ଚିକିତ୍ସା ଲାଗି ଟଁକା ବାଧକ୍‌: ଗୁରୁତର ହେଉଛେ ସ୍ବାଧୀନର ଅବସ୍‌ତା

ବିନିକା,୧୫ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ମହଦା ଗଁାର ଶ୍ରୀରାମ ନଗର ପଡ଼ାର ଉତ୍ତମ ବିଶ୍ୱାଳକଁର ପୁଓ ସ୍ବାଧୀନ ବିଶ୍ୱାଳ(୪)। ସେ ଜନମ ବେଲେ ଠିକ୍‌ଠାକ୍‌ ଥିଲେ। ହେଲେ କେହେନ୍‌ସି କାରନ୍‌ରୁ ତାକର ମେରୁହାଡ଼ରେ ଅସବିଧା ଦେଖାଦେଇ ଦିନୁଦିନ୍‌କେ ଗୋଡ଼ହାତ୍‌ ସଁପୁର ହେଇବସଲା। ଏନ୍‌ତାଥି ମା’ବାପ୍‌ ଘରେ ଯାହାଥିଲ ବିକାଭଂଗା, ଧାର ଉଧାର କରି ପୁଓର ଚିକିସତ୍ାକରି ନିରାଶ ହେଲେ। ଏହେଦେ ଟଁକା ପଏସା ଅଭାବୁ ପୁଓର ଚିକିସତ୍ା ନାଇଁ କରେଇପାରି ଘରେ ପକେଇ ରଖିଛନ୍‌।  ଅବସ୍‌ତା ଏନ୍‌ତା ଯେ ସ୍ବାଧୀନକେ ଉଷୋକଷା ବି ଘିନି ଦେଇ ନାଇଁପାରବାର।

ସୂଚନା ଅନ୍‌ସାରେ ବିନିକା ବ୍ଲକ ମହଦା ଗଁାର ଶ୍ରୀରାମ ନଗରର ଉତ୍ତମ ବିଶ୍ୱାଳ। ସେ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ କୁଲି ମଜୁରି କରି କୁଟୁମ ପୁଷୁଛନ୍‌। ସଁପତି କହେଲେ ଝାଟିମାଟିର ୨ ବଖରା ଘର। ତାକର ପରିବାର କହେଲେ ମାଏକିନା ଜନତା ବିଶ୍ୱାଳ(୨୮) ଆର ଗୁଟେ ବଲି ପୁଓ ସ୍ବାଧୀନକେ ନେଇ ସଁସାର। ପରିବାରଟା ଗରିବ୍‌ ସୀମାରେଖା ତଲେ ଥିଲେ ବି ସବୁପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌। ଉତ୍ତମ କୁଲି ମଜୁରି କରି ଯାହା କମଉଥିଲେ ସେଥ୍‌ରେ ପରିବାରଟା ହସ୍‌ଖୁସିରେ ଚଲିଯାଉଥିଲେ। ଏନ୍‌ତାଥି ୪ ବଛର ତଲେ ପୁଓ ସ୍ବାଧୀନ ଜନମ ହେଇଥିଲେ। ପରିବାରରେ ଖୁସିର ଲହର ଖେଲିଯାଇଥିଲା। ହେଲେ ପଛେ ସ୍ବାଧୀନର ବଏସ୍‌ ବଢ଼ବାର ସଂଗେ ହାତ୍‌ଗୋଡ଼ ନାଇଁ ବଢ଼ଲା, ସେ ସବୁବେଲେ କଁଦାକଟା କଲେ। ଗରିବ୍‌ ମା’ବାପ୍‌ ପୁଓର ଚିକିସତ୍ା ଲାଗି ସୁବର୍ଣ୍ଣପୁର ଜିଲା ମୁଖିଆ ଡାକ୍‌ତରଖାନାନୁ ମୂଲ କରି ବୁର୍ଲା ବଡ଼ ଡାକ୍‌ତରଖାନା ଆର ଶେଷେ ବିଶାଖାପାଟଣା ନେଇଥିଲେ। ସେଠାନେ ସ୍ବାଧୀନର ମେରୁହାଡ଼ରେ ଅସ୍‌ବିଧା ଥିବାର ଜନାପଡ଼ିଥିଲା। ଗରିବ୍‌ ମା’ବାପ୍‌ ଘରର ଜିନିଷପାତି ବିକାଭଂଗା, ଧାର ଉଧାର କରି ପୁଓର ଚିକିସତ୍ା କରି ସରବ୍‌ସୁଅଁାତ୍‌ ହେଇଗଲେ। ହେଲେ କିଛି ଲାଭ ନାଇଁହେଲା। ଏହେଦେ ମା’ବାପ୍‌ ଟଁକା ପଏସା ଅଭାବୁ ପୁଓର ଚିକିସତ୍ା କରେଇ ନାଇଁପାରବାର। ଇଆଡ଼େ ପୁଓର ଉଷୋକଷା ବାବ୍‌ଦେ ମାସିକ ୧୫ ହଜାର ଟଁକା ଖରଚ୍‌ ଲାଗୁଛେ। ମା’ବାପ୍‌ ସଖାଲ ପାଏଲେ ବାହା ଜାଂଗଲ ମାଜଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ପୁଓର ଉଷୋକଷା ବାବ୍‌ଦେ ମାସିକ ୧୫ ହଜାର ଟଁକା ଚିନ୍‌ତା ବି କରି ନାଇଁପାରବାର। ଏହେଦେ ଦୁଇ ମାଏଝି ମୁନୁଷ ଗୁଟେବଲି ପୁଓର ଅବସ୍‌ତା ଦେଖି ହରମେଶା ଅଁାଖିରୁ ଲହ ଝରଉଛନ୍‌। କାଣା କରବେ, କାହାକେ କହେବେ, କିଏ ପୁଓର ଚିକିସତ୍ା ଲାଗି ସାହାଯ୍‌ କରବା ଭାବି ଭାବି ଦିନ୍‌ ରାଏତ୍‌ ନାଇଁ ଶୁଇବାର। ଯେନ୍‌ ବଏସେ ସ୍ବାଧୀନ ଖେଲାବୁଲା କରବାର କଥା ସେ ସମିଆରେ ସବୁବେଲେ ଖଟେ ପଡ଼ିରହିଛନ୍‌। ଶେଷେ ଇ ଗରିବ୍‌ ମା’ବାପ୍‌ ଗଣମାଧ୍ୟମ ଜରିଆରେ ପୁଓର ଚିକିସତ୍ା ସାହାଯ୍‌ ଲାଗି ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗକେ ଗୁହାରି କରିଛନ୍‌। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ପ୍ରଭାସ ପଧାନକୁଁ ପଚରାଲାରୁ ମୋର ପାସେ ଇ ବାବ୍‌ଦେ ଖବର ନାଇଁଥାଇ। ଘଟନାର ତଦଁତ୍‌ କରି ସରକାରୀ ହିସାବେ ଯେନ୍‌ଟା ହେବା ଚିକିସତ୍ା ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri