ସମ୍ବଲପୁର, ୧୨।୪ (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ୨ଟି ଲେଖାଏଁ ପଜିଟିଭ ରିପୋର୍ଟ ପ୍ରକାଶ ପାଇଛି । ଏହାକୁ ନେଇ ସମ୍ବଲପୁର ଜିଲାବାସୀଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି । ରିପୋର୍ଟ ପ୍ରକାଶ ବିଳମ୍ବ ହେଉଥିବା ଯୋଗୁ ଆହୁରି ଚିନ୍ତା ବଢ଼ାଇ ଦେଇଛି । ଜିଲାରୁ ଯାଇଥିବା ମୋଟ ୨୨୩ ରକ୍ତ ଓ ସ୍ବାବ୍ ନମୁନାରୁ ଏ ପର୍ଯ୍ୟନ୍ତ ମାତ୍ର ୬୭ଜଣଙ୍କ ରିପୋର୍ଟ ଜଣାପଡିଛି । ସମସ୍ତ ନେଗେଟିଭ ବାହାରିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ହେଲେ ଅନ୍ୟ ୧୫୬ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ତେଣୁ ଜନସାଧାରଣଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ଉଙ୍କି ମାରୁଛି । ରବିବାର ସୁନ୍ଦରଗଡ ଜିଲାରେ ୨ଟି ପଜିଟିଭ ଥିବା ଜଣାପଡିବା ପରେ ଲୋକମାନେ ଆହୁରି ଭୟଭୀତ ହୋଇପଡିଛନ୍ତି । ସମ୍ବଲପୁର ଜିଲାରୁ ଯାଇଥିବା ନମୁନା ଶୀଘ୍ର ପରୀକ୍ଷା କରାଯାଇ ରିପୋର୍ଟ ପ୍ରକାଶ କରାଯାଉ ବୋଲି ଦାବି ହେଉଛି । ଦେଶ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିମାନଙ୍କୁ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ୨ଟି ଅଇଁଠାପାଲି ଓ ଗୋଶାଳାରେ କ୍ବାରାଣ୍ଟାଇନ ହୋମରେ ରଖାଯାଇଛି । ସେହିପରି ହୋମ କ୍ବାରାଣ୍ଟାଇନରେ ମଧ୍ୟ ରଖାଯାଇ ତାଙ୍କ ଘର କାନ୍ଥରେ ସୂଚନା ପ୍ରଦାନ କରାଯାଇଛି । ହେଲେ ହୋମ କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତି ନିୟମ ଉଲ୍ଲଂଘନ କରି ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ତାଙ୍କ ପରିବାର ମଧ୍ୟ ବାହାରକୁ ଯିବା ଆସିବା କରୁଥିବା ଅଭିଯୋଗ ହୋଇଛି। ଜିଲା ପୋଲିସ ଏ ନେଇ ନିୟମ ଉଲ୍ଲଂଘନ କରୁଥିବା ଯୋଗୁ କେତେ ଜଣଙ୍କ ନାମରେ ମାମଲା ରୁଜୁ କରିସାରିଛି । କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତି ଓ ବାକିଥିବା ପରୀକ୍ଷା ରିପୋର୍ଟରେ ଯଦି ପଜିଟିଭ ଆସେ ତାହେଲେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ରବିବାର ସୁଦ୍ଧା କ୍ବାରାଣ୍ଟାଇନ ହୋମରେ ୭୦ଜଣ ଥିବା ଜଣାପଡିଛି । ସେମାନଙ୍କୁ ପୋଲିସ ସୁରକ୍ଷାରେ ରଖାଯାଇ ଡାକ୍ତରି ଟିମ୍ ଯାଞ୍ଚ କରୁଛନ୍ତି । ଏ ସମ୍ପର୍କରେ ଏଡିଏମଓ ଅଶୋକ ଦାଶ କହିଛନ୍ତି ଯେ, ଜିଲାବାସୀ ସେମିତି ଭୟଭୀତ ହେବାର କୌଣସି କାରଣ ନାହିଁ । କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତିମାନଙ୍କର ସେଭଳି କିଛି ଲକ୍ଷଣ ଦେଖାଯାଇନାହିଁ ବୋଲି ସେ କହିଛନ୍ତି ।
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All
ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍ ସ୍ପିଡ ଦେବ ରାଜନୈତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…
ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...
ପାକ୍ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…
ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...
ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍ ଅଜବ…
ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍...
ନୂଆବର୍ଷରେ ଦେଶକୁ ବଡ଼ ଉପହାର, ଏହି ରୁଟରେ ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଜାଣନ୍ତୁ କେତେ ରହିବ ଭଡା
ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରଥମ...
ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…
ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...
ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…
ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...
ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…
ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…
ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...
Archives


