ଚିତ୍ରାଙ୍କନକୁ ନିଶା ଏବଂ ପେସା ଭାବେ ଗ୍ରହଣ କରିଛି

ଇଚ୍ଛା ଏବଂ ଆଗ୍ରହ ବଳରେ ଜଣେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବା ସହ ସଫଳତା ର ଶିର୍ଷ ପହଁଞ୍ଚିପାରିଥାଏ। ଠିକ୍‌ ସେହିପରି ମିନର୍ଭା ସାହୁ ନିଜକୁ ଏକାଧାରରେ ଜଣେ ଚିତ୍ରଶିଳ୍ପୀ ଏବଂ ଲେଖିକା ଭାବେ ପରିଚିତ କରାଇବାରେ ସଫଳ ହୋଇଛନ୍ତି। ଯାଜପୁର ଜିଲା ଧର୍ମଶାଳା ଅନ୍ତର୍ଗତ କଲାଣ୍ଡ ଗ୍ରାମରେ ଜନ୍ମିତା ତଥା ବାପା-ଭାବଗ୍ରାହୀ ସାହୁ, ମା’-ପ୍ରମିଳା ସାହୁଙ୍କ ଏହି କନ୍ୟା ପିଲାଟିଦିନରୁ ଚିତ୍ରାଙ୍କନ ପ୍ରତି ଆକର୍ଷିତ ହୋଇଥିଲେ। ଏ ନେଇ ସେ କୁହନ୍ତି, ‘ପିଲାଦିନେ ବୋଉ’ଙ୍କ ଝୋଟିଚିତା ଦେଖି ମୋ ମନରେ ଚିତ୍ର ଆଙ୍କିବାର ଆଗ୍ରହ ସୃଷ୍ଟି ହୋଇଥିଲା। ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ସମୟରେ ମୋର ସବୁଠାରୁ ପ୍ରିୟ ବିଷୟ ଥିଲା ଡ୍ରଇଂ। ସେ ସମୟରେ କେବଳ ସ୍କେଚ୍‌ ପେନ୍‌ମିଳୁଥିଲା, ଏବଂ ତାକୁ ବ୍ୟବହାର କରିବା ଦ୍ୱାରା କାଗଜର ଦୁଇପଟ ଛାପି ଯାଉଥିଲା। ତେଣୁ ଚକ୍‌ରେ ଚଟାଣ ଉପରେ ମୁଁ ବଡ଼ ବଡ଼ ଚିତ୍ର ଆଙ୍କୁଥିଲି, ଯାହା ପରବର୍ତ୍ତୀ ସମୟରେ ମୋତେ ଜଣେ ଚିତ୍ରଶିଳ୍ପୀ ହେବାକୁ ଯଥେଷ୍ଟ ପ୍ରେରଣା ଯୋଗାଇଥିଲା। ଭୁବନେଶ୍ୱରସ୍ଥ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ କରିବା ସମୟରେ ମୁଁ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଅଧିକାର କରିଥିଲି, ଯାହା ମୋ ପାଇଁ ଏକ ନିଆରା ସ୍ମୃତି ହୋଇ ରହିଛି। ବିଶେଷଭାବରେ ଚାରକୋଲ୍‌ (ଅଙ୍ଗାରଚିତ୍ର), ଅଏଲ ପେଣ୍ଟିଂ (ତୈଳଚିତ୍ର), ଓ୍ବାଟର ପେଣ୍ଟିଂ (ଜଳ ଚିତ୍ର) ଏବଂ ଆକ୍ରେଲିକ୍‌ରେ ଚିତ୍ର କରିବା ମୋର ପସନ୍ଦ।

ହାତରେ ତୂଳୀ ଏବଂ ପାଖରେ ରଙ୍ଗ ଥିବା ବେଳେ ମୋତେ ସତେଯେମିତି ଲାଗେ ମୁଁ ଗୋଟିଏ ଜୀବନ୍ତ ଏବଂ ବାସ୍ତବ ସତ୍ୟକୁ ଉନ୍ମୋଚନ କରିବାକୁ ଯାଉଛି। ଖାସ୍‌ କଥା ହେଲା, ଚିତ୍ର ଆଙ୍କିବା ସମୟରେ ମୁଁ ନିଜକୁ ତା’ ଭିତରେ ସମ୍ପୂର୍ଣ୍ଣ ଭାବେ ହଜାଇଦିଏ। ମୋ ମତରେ ଚିତ୍ରାଙ୍କନକୁ ଜଣେ ପ୍ରଥମେ ନିଶା ଏବଂ ପରେ ପେସା ଭାବେ ଗ୍ରହଣ କଲେ ସେଥିରୁ ହିଁ ସଫଳତା ହାସଲ କରିପାରିବ। ଚିତ୍ରାଙ୍କନରେ ମୁଁ ଆଜି ଯେଉଁଠି ବି ପହଞ୍ଚତ୍ଛି, ସେଥିପାଇଁ ମୋର ଗୁରୁ ବ୍ରଜବନ୍ଧୁ ଜେନା, ଗୁରୁ ସୁନୀଲ ଚାଓ୍ବଲା (ନୋଏଡା) ଏବଂ ମୋ ପରିବାରର ପ୍ରେରଣା ହିଁ ସର୍ବାଗ୍ରେ।’ ନିଜର କାଳକୃତୀ ପାଇଁ ତାଙ୍କୁ ମିଳିଛି ମିସ୍‌ ଆର୍ଟିଷ୍ଟ-ଜୟପୁର, ଆର୍ଟ କୁଇନ୍‌-ଦିଲ୍ଲୀ, ବେଙ୍ଗଲ ଆର୍ଟ ଫୋରମ ତରଫରୁ ଅନୁଷ୍ଠିତ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ , ଆଦି ଅନେକ ପୁରସ୍କାର ।

ୟୁନିସେଫ ପକ୍ଷରୁ ଆୟୋଜିତ ଶିଶୁ ଶ୍ରମିକ ମୁକ୍ତି ଉପରେ ଏକ ପ୍ରୋଜେକ୍ଟ କରି ସେ ଉଚ୍ଚ ପ୍ରଂଶସିତ ଏବଂ ପୁରସ୍କୃତ ହୋଇଥିଲେ। ମିନର୍ଭା କେବଳ ଜଣେ ଚିତ୍ରଶିଳ୍ପୀ ନୁହନ୍ତି, ଲେଖାଲେଖିରେ ମଧ୍ୟ ତାଙ୍କର ରୁଚି ରହିଛି। ଗପଠାରୁ ଆରମ୍ଭ କରି କବିତା ଲେଖିବାରେ ତାଙ୍କୁ ଅଧିକ ଆତ୍ମସନ୍ତୋଷ ମିଳେ ବୋଲି କହନ୍ତି ସେ। ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ମିନର୍ଭାଙ୍କୁ ଅବସର ମିଳିଲେ କବିତା ଲେଖିବା ଏବଂ ଲଙ୍ଗ୍‌ ଡ୍ରାଇଭ୍‌ିଂ କରିବାକୁ ସେ ଭଲ ପାଆନ୍ତି। ଏ ସବୁ ପଛରେ ବଡ ଭଉଣୀ ପ୍ରତିଭା ସାହୁଙ୍କ ପ୍ରେରଣାକୁ ଏବଂ ସ୍ବାମୀ ପ୍ରଦୀପ୍ତ ସାହୁଙ୍କ ସହଯୋଗକୁ ସର୍ବାଗ୍ରେ ସ୍ମରଣ କରନ୍ତି ସେ। ‘ମୁଁ ସବୁବେଳେ ସମୟକୁ ଗୁରୁତ୍ୱ ଦିଏ।

କେତେବେଳେ କ’ଣ କରିବି ତାହା ପୂର୍ବରୁ ପ୍ଲାନିଂ କରିଥାଏ, ତେଣୁ ଯେ କୌଣସି କାମ କରିବା ସମୟରେ ମୁଁ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥାଏ ବୋଲି କହନ୍ତି ଏହି ଚିତ୍ରଶିଳ୍ପୀ। ବର୍ତ୍ତମାନ ସେ ନୋଏଡାରେ ଆର୍ଟ ଶିକ୍ଷା ଦେବା ଜାରି ରଖିଛନ୍ତି ଏବଂ ଭବିଷତ୍ୟରେ ଭୁବନେଶ୍ୱରରେ ଏକ ଆର୍ଟ ସ୍କୁଲ ଖୋଲି ସବୁ ବର୍ଗର ପିଲାମାନଙ୍କୁ ଚିତ୍ରାଙ୍କନ ଶିକ୍ଷା ଦେବା ଏବଂ ସମାଜକୁ ଭଲ ବାର୍ତ୍ତା ଦେଉଥିବା ଚିତ୍ର ଅଙ୍କନ କରି ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ଇଚ୍ଛା ପ୍ରକାଶ କରନ୍ତି ମିନର୍ଭା।
-ମହାଶ୍ୱେତା ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri