ଚିତ୍ରାଙ୍କନ ପ୍ରତିଯୋଗିତାରେ ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର: ଇକୋ ଫ୍ରେଣ୍ଡଲି ପେନସିଲରେ ଆଙ୍କିଲେ ଚିତ୍ର

ବାଲେଶ୍ୱର ଅଫିସ, ୧୮।୧୧-ବାଲେଶ୍ୱର ଷ୍ଟେଶନ କ୍ଲବ ପକ୍ଷରୁ ଜିଲାର ବିଭିନ୍ନ ବିଦ୍ୟାଳୟରୁ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ରବିବାର ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ୨ଶହରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଇକୋ ଫ୍ରେଣ୍ଡଲି ପେନସିଲ୍‌ ଯୋଗାଇ ଦିଆଯିବା ସହ ବିନା ମାଇକ୍‌ରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା। ସମସ୍ତ ଛାତ୍ରୀଛାତ୍ରଙ୍କୁ ମାନପତ୍ର, ପେନସିଲ, ରଙ୍ଗବାକ୍ସ ଏବଂ ଚକୋଲେଟ୍‌ ଆଦି ଦିଆଯାଇ କଳା ପ୍ରତି ସେମାନଙ୍କର ଆଗ୍ରହ ବୃଦ୍ଧି କରାଇବା ପାଇଁ ପ୍ରୟାସ କରାଯାଇଥିଲା। କୃତି ଛାତ୍ରୀଛାତ୍ରଙ୍କୁ ଅତିଥି ଭାବେ ଯୋଗଦେଇଥିବା ମ୍ୟାଗନମ୍‌ର ଡାଇରେକ୍ଟର ପ୍ରକାଶ କୁମାର ମହାନ୍ତି ଓ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ପୁରସ୍କାର ବିତରଣ କରିଥିଲେ। ଚିତ୍ରକର ବିଶ୍ୱଜିତ୍‌ ପ୍ରମାଣିକ ଓ ତାପସ ରଞ୍ଜନ ପଣ୍ଡା ବିଚାରକ ଭାବେ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। କନିଷ୍ଠ ବିଭାଗରେ ମୋନାଲିସା ପ୍ରଧାନ ପ୍ରଥମ, ତମନ୍ନା କର ଦ୍ୱିତୀୟ ଏବଂ ମିନାକ୍ଷୀ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଭୋର ମଲ୍ଲିକଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ବରିଷ୍ଠ ବର୍ଗର ଦିପିକା ଶତପଥି ପ୍ରଥମ, ଦେବାନ୍ସି ଦାସ ଦ୍ୱିତୀୟ ଏବଂ ଆୟୁଷୀ ସରକାର ତୃତୀୟ ସ୍ଥାନରେ କୃତକାର୍ଯ୍ୟ ହୋଇଥିବା ବେଳେ ଦିଶିତା ପାତ୍ରଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯାଇଛି।
ଷ୍ଟେଶନ କ୍ଲବର ସଭାପତି ଅୟନ କୁମାର ସେନ ପ୍ରଥମେ ତାଙ୍କର ଅଭିଭାଷଣ ରଖିଥିଲେ। ସମ୍ପାଦକ ଗିରିଜା ଶଙ୍କର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଉପସଭାପତି ବିବେକ ଖଣ୍ଡେଲୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ବାଲେଶ୍ୱର ଷ୍ଟେଶନ କ୍ଲବର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବରିଷ୍ଠ କର୍ମକର୍ତ୍ତା ମଳୟ କୁମାର ବିଶ୍ୱାସ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବାରେ ସହାୟତା କରିଥିଲେ।