Posted inଜାତୀୟ

ଚିଦାମ୍ବରମଙ୍କ ଘରେ ସିବିଆଇ, ଇଡି ଟିମ୍‌

ନୂଆଦିଲ୍ଲୀ,୨୧ା୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କର ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ବୁଧବାର ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ କହିଥିବା ଜଣାପଡିଛି। ଅନ୍ୟପକ୍ଷରେ ଚିଦାମ୍ବରମଙ୍କ ଦିଲ୍ଲୀ ବାସଭବନରେ ସିବିଆଇର ଏକ ଟିମ୍‌ ପହଞ୍ଚତ୍ଥିଲେ ହେଁ ତାଙ୍କୁ ନ ପାଇ ଫେରିଆସିଛନ୍ତି। ସିବିଆଇ ଟିମ୍‌ ଫେରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍‌ ମଧ୍ୟ ଚିଦାମ୍ବରମ୍‌ଙ୍କ ବାସଭବନରେ ପହଞ୍ଚତ୍ଥିଲା।
ସିବିଆଇ ଏବଂ ଇଡି ପକ୍ଷରୁ ଦାଏର ଦୁର୍ନୀତି ଓ ମନିଲଣ୍ଡରିଂ ମାମଲାରେ ଚିଦାମ୍ବରମଙ୍କ ପିଟିଶନ୍‌ ଖାରଜ ହୋଇଯାଇଥିବା ଜଷ୍ଟିସ୍‌ ସୁନୀଲ ଗୌର କହିଥିଲେ। ମାମଲାରେ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପ୍ରାଥମିକ ଅନୁଧ୍ୟାନରୁ ଜଣାପଡିଛି। ତେଣୁ ତାଙ୍କୁ ଜେରା କରିବାରେ ଅଦାଲତ ଆଇନଗତ ପ୍ରତିବନ୍ଧକ ଲଗାଇପାରିବେ ନାହିଁ ବୋଲି ବିଚାରପତି କହିଥିଲେ। ଏହା ମନିଲଣ୍ଡରିଂର ଏକ କ୍ଲାସିକ୍‌ ମାମଲା। ଅପରାଧର ଗୁରୁତ୍ୱ ଦୃଷ୍ଟିରୁ ଏବଂ ଜେରା ବେଳେ ଚିଦାମ୍ବରମ୍‌ ସନ୍ଦେହଜନକ ଜବାବ ରଖୁଥିବାରୁ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଦେଇଥିଲେ।
ହାଇକୋର୍ଟ ରାୟ ଘୋଷଣା କରିବା ପରେ ଚିଦାମ୍ବରମ୍‌ଙ୍କ ଓକିଲ ଦୟାନ କ୍ରିଷ୍ଣନ୍‌ ଏହା ବିରୋଧରେ ଅପିଲ ପାଇଁ ୩ ଦିନ ସମୟ ମାଗିଥିଲେ ହେଁ କୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ। ତେଣୁ ଯେକୌଣସି ମୁହୂର୍ତ୍ତରେ ଚିଦାମ୍ବରମଙ୍କୁ ଗିରଫ ହୋଇପାରନ୍ତି। ତାଙ୍କୁ ହାଜତକୁ ନେଇ ଜେରା କରିବା ଆବଶ୍ୟକ ବୋଲି ଉଭୟ ସିବିଆଇ ଏବଂ ଇଡି ହାଇକୋର୍ଟରେ ଯୁକ୍ତି ରଖିଥିଲେ। ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନ୍‌ଏକ୍ସ ମିଡିଆ ଗ୍ରୁପ୍‌କୁ ବିଦେଶରୁ ୩୦୫ କୋଟି ଟଙ୍କା ଗ୍ରହଣ କରିବା ପାଇଁ ବିଦେଶୀ ପୁଞ୍ଜିନିବେଶ ପ୍ରୋତ୍ସାହନ ବୋର୍ଡ (ଏଫଆଇପିବି) ମଞ୍ଜୁରୀ ପ୍ରଦାନ କରିଥିଲା ବୋଲି ଉଭୟ ତଦନ୍ତକାରୀ ସଂସ୍ଥା କୋର୍ଟଙ୍କୁ ଜଣାଇଥିଲେ। ଯେଉଁ କମ୍ପାନୀଗୁଡ଼ିକ ଜରିଆରେ ଏହି ଅର୍ଥ ଟ୍ରାନ୍ସଫର ହୋଇଥିଲା ସେଗୁଡିକ ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ନିୟନ୍ତ୍ରଣରେ ରହିଛି। ତେଣୁ କାର୍ତ୍ତିଙ୍କ ହସ୍ତକ୍ଷେପ ଯୋଗୁ ଆଇଏନ୍‌ଏକ୍ସ ମିଡିଆକୁ ଏଫଆଇପିବି ମଞ୍ଜୁରୀ ପ୍ରଦାନ କରିଥିବା କୁହାଯାଉଛି। ଏହି ମାମଲାରେ ପୂର୍ବରୁ କାର୍ତ୍ତି ଚିଦାମ୍ବରମ ଓ ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏସ୍‌. ଭାସ୍କରରମଣ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ପରେ ସେମାନଙ୍କୁ ଜାମିନ ମିଳିଥିଲା।
ଆଇଏନ୍‌ଏକ୍ସ ମିଡିଆକୁ ଏଫ୍‌ଆଇପିବିର ମଞ୍ଜୁରୀ ପ୍ରଦାନରେ ଅନିୟମିତତାକୁ ନେଇ ସିବିଆଇ ୨୦୧୭ ମେ ୧୫ରେ ଏତଲା ଦାଏର କରିଥିଲା। ପରେ ୨୦୧୮ରେ ଇଡି ଏହି ଘଟଣାରେ ମନିଲଣ୍ଡରିଂକୁ ନେଇ ଆଉ ଏକ ମାମଲା ରୁଜୁ କରିଥିଲା। ସେହିବର୍ଷ ଜୁଲାଇ ୨୫ରେ ଦୁଇଟି ମାମଲାରେ ହାଇକୋର୍ଟ ଚିଦାମ୍ବରମଙ୍କୁ ଆଗୁଆ ଜାମିନ ପ୍ରଦାନ କରିବା ସହ ଏହାର ଅବଧିକୁ ଏକାଧିକ ଥର ବଢ଼ାଇଥିଲେ। ଶେଷରେ ହାଇକୋର୍ଟ ମଙ୍ଗଳବାର ତାଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଯାଇଥିଲେ ହେଁ ତାଙ୍କୁ ବୁଧବାର ସକାଳେ ପିଟିଶନ ଦାଏର କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri