ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ: ନର୍ସିଂହୋମ୍‌ରେ ଉତ୍ତେଜନା, ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୨୮।୧୧: ବୁଧବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ପରେ ମୃତ୍ୟୁକୁ ନେଇ ସହରର ଏକ ଘରୋଇ ନର୍ସିଂହୋମରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଭଣ୍ଡାରିପୋଖରୀ ଦକ୍ଷିଣବଡ଼ ଅଞ୍ଚଳର ସ୍ବର୍ଣ୍ଣଲତା ମହାପାତ୍ରଙ୍କ ସନ୍ତାନସନ୍ତତି ହେଉ ନ ଥିବାରୁ ତାଙ୍କୁ ଉକ୍ତ ନର୍ସିଂହୋମ୍‌ରେ ବୁଧବାର ଭର୍ତ୍ତି କରାଯାଇ ରାତିରେ ଅସ୍ତ୍ରୋପଚାର କରାଯାଉଥିଲା। ମାତ୍ର ଅସ୍ତ୍ରୋପଚାର ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ରୋଗୀଙ୍କ ସମ୍ପର୍କୀୟ ହୋ-ହଲ୍ଲା କରିବା ସହ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରିଥିଲେ। ଗୁରୁବାର ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।