ତି ଜିଲା ବାହାରୁ ଆସୁଥିବା ଲୋକ। କାରଣ ଏମାନଙ୍କର ଟା୍ରଭେଲ ହିଷ୍ଟ୍ରି ମିଳିବା କଷ୍ଟକର ହେଉଛି।
ଜିଲାପାଳ ଡ଼. ବୃନ୍ଦା ଡ଼ି ଏକ ସ୍ବତନ୍ତ୍ର ପଦକ୍ଷପ ସ୍ବରୁପ କଳିଙ୍ଗା, ଚକାପାଦ, ରାଇକିଆ ଆଦି ପ୍ରବେଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହିତ ସ୍ବତନ୍ତ୍ର ଭାବେ ୪ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦେଇଛନ୍ତି। ଜିଲାରେ ଥିବା ସୁଡ୍ରୁକୁମ୍ପା ପୋଷ୍ଟ ପାଇଁ ଡ଼େପୁଟି କଲେକ୍ଟର ରତ୍ନାକର କାଣ୍ଡି, ଖଜୁରିପଡ଼ା ପାଇଁ ଅତିରିକ୍ତ ତହସିଲଦାର ମନୋଜ କୁମାର ପାଢୀ, କଳିଙ୍ଗା ପୋଷ୍ଟ ପାଇଁ ଅତରିକ୍ତ ତହସିଲଦାର ଜି.ଉଦଗିରି ରାକେଶ କୁମାର ପାତ୍ର, ଚକାପାଦ ଚାଞ୍ଚେଡ଼ାପଲ୍ଲି ପାଇଁ ଅତିରିକ୍ତ ତହସିଲଦାର ରାଇକିଆ ଆଦିଙ୍କ ସମେତ ଅନ୍ୟ ପୋଷ୍ଟ ଗୁଡିକରେ ଅନ୍ୟାନ୍ୟ ଅଧିକାରୀ ଯାଞ୍ଚ ଦାୟିତ୍ୱରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

ଗଞ୍ଜାମର ୪୧ ଡିଗ୍ରୀ କଲେଜକୁ ଅର୍ଥ ଅନୁମୋଦନ

ଭଞ୍ଜନଗର,୧୨ା୧୨(ବାବୁଲା ପ୍ରଧାନ): କଲେଜ ପଢୁଆ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ିବା ଲକ୍ଷ୍ୟ ନେଇ ସରକାର ସେମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି। ଏହିଭଳି...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ କଡ଼ା ସୁରକ୍ଷାରେ ଚାଲିଛି ଗ୍ରାମସଭା: ଗ୍ରାମବାସୀଙ୍କ ଏସବୁ ଦାବି ପୂରଣ ନ ହେଲେ…

ପାଟଣା,୧୨ା୧୨(ବୀରକିଶୋର ଦାଶ): ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଭୃଙ୍ଗରାଜପୋଷିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଆମ ଭିଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri