ବାରିପଦା ଅଫିସ,୧୮।୯- ମୟୂରଭଞ୍ଜ ଜିଲାରେ ବିଭିନ୍ନ ଚିଟ୍ଫଣ୍ଡ ସଂସ୍ଥା କାର୍ଯ୍ୟାଳୟମାନ ଖୋଲି ଅଧିକ ସୁଧ ଓ ଅନ୍ୟାନ୍ୟ ସୁବିଧା ଦେବାର ପ୍ରଲୋଭନ ଦେଖାଇ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ। ଏହାପରେ ସଂସ୍ଥାର କାର୍ଯ୍ୟାଳୟ ସବୁ ବନ୍ଦ କରି ରାତାରାତି ଉଭାନ ହୋଇଯାଇଥିଲେ। ଠକେଇର ଶିକାର ହୋଇଥିବା ଜମାକାରୀମାନେ ଥାନାଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ସରକାରଙ୍କ ପକ୍ଷରୁ ସଂସ୍ଥାର ମୁଖ୍ୟମାନଙ୍କୁ ଗିରଫ କରାଯାଇଥିଲା। ତେବେ ଜମାକାରୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ଫେରି ପାଇବେ ନା ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିଲେ। ଅନ୍ୟପକ୍ଷେ ରାଜ୍ୟ ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ପାଇଁ କର୍ପସ ପାଣ୍ଠି ଗଠନ କରିଥିଲେ। କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବା ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ମୟୂରଭଞ୍ଜ ଜିଲାରେ ପ୍ରଶାସନିକ ଅବହେଳା କାରଣରୁ ଜମାକାରୀମାନେ ସେମାନଙ୍କ ଜମାଟଙ୍କା ଫେରି ପାଇବାରେ ବିଳମ୍ବ ହେଉଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ, କ୍ଷୁଦ୍ର ଜମାକାରୀଙ୍କ ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ଆବେଦନ କରିଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟରେ ୧୯୭ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯ ଜଣ ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇପାରି ନାହାନ୍ତିି। ବଡ଼ସାହି ତହସିଲର ୨ଜଣ, ବେତନଟୀ ତହସିଲର ୨, କପ୍ତିପଦା ତହସିଲର ୪ ଓ ଠାକୁରମୁଣ୍ଡା ତହସିଲର ଜଣେ ଜମାକାରୀଙ୍କ ତଥ୍ୟ ଉପରୋକ୍ତ ତହସିଲ କର୍ତ୍ତୃପକ୍ଷ ପ୍ରଦାନ କରିନାହାନ୍ତି। ଏଣୁ ଜମାକାରୀମାନେ ସେମାନଙ୍କ ଜମା ଟଙ୍କା ଫେରି ପାଇ ନାହାନ୍ତି। ସେହିପରି ତୃତୀୟ ଓ ଚତୁର୍ଥ ରିପୋର୍ଟରେ ୪ ହଜାର ୫୦ କ୍ଷୁଦ୍ର ଜମାକାରୀ ସେମାନଙ୍କ ଜମାଟଙ୍କା ଫେରି ପାଇବା ପାଇଁ କମିଶନଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଏମାନଙ୍କ ପାଇଁ ଜିଲା ତହବିଲକୁ ୨ କୋଟି ୯ ଲକ୍ଷ ୩୧ ହଜାର ୨୬୦ ଟଙ୍କା ଆସିଥିଲା। ସେମାନଙ୍କ ମଧ୍ୟରୁ ୨୬୭୩ ଜଣଙ୍କୁ ୧ କୋଟି ୪୩ ଲକ୍ଷ ୨୯ ହଜାର ୩୭୭ ଟଙ୍କା ପ୍ରଦାନ କରାଯାଇଛି। ହେଲେ ତହସିଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅଦ୍ୟାବଧି ଅନ୍ୟମାନେ ଜମାଟଙ୍କା ଫେରି ପାଇନାହାନ୍ତି। ସୂଚନା ଅନୁଯାୟୀ, ବଡସାହି ତହସିଲର ୧୪୭ ଜଣ , ବହଳଦା ତହସିଲର ୧୧, ବାଙ୍ଗିରିପୋଷି ତହସିଲର ୩୩, ବେତନଟୀ ତହସିଲର ୩୨୩, ବିଶୋଇ ତହସିଲର ୧୦, ବାରିପଦା ତହସିଲର ୧୧୩, ଗୋପବନ୍ଧୁନଗର ତହସିଲର ୩୩, ଜାମଦା ତହସିଲର ୯, ଯଶିପୁର ତହସିଲର ୩, କପ୍ତିପଦା ତହସିଲର ୭୨, କରଞ୍ଜିଆ ତହସିଲର ୩୮, ଖୁଣ୍ଟା ତହସିଲର୧୦, କୁଳିଅଣା ତହସିଲର ୩୫, ମୋରଡା ତହସିଲର ୭୯, ରରୁଆଁ ତହସିଲର ୧୪, ରାସଗୋବିନ୍ଦପୁର ତହସିଲର ୧୧୯, ରାଇରଙ୍ଗପୁର ତହସିଲର ୩୩, ଶାମାଖୁଣ୍ଟା ତହସିଲର ୫୬, ସାରସକଣା ତହସିଲର ୨୫, ଶୁକୃଳି ତହସିଲର ୩୫, ଶୁଳିଆପଦା ତହସିଲର ୧୪, ଉଦଳା ତହସିଲର ୫୪ ଓ ଠାକୁରମୁଣ୍ଡା ତହସିଲର ୫୭ ଜଣ କ୍ଷୁଦ୍ର ଜମାକାରୀମାନଙ୍କ ତଥ୍ୟ ଉପରୋକ୍ତ ତହସିଲ ପକ୍ଷରୁ ଅଦ୍ୟାବଧି ଜିଲା ପ୍ରଶାସନକୁ ପ୍ରଦାନ କରାଯାଇ ନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ତାଗିଦ କରାଯିବା ସତ୍ତ୍ୱେ ମଧ୍ୟ ତହସିଲ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇ ନ ଥିବା ଜଣାପଡିଛି। ଏ ନେଇ ଜିଲା ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳି ପାରିି ନ ଥିବା ବେଳେ ଜଣେ ତହସିଲଦାର ନିଜ ନାମ ପ୍ରକାଶ ନ କରିବାକୁ କହି କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଲୋକେ ସଚେତନ ହୋଇ ନାହାନ୍ତି। ସେମାନେ ଏପର୍ଯ୍ୟନ୍ତ ସେମାନଙ୍କ ତଥ୍ୟ ଦେଇ ନାହାନ୍ତି। ଫଳରେ ତହସିଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାରେ ବିଳମ୍ବ ହେଉଛି ବୋଲି କହିଛନ୍ତିି। ଏଥିପାଇଁ ତହସିଲ କର୍ତ୍ତୃପକ୍ଷ ଯେତିକି ଦାୟୀ ଜମାକାରୀମାନେ ମଧ୍ୟ ସେତିକି ଦାୟୀ ବୋଲି ସେ କହିଛନ୍ତି।
Posted inHome, ଆମ ଜିଲା ଖବର, ମୟୂରଭଞ୍ଜ View All
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି
ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି E-KYC ଅବଧି...
ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….
ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…
ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...
ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...
ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା
ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...
ବାଇକ୍କୁ ଧକ୍କାଦେଲା ବାଇକ୍, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...
ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ
ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର ଗଣିଆନାଳ ଛକ...
Archives


