ଚିଟ୍‌ଫଣ୍ଡ ଠକେଇ: ପ୍ରଶାସନିକ ଅବହେଳାରୁ ଟଙ୍କା ଫେରି ପାଉ ନାହାନ୍ତି ଜମାକାରୀ

ବାରିପଦା ଅଫିସ,୧୮।୯- ମୟୂରଭଞ୍ଜ ଜିଲାରେ ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥା କାର୍ଯ୍ୟାଳୟମାନ ଖୋଲି ଅଧିକ ସୁଧ ଓ ଅନ୍ୟାନ୍ୟ ସୁବିଧା ଦେବାର ପ୍ରଲୋଭନ ଦେଖାଇ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ। ଏହାପରେ ସଂସ୍ଥାର କାର୍ଯ୍ୟାଳୟ ସବୁ ବନ୍ଦ କରି ରାତାରାତି ଉଭାନ ହୋଇଯାଇଥିଲେ। ଠକେଇର ଶିକାର ହୋଇଥିବା ଜମାକାରୀମାନେ ଥାନାଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ସରକାରଙ୍କ ପକ୍ଷରୁ ସଂସ୍ଥାର ମୁଖ୍ୟମାନଙ୍କୁ ଗିରଫ କରାଯାଇଥିଲା। ତେବେ ଜମାକାରୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ଫେରି ପାଇବେ ନା ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିଲେ। ଅନ୍ୟପକ୍ଷେ ରାଜ୍ୟ ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ପାଇଁ କର୍ପସ ପାଣ୍ଠି ଗଠନ କରିଥିଲେ। କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବା ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ମୟୂରଭଞ୍ଜ ଜିଲାରେ ପ୍ରଶାସନିକ ଅବହେଳା କାରଣରୁ ଜମାକାରୀମାନେ ସେମାନଙ୍କ ଜମାଟଙ୍କା ଫେରି ପାଇବାରେ ବିଳମ୍ବ ହେଉଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ, କ୍ଷୁଦ୍ର ଜମାକାରୀଙ୍କ ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ଆବେଦନ କରିଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟରେ ୧୯୭ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯ ଜଣ ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇପାରି ନାହାନ୍ତିି। ବଡ଼ସାହି ତହସିଲର ୨ଜଣ, ବେତନଟୀ ତହସିଲର ୨, କପ୍ତିପଦା ତହସିଲର ୪ ଓ ଠାକୁରମୁଣ୍ଡା ତହସିଲର ଜଣେ ଜମାକାରୀଙ୍କ ତଥ୍ୟ ଉପରୋକ୍ତ ତହସିଲ କର୍ତ୍ତୃପକ୍ଷ ପ୍ରଦାନ କରିନାହାନ୍ତି। ଏଣୁ ଜମାକାରୀମାନେ ସେମାନଙ୍କ ଜମା ଟଙ୍କା ଫେରି ପାଇ ନାହାନ୍ତି। ସେହିପରି ତୃତୀୟ ଓ ଚତୁର୍ଥ ରିପୋର୍ଟରେ ୪ ହଜାର ୫୦ କ୍ଷୁଦ୍ର ଜମାକାରୀ ସେମାନଙ୍କ ଜମାଟଙ୍କା ଫେରି ପାଇବା ପାଇଁ କମିଶନଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଏମାନଙ୍କ ପାଇଁ ଜିଲା ତହବିଲକୁ ୨ କୋଟି ୯ ଲକ୍ଷ ୩୧ ହଜାର ୨୬୦ ଟଙ୍କା ଆସିଥିଲା। ସେମାନଙ୍କ ମଧ୍ୟରୁ ୨୬୭୩ ଜଣଙ୍କୁ ୧ କୋଟି ୪୩ ଲକ୍ଷ ୨୯ ହଜାର ୩୭୭ ଟଙ୍କା ପ୍ରଦାନ କରାଯାଇଛି। ହେଲେ ତହସିଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅଦ୍ୟାବଧି ଅନ୍ୟମାନେ ଜମାଟଙ୍କା ଫେରି ପାଇନାହାନ୍ତି। ସୂଚନା ଅନୁଯାୟୀ, ବଡସାହି ତହସିଲର ୧୪୭ ଜଣ , ବହଳଦା ତହସିଲର ୧୧, ବାଙ୍ଗିରିପୋଷି ତହସିଲର ୩୩, ବେତନଟୀ ତହସିଲର ୩୨୩, ବିଶୋଇ ତହସିଲର ୧୦, ବାରିପଦା ତହସିଲର ୧୧୩, ଗୋପବନ୍ଧୁନଗର ତହସିଲର ୩୩, ଜାମଦା ତହସିଲର ୯, ଯଶିପୁର ତହସିଲର ୩, କପ୍ତିପଦା ତହସିଲର ୭୨, କରଞ୍ଜିଆ ତହସିଲର ୩୮, ଖୁଣ୍ଟା ତହସିଲର୧୦, କୁଳିଅଣା ତହସିଲର ୩୫, ମୋରଡା ତହସିଲର ୭୯, ରରୁଆଁ ତହସିଲର ୧୪, ରାସଗୋବିନ୍ଦପୁର ତହସିଲର ୧୧୯, ରାଇରଙ୍ଗପୁର ତହସିଲର ୩୩, ଶାମାଖୁଣ୍ଟା ତହସିଲର ୫୬, ସାରସକଣା ତହସିଲର ୨୫, ଶୁକୃଳି ତହସିଲର ୩୫, ଶୁଳିଆପଦା ତହସିଲର ୧୪, ଉଦଳା ତହସିଲର ୫୪ ଓ ଠାକୁରମୁଣ୍ଡା ତହସିଲର ୫୭ ଜଣ କ୍ଷୁଦ୍ର ଜମାକାରୀମାନଙ୍କ ତଥ୍ୟ ଉପରୋକ୍ତ ତହସିଲ ପକ୍ଷରୁ ଅଦ୍ୟାବଧି ଜିଲା ପ୍ରଶାସନକୁ ପ୍ରଦାନ କରାଯାଇ ନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ତାଗିଦ କରାଯିବା ସତ୍ତ୍ୱେ ମଧ୍ୟ ତହସିଲ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇ ନ ଥିବା ଜଣାପଡିଛି। ଏ ନେଇ ଜିଲା ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳି ପାରିି ନ ଥିବା ବେଳେ ଜଣେ ତହସିଲଦାର ନିଜ ନାମ ପ୍ରକାଶ ନ କରିବାକୁ କହି କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଲୋକେ ସଚେତନ ହୋଇ ନାହାନ୍ତି। ସେମାନେ ଏପର୍ଯ୍ୟନ୍ତ ସେମାନଙ୍କ ତଥ୍ୟ ଦେଇ ନାହାନ୍ତି। ଫଳରେ ତହସିଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାରେ ବିଳମ୍ବ ହେଉଛି ବୋଲି କହିଛନ୍ତିି। ଏଥିପାଇଁ ତହସିଲ କର୍ତ୍ତୃପକ୍ଷ ଯେତିକି ଦାୟୀ ଜମାକାରୀମାନେ ମଧ୍ୟ ସେତିକି ଦାୟୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri