ଚିକେନ୍‌ ଅଙ୍ଗାରା

ସମ୍ବଲପୁର ସହର ବୀର ସୁରେନ୍ଦ୍ର ସାଏ ମାର୍ଗସ୍ଥିତ ହୋଟେଲ ଅପ୍‌ସରା ପରିସରରେ ଅର୍ବାନ ତଡକା ରେଷ୍ଟୁରାଣ୍ଟ ରହିଛି। ଆଜିର ଗ୍ରାହକଙ୍କ ମନ ମୁତାବକ ଡିଶ୍‌ ପ୍ରସ୍ତୁତିରେ ଏହି ରେଷ୍ଟୁରାଣ୍ଟର ସୁନାମ ରହିଛି। ଚିକେନ ଅଙ୍ଗାରା ଅର୍ବାନ ତଡକାର ସ୍ବତନ୍ତ୍ର ଡିଶ୍‌। ଏନେଇ ରେଷ୍ଟୁରାଣ୍ଟର ସେଫ୍‌ ମୁନ୍ନା ଖାନ୍‌ କହନ୍ତି, ଚିକେନ ଅଙ୍ଗାରା ଗତ ୬ବର୍ଷ ହେବ ଏଠାରେ ପ୍ରସ୍ତୁତ କରାଯାଉଛି। ଏହାର ପ୍ଲେଟ୍‌ ପ୍ରତି ମୂଲ୍ୟ ୧୯୮ ଟଙ୍କା ରହିଛି। ବଟର ନାନ୍‌ ଓ ତାବା ରୁଟିରେ ଗ୍ରାହକମାନେ ଏହାକୁ ଖାଇବାକୁ ପସନ୍ଦ କରୁଛନ୍ତି। ଅପରପକ୍ଷେ ଯୁବ ଗ୍ରାହକମାନେ ଏହାକୁ ଷ୍ଟାର୍ଟର ଭାବେ ମଧ୍ୟ ଖାଉଛନ୍ତି।

ଆବଶ୍ୟକ ସାମଗ୍ରୀ
ହାଡ ଥିବା ଚିକେନ- ୨୦୦ ଗ୍ରାମ
ଅଦା, ରସୁଣ ପେଷ୍ଟ- ଅଧା ଚା ଚାମଚ
ହଳଦୀ- ଅଧା ଚା ଚାମଚ
ଧନିଆ ପାଉଡର-ଅଧା ଚା ଚାମଚ
ରେଡ୍‌ ଚିଲି ପାଉଡର- ଅଧା ଚା ଚାମଚ
କସ୍ତୁରୀ ମେଥି- ଅଧା ଚା ଚାମଚ
ଗରମ ମସଲା- ଅଧା ଚା ଚାମଚ
ଫ୍ରେଶ୍‌ କ୍ରିମ- ୧ ଚାମଚ
ବଟର- ୧ ଚାମଚ
କାଜୁ ପେଷ୍ଟ- ୨ ଚାମଚ
ତେଲ- ୫୦ ଗ୍ରାମ
କିମା ପିଆଜ- ୧୦୦ ଗ୍ରାମ
ଲୁଣ- ସ୍ବାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନକୁ ଦହି ଓ ମସଲା ସହିତ ମେରିନେଟ୍‌ କରି ତନ୍ଦୁରରେ ରୋଷ୍ଟ କରାଯାଏ। ଏହାପରେ ଏକ ସ୍ବଚ୍ଛ ପାତ୍ରରେ ରଖାଯାଏ। ଅଳ୍ପ ନିଆଁ ଜାଳି ଫ୍ରାଇପ୍ୟାନ୍‌ରେ ୫୦ ଗ୍ରାମ ତେଲ ଦିଆଯାଏ। ଗରମ ତେଲରେ କିମା ଅଦା, ରସୁଣ, ପିଆଜ ଦିଆଯାଇ କିଛି ସମୟ ତାକୁ ଭଲ କରି ଭଜା ଯାଇଥାଏ। ଏହାପରେ ଅଦା, ରସୁଣ ପେଷ୍ଟ ଦେଇ ଚିକେନକୁ ଭଜା ଯାଏ। ତା’ଉପରେ ମସଲା ପକାଯାଇ ଘଣ୍ଟାଯାଇଥାଏ। ଏହାପରେ ହାଲୁକା ପାଣି ଦିଆଯାଏ। ଏହାପରେ କାଜୁ ପେଷ୍ଟ ଓ କିମା ବଟର୍‌ ଦିଆଯାଇ ଆଞ୍ଚକୁ ଅଳ୍ପ ବଢ଼ାଯାଇଥାଏ। ମସଲା ବହଳିଆ ହେବା ପରେ ବଟର, କସ୍ତୁରୀ ମେଥି, ଗରମ ମସଲା ଦିଆଯାଏ। ସ୍ବାଦ ଅନୁଯାୟୀ ଲୁଣ ଦିଆଯାଇଥାଏ। କିଛି ସମୟ ପରେ ଚିକେନ ଅଙ୍ଗାରା ପ୍ରସ୍ତୁତ ହୋଇଥାଏ। ପୂର୍ବରୁ ରଖାଯାଇଥିବା ପାତ୍ରରେ ଅଙ୍ଗାରା ଚିକେନକୁ ରଖାଯାଏ। ପ୍ଲେଟ୍‌ର ଏକ ପାର୍ଶ୍ୱରେ ଲମ୍ବା ଓ ପତଳା କଟା ହୋଇଥିବା କାକୁଡି, ଟମାଟୋ, ମୂଳା ଓ ଗାଜରକୁ ସଜାଯାଇ ଗ୍ରାହକଙ୍କୁ ପରଷା ଯାଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୨୫ ମିନିଟ ସମୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri