Posted inଜାତୀୟ

ଚିଦାମ୍ବରମଙ୍କ ଘରେ ସିବିଆଇ, ଇଡି ଟିମ୍‌

ନୂଆଦିଲ୍ଲୀ,୨୧ା୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କର ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ବୁଧବାର ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ କହିଥିବା ଜଣାପଡିଛି। ଅନ୍ୟପକ୍ଷରେ ଚିଦାମ୍ବରମଙ୍କ ଦିଲ୍ଲୀ ବାସଭବନରେ ସିବିଆଇର ଏକ ଟିମ୍‌ ପହଞ୍ଚତ୍ଥିଲେ ହେଁ ତାଙ୍କୁ ନ ପାଇ ଫେରିଆସିଛନ୍ତି। ସିବିଆଇ ଟିମ୍‌ ଫେରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍‌ ମଧ୍ୟ ଚିଦାମ୍ବରମ୍‌ଙ୍କ ବାସଭବନରେ ପହଞ୍ଚତ୍ଥିଲା।
ସିବିଆଇ ଏବଂ ଇଡି ପକ୍ଷରୁ ଦାଏର ଦୁର୍ନୀତି ଓ ମନିଲଣ୍ଡରିଂ ମାମଲାରେ ଚିଦାମ୍ବରମଙ୍କ ପିଟିଶନ୍‌ ଖାରଜ ହୋଇଯାଇଥିବା ଜଷ୍ଟିସ୍‌ ସୁନୀଲ ଗୌର କହିଥିଲେ। ମାମଲାରେ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପ୍ରାଥମିକ ଅନୁଧ୍ୟାନରୁ ଜଣାପଡିଛି। ତେଣୁ ତାଙ୍କୁ ଜେରା କରିବାରେ ଅଦାଲତ ଆଇନଗତ ପ୍ରତିବନ୍ଧକ ଲଗାଇପାରିବେ ନାହିଁ ବୋଲି ବିଚାରପତି କହିଥିଲେ। ଏହା ମନିଲଣ୍ଡରିଂର ଏକ କ୍ଲାସିକ୍‌ ମାମଲା। ଅପରାଧର ଗୁରୁତ୍ୱ ଦୃଷ୍ଟିରୁ ଏବଂ ଜେରା ବେଳେ ଚିଦାମ୍ବରମ୍‌ ସନ୍ଦେହଜନକ ଜବାବ ରଖୁଥିବାରୁ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଦେଇଥିଲେ।
ହାଇକୋର୍ଟ ରାୟ ଘୋଷଣା କରିବା ପରେ ଚିଦାମ୍ବରମ୍‌ଙ୍କ ଓକିଲ ଦୟାନ କ୍ରିଷ୍ଣନ୍‌ ଏହା ବିରୋଧରେ ଅପିଲ ପାଇଁ ୩ ଦିନ ସମୟ ମାଗିଥିଲେ ହେଁ କୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ। ତେଣୁ ଯେକୌଣସି ମୁହୂର୍ତ୍ତରେ ଚିଦାମ୍ବରମଙ୍କୁ ଗିରଫ ହୋଇପାରନ୍ତି। ତାଙ୍କୁ ହାଜତକୁ ନେଇ ଜେରା କରିବା ଆବଶ୍ୟକ ବୋଲି ଉଭୟ ସିବିଆଇ ଏବଂ ଇଡି ହାଇକୋର୍ଟରେ ଯୁକ୍ତି ରଖିଥିଲେ। ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନ୍‌ଏକ୍ସ ମିଡିଆ ଗ୍ରୁପ୍‌କୁ ବିଦେଶରୁ ୩୦୫ କୋଟି ଟଙ୍କା ଗ୍ରହଣ କରିବା ପାଇଁ ବିଦେଶୀ ପୁଞ୍ଜିନିବେଶ ପ୍ରୋତ୍ସାହନ ବୋର୍ଡ (ଏଫଆଇପିବି) ମଞ୍ଜୁରୀ ପ୍ରଦାନ କରିଥିଲା ବୋଲି ଉଭୟ ତଦନ୍ତକାରୀ ସଂସ୍ଥା କୋର୍ଟଙ୍କୁ ଜଣାଇଥିଲେ। ଯେଉଁ କମ୍ପାନୀଗୁଡ଼ିକ ଜରିଆରେ ଏହି ଅର୍ଥ ଟ୍ରାନ୍ସଫର ହୋଇଥିଲା ସେଗୁଡିକ ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ନିୟନ୍ତ୍ରଣରେ ରହିଛି। ତେଣୁ କାର୍ତ୍ତିଙ୍କ ହସ୍ତକ୍ଷେପ ଯୋଗୁ ଆଇଏନ୍‌ଏକ୍ସ ମିଡିଆକୁ ଏଫଆଇପିବି ମଞ୍ଜୁରୀ ପ୍ରଦାନ କରିଥିବା କୁହାଯାଉଛି। ଏହି ମାମଲାରେ ପୂର୍ବରୁ କାର୍ତ୍ତି ଚିଦାମ୍ବରମ ଓ ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏସ୍‌. ଭାସ୍କରରମଣ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ପରେ ସେମାନଙ୍କୁ ଜାମିନ ମିଳିଥିଲା।
ଆଇଏନ୍‌ଏକ୍ସ ମିଡିଆକୁ ଏଫ୍‌ଆଇପିବିର ମଞ୍ଜୁରୀ ପ୍ରଦାନରେ ଅନିୟମିତତାକୁ ନେଇ ସିବିଆଇ ୨୦୧୭ ମେ ୧୫ରେ ଏତଲା ଦାଏର କରିଥିଲା। ପରେ ୨୦୧୮ରେ ଇଡି ଏହି ଘଟଣାରେ ମନିଲଣ୍ଡରିଂକୁ ନେଇ ଆଉ ଏକ ମାମଲା ରୁଜୁ କରିଥିଲା। ସେହିବର୍ଷ ଜୁଲାଇ ୨୫ରେ ଦୁଇଟି ମାମଲାରେ ହାଇକୋର୍ଟ ଚିଦାମ୍ବରମଙ୍କୁ ଆଗୁଆ ଜାମିନ ପ୍ରଦାନ କରିବା ସହ ଏହାର ଅବଧିକୁ ଏକାଧିକ ଥର ବଢ଼ାଇଥିଲେ। ଶେଷରେ ହାଇକୋର୍ଟ ମଙ୍ଗଳବାର ତାଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଯାଇଥିଲେ ହେଁ ତାଙ୍କୁ ବୁଧବାର ସକାଳେ ପିଟିଶନ ଦାଏର କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri