ଚିକିତ୍ସା ସେବା ଅନୁଧ୍ୟାନ କଲେ ଜିଲାପାଳ

ଅନୁଗୋଳ ଅଫିସ୍‌, ୨୪ା୧

ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ଚିକିତ୍ସା ସେବା ଅନୁଧ୍ୟାନ କରିଛନ୍ତି। ମେଡିକାଲରେ ରୋଗୀଙ୍କୁ କିପରି ସେବା ପ୍ରଦାନ କରାଯାଉଛି ସେ ସମ୍ପର୍କରେ ରୋଗୀଙ୍କ ଠାରୁ ପଚାରି ବୁଝିଛନ୍ତି। ରୋଗୀ ସଂଖ୍ୟା ବଢ଼ୁଥିବାରୁ ଟିକେଟ୍‌ କାଉଣ୍ଟରକୁ ୨ରୁ ୫କୁ ବୃଦ୍ଧି କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଅପରାହ୍ନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଜିଲାପାଳ ମେଡିକାଲର ବିଭିନ୍ନ ଓ୍ବାର୍ଡ ବୁଲିଥିଲେ। ତାଙ୍କ ସହ ସହରର କେତେଜଣ ବ୍ୟକ୍ତି ଓ ଡାକ୍ତର ବିଶ୍ୱଜିତ ସାମଲ ଉପସ୍ଥିତ ଥିଲେ। ଆଉଟ୍‌ ଡୋର ନିକଟରେ ରୋଗୀଙ୍କ ଲମ୍ବାଧାଡ଼ି ଦେଖି ଜିଲାପାଳ କମ୍ପ୍ୟୁଟରାଇଜ୍‌ ପଞ୍ଜୀକରଣ ହେଉଥିବା କାଉଣ୍ଟରକୁ ଯାଇଥିଲେ। ସେଠାରେ ମଧ୍ୟ ବହୁ ସଂଖ୍ୟାରେ ରୋଗୀ ଲାଇନ୍‌ରେ ଠିଆ ହୋଇଥିବାରୁ ଜିଲାପାଳ ବିରକ୍ତି ପ୍ରକାଶ କରିଥିଲେ। ତୁରନ୍ତ ଲୋକଙ୍କୁ ଟିକେଟ୍‌ ପ୍ରଦାନ କରିବାକୁ କାଉଣ୍ଟରରେ ଥିବା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏମ୍‌ଆର୍‌ଆଇ ସମ୍ମୁଖରେ ଜିଲାପାଳ ଛିଡ଼ା ହେବା ସମୟରେ କେତେଜଣ ରୋଗୀଙ୍କ ସହ ଆଲୋଚନା କରିଥିଲେ। ମିଳୁଥିବା ଚିକିତ୍ସା, ଠିକ୍‌ ସମୟରେ ଡାକ୍ତର ଆସୁଛନ୍ତି କି ନାହିଁ, ବାହାରୁ ଔଷଧ କିଣିବାକୁ ପଡ଼ୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ତାମିଲ ବାବୁଙ୍କୁ ଧର…ମୋହନ ସରକାରଙ୍କୁ କାହିଁକି ଏମିତି କହିଲେ ରଣେନ୍ଦ୍ର

ଭୁବନେଶ୍ୱର,୧୦।୧୨(ରବି ନାରାୟଣ ଜେନା):ନିର୍ବାଚନ ବେଳେ ତାମିଲ ବାବୁ ଚାବି ନେଇଗଲେ ବୋଲି କହୁଥିଲ। ଏବେ ତାମିଲ ବାବୁଙ୍କୁ ଧର ବୋଲି ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri