ଚିକେନ୍‌ ଦମ୍‌ ବିରିଆନି

ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରଟି ବିଦ୍ୟାନଗରୀ ଭାବେ ପରିଚିତ। ଏହି ବିଦ୍ୟାନଗରୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ, ସୁଇଟ୍‌, ବୀରସୁରେନ୍ଦ୍ର ସାଏ ଆୟର୍ବିିଜ୍ଞାନ କଲେଜ ଓ ଡାକ୍ତରଖାନା ପ୍ରଭୃତି ରହିଛି। ଏହି ଶିକ୍ଷାନୁଷ୍ଠାନଗୁଡିକରେ ରାଜ୍ୟ ତଥା ରାଜ୍ୟବାହାରୁ ଛାତ୍ରୀଛାତ୍ରମାନେ ଅଧ୍ୟୟନ କରିବାକୁ ଆସିଥାନ୍ତି। ଛାତ୍ରୀଛାତ୍ରଙ୍କ ମନମୁତାବକ ଖାଦ୍ୟ ପ୍ରସ୍ତୁତ କରିବାକୁ ରେଷ୍ଟୁରାଣ୍ଟଗୁଡିକ ଗୁରୁତ୍ୱ ଦେଇଆସନ୍ତି। ଏହି କ୍ରମରେ ବୁର୍ଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ରୋଡ୍‌ ନିକଟରେ ରହିଛି ରେଷ୍ଟୁରାଣ୍ଟ ଫୁଡି-୧୫। ଏହି ରେଷ୍ଟୁରାଣ୍ଟର ସ୍ବତନ୍ତ୍ର ଡିସ୍‌ ଭାବେ ଦମ୍‌ବିରିଆନି ଗ୍ରାହକଙ୍କୁ ଆକୃଷ୍ଟ କରିଛି। ରେଷ୍ଟୁରାଣ୍ଟ ସ୍ବତ୍ୱାଧିକାରୀ ସୁଷମାରାଣୀ ହୋତା ଓ ମୁଖ୍ୟ ସେଫ୍‌ ଅର୍ଜୁନ ପାତ୍ର ଦମ୍‌ ବିରିଆନି ବିଷୟରେ ସୂଚନା ଦେଇଥିଲେ। ମୁଖ୍ୟ ଶେଫ୍‌ ଅର୍ଜୁନ କହିଥିଲେ ଯେ, ସମସ୍ତଙ୍କୁ ଭଲ ଲାଗିବା ଭଳି ଦମ୍‌ ବିରିଆନି ଆମେ ପ୍ରସ୍ତୁତ କରୁଛୁ। ଏହାର ମୂଲ୍ୟ ୧୫୦ ଟଙ୍କା ରହିଛି। ଜଣେ ଗ୍ରାହକ ଏହାକୁ ମେନ୍‌ କୋର୍ସରେ ଖାଇ ପାରିବେ।

ଆବଶ୍ୟକ ସାମଗ୍ରୀ:

ଚିକେନ: ୧ କେଜି
ପିଆଜ: ୮ଟି
କାଜୁ: ୧୨ଟି
ଦହି: ଏକ୍‌ କପ୍‌
ରସୁଣ ପେଷ୍ଟ: ୨ ଚାମଚ୍‌
ବାସ୍‌ମତୀ ଚାଉଳ: ୫୦୦ ଗ୍ରାମ
ତେଲ: ୪ ଚାମଚ୍‌
ଲବଙ୍ଗ: ୭ଟି
ଡାଲଚିନି: ୨ ଖଣ୍ଡ
ଇଲାଚି: ୫ଟି
ଧନିଆ ଗୁଣ୍ଡ: ୧ ଚାମଚ୍‌
ଲଙ୍କା ଗୁଣ୍ଡ: ୧ ଚାମଚ୍‌
ହଳଦୀ ଗୁଣ୍ଡ: ୧ ଚାମଚ୍‌
କଞ୍ଚାଲଙ୍କା: ୪ଟି
ଅଦା ପେଷ୍ଟ: ୧ ଚାମଚ୍‌
କେଶର: ୧ ଚାମଚ୍‌
ଦେଶୀ ଘିଅ: ୪ ଚାମଚ୍‌
ଧନିଆ ପତ୍ର: ୧ କପ୍‌
ପୁଦିନା ପତ୍ର: ୧ କପ୍‌
ଲୁଣ: ସ୍ବାଦ ଅନୁସାରେ
ତେଜପତ୍ର: ୬ଟି
ଜିରା: ୩ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ: 

ପ୍ରଥମେ ଚିକେନକୁ ସଫାକରି ସ୍ବଚ୍ଛ ପାତ୍ରରେ ରଖନ୍ତୁ। ଦହି, ଅଦା ଓ ରସୁଣ ପେଷ୍ଟ, କଞ୍ଚାଲଙ୍କା, ଧନିଆ ଓ ପୁଦିନା ପତ୍ର, ଲେମ୍ବୁ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ ମସଲା, କଶ୍ମୀରୀ ଚିଲି, ଚିକେନ କିମ୍‌ ଓ ଗରମ ମସଲାକୁ ଚିକେନ ସହ ମିଶ୍ରଣ କରନ୍ତୁ। ଏହାପରେ ହାଲୁକା ଗରମ ପାଣିରେ ଡାଲଚିନି, ବଡ ଓ ଛୋଟ ଇଲାଚି, ଜାଇତ୍ରି, ତେଜପତ୍ର, ସାଇଜିରା ପକାନ୍ତୁ। ଗରମ ପାଣି ଫୁଟିବା ପରେ ଚାଉଳ ଦିଅନ୍ତୁ। ଚାଉଳ ୭୦ ପ୍ରତିଶତ ଭାତ ହେବାପରେ ପୂର୍ବରୁ ହାଣ୍ଡିରେ ପ୍ରସ୍ତୁତ ହୋଇଥିବା ମ୍ୟାରିନେଟ୍‌ ଚିକେନ ଉପରେ ପକାନ୍ତୁ। ହାଣ୍ଡି ଉପର ଭାଗ ଚତୁଃପାର୍ଶ୍ୱରେ ଅଟା ଲେପନ କରି ପାତ୍ର ଘୋଡାଇ ଦିଅନ୍ତୁ। ଜଳୁଥିବା ଅଳ୍ପ ନିଆଁରେ ଥିବା ତାଓ୍ବା ଉପରେ ହାଣ୍ଡିକୁ ବସାଇବାର ୧୦ ରୁ ୧୫ ମିନିଟ ପରେ ଦମ୍‌ ବିରିଆନି ପ୍ରସ୍ତୁତ ହୋଇଯାଏ। ଏହି ଦମ୍‌ ବିରିଆନି ଉପରେ ଗୋଲାପ ଜଳ, ଅଳ୍ପ ଘିଅ, କେଉଡା ୱାଟର୍‌ ଦେଇ ସୁସଜ୍ଜିତ ପ୍ଲେଟରେ ଗ୍ରାହକଙ୍କୁ ପରଷା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri