ଚିକିସତ୍ା ଲାଗି ଟଁକା ଅଭାବ୍‌: ଭାଏଗ୍‌କେ ଆଦ୍‌ରି ପଡ଼ିରହିଛନ୍‌ ସୂଯର୍‌ୟମଣି

ଟିକ୍ରାପଡା, ୨ ା୭ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ କରମତଲା ପଁଚେତ୍‌ ଅଧୀନ ଭଣ୍ଡାରବାଞ୍ଜି ଗଁାର ସୂର୍ଯ୍ୟମଣି ସୁନାପିରତି(୪୬)। ସେ ଗଲା ୨୦୧୮ ଅକ୍ଟୋବରରେ ଗୁଟେ ବାଇକ ଦୁରଘଟନାର ଶିକାର ହେଲାରୁ ତାକର ନଲଗୁଡ଼ର ହାଡ଼ ଭାଂଗିଗଲା। ଏନ୍‌ତାଥି ପରିବାର ଲୋକ ଧାରଉଧାର କରି ବଲାଙ୍ଗୀରର ଗୁଟେ ଘରୋଇ ଡାକ୍‌ତରଖାନାରେ ଭରତି କଲେ। ସେଠାନେ ସୂର୍ଯ୍ୟମଣିକଁର ଭଂଗା ଗୋଡ୍‌ର ଅପରେଶନ କରି ଷ୍ଟିଲ ରଡ଼ ଖଁଜାଗଲା। ହେଲେ ଏହେଦେ ଗୋଡ୍‌ରୁ ରଡ ବାହାର କରବାର ସମିଆ ୨ ମାସ ଡେଗି ଯାଇଥିଲେ ବି ଟଁକା ପଏସା ଅଭାବୁ ସେ ଘରେ ପଡ଼ିରହିଛନ୍‌।
ସୂଚନା ଅନ୍‌ସାରେ ସୂର୍ଯ୍ୟମଣି ୨୦୧୮ ଅକ୍ଟୋବର ମାସେ ଗୁଟେ ଦୁରଘଟନାର ଶିକାର ହେଇଥିଲେ। ପରିବାର ଲୋକ୍‌ ଚିକିସତ୍ା ଲାଗି ତାହାକୁ ବଲାଙ୍ଗୀର ମୁଖିଆ ଡାକ୍‌ତରଖାନାରେ ଭରତି କଲେ। ହେଲେ ଡାକ୍‌ତର ଇଠାନେ ଚିକିସତ୍ା ସମ୍‌ଭବ ନୁହେ, ବୁର୍ଲା ଯିବାକେ ପଡ଼ବା ବଲି ପରାମଶ ଦେଇଥିଲେ। ହେଲେ ଟଁକା ପଏସା ଅଭାବୁ ସୂର୍ଯ୍ୟମଣି ବୁର୍ଲା ନାଇଁ ଯାଇପାରଲେ। ଶେଷେ ପରିବାର ଲୋକ୍‌ ଲାଗରଲେସର, ବଁଧୁବାଧଁବ୍‌ନୁ ଧାର ଉଧାର କରି ୧୯.୧୦.୨୦୧୮ରେ ବଲାଙ୍ଗୀରର ଗୁଟେ ଘରୋଇ ଡାକ୍‌ତରଖାନାରେ ସୂର୍ଯ୍ୟମଣିକଁର ଭଂଗା ଗୋଡ୍‌ର ଅପରେଶନ କରାଲେ। ସେଠାନେ ତାକର ଗୋଡ଼ରେ ଷ୍ଟିଲ ରଡ ଖଁଜାଗଲା। ହେଲେ ଇତାର ପରେ ଭିନେ ଭିନେ ସମିଆରେ ଡ୍ରେସିଂ ସେ ବଲାଙ୍ଗୀର ଯିବାର ଆଏବାର କଲେ। ଏନ୍‌ତାଥି ଲାଗ୍‌ବରମସ ବଢ଼ବାର ସଂଗେ ଜମିବାଡ଼ି, ସୁନା ଗହନା କରି ପାଖାପାଖି ୭୦ ହଜାର ଟଁକା ଚିକିସତ୍ାରେ ଖରଚ୍‌ କରି ସରବ୍‌ସୁଅଁାତ ହେଇଯାଇଛନ୍‌। ଇଆଡ଼େ ହାଡ଼ ଯୁଡ଼ି ହେବା ବଲି ଗୁଡ଼େ ୮ଟା ଷ୍ଟିଲ ରଡ ଖଁଜା ହେଇଛେ। ଅପରେଶନର ୬ ମାସ ଉତାରୁ ସେ ରଡ ସବୁ ହିଟେଇ ଦେବାର କଥା। ହେଲେ ଟଁକା ପଏସା ଅଭାବୁ ରଡ ହିଟାବାର ଧାଯ୍‌ ସମିଆନୁ ୨ ମାସ ଡେଗିଯାଇଥିଲେ ବି ସୂର୍ଯ୍ୟମଣି ଅପରେଶନ କରେଇ ନାଇଁ ପାରବାର। ଇଥିରଲାଗି ଯିବାର ଆଏବାର, ଚିକିସତ୍ା, ଉଷୋକଷା ବାବ୍‌ଦେ ପାଖାପାଖି ୧୦ ହଜାର ଟଁକା ଖରଚ୍‌ ହେବା। ହେଲେ ସୂର୍ଯ୍ୟମଣି ଅଭାବ ଅନାଟନ ଲାଗି ଟଁକା ଯୁଗାଡ଼ କରି ନାଇଁପାରି ଖଟେ ପଡ଼ିରହିଛନ୍‌। ଏନ୍‌ତାଥି ଘରେ ମାଏକିନା ମିଥିଳା, ୪ ପୁଓ ଆର ଗୁଟେ ବଲି ଝି’ ଦୁଖ୍‌ରେ ଭାଂଗିପଡ଼ିଛନ୍‌। ସୂର୍ଯ୍ୟମଣିକଁର ବଡ଼ ପୁଓ ଭକ୍ତବନ୍ଧୁ(୨୭) ଘରର ଅବସ୍‌ତା ଦେଖି ବାହାର ରାଏଜ୍‌କେ ଦାଦନ ଖଟିଯାଇଥିଲାବେଲେ ଦୁତୀଅ ପୁଓ ପୁଷ୍ପାଞ୍ଚଳ(୧୭) ଗଁାରେ ଲୁକ୍‌କର କୁଲିମଜୁରି ପରିବାର ଚଲଉଛନ୍‌। ଉନିଆ ଦୁଇପୁଓ ବିଶ୍ୱାମିତ୍ର ଆର ନରୋତ୍ତମ ଅଷ୍ଟମ ୮ମ ଆର ୪ର୍ଥ ଶ୍ରେଣୀରେ ପଢ଼ୁଛନ୍‌। ଏନ୍‌ତାଥି ସୂର୍ଯ୍ୟମଣିକଁର ମାଏକିନା ମିଥିଳା ବଡ଼ା ଗୁଲଗୁଲା ହେଇ ସରକାରୀ ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲାପାଲକୁଁ ଗୁହାରି କରିଛନ୍‌। ଇ ଦୁଖି ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ସୂର୍ଯ୍ୟମଣିକୁଁ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri