Categories: ଜାତୀୟ

ଚିଦାମ୍ବରମ୍‌ଙ୍କୁ ଜେଲରେ ଭେଟିଲେ ଆଜାଦ

ନୂଆଦିଲ୍ଲୀ, ୧୯ା୯: ତିହାର ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ବୁଧବାର ସକାଳେ କଂଗ୍ରେସର ଦୁଇ ବରିଷ୍ଠ ନେତା ଗୁଲାମ୍‌ ନବି ଆଜାଦ୍‌, ଅହମ୍ମଦ ପଟେଲ ଭେଟିଥିଲେ। ସେମାନଙ୍କ ସହ ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ମଧ୍ୟ ଥିଲେ। ହିନ୍ଦୀ ଭାଷା ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହେବ ବୋଲି ଭାବିବା ଭୁଲ ବୋଲି ତିହାର ଜେଲ୍‌ରେ ଥିବା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ବୁଧବାର କହିଛନ୍ତି। ଏଭଳି ଚିନ୍ତାଧାରା ଭୟଙ୍କର ପରିସ୍ଥିତି ସୃଷ୍ଟିକରିବ। ସବୁ ଭାଷାକୁ ସମାନ ଗୁରୁତ୍ୱ ଦିଆଯିବା ଉଚିତ। ତାମିଲ ଭାଷାଭାଷୀ ଲୋକ ଓ ଅନ୍ୟ ଆଞ୍ଚଳିକ ଭାଷାର ଲୋକମାନେ ଏହାକୁ କଦାପି ଗ୍ରହଣ କରିପାରିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଅଧ ଘଣ୍ଟା ଧରି ହୋଇଥିବା ଆଲୋଚନାରେ କଶ୍ମୀର, ଆଗକୁ ହେବାକୁ ଥିବା ନିର୍ବାଚନ, ଆର୍ଥିକ ମାନ୍ଦାବସ୍ଥା, ଦେଶର ରାଜନୈତିକ ସ୍ଥିତି ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା।

Share