ଚିକିତ୍ସାରେ ଅବହେଳା ଅଭିଯୋଗ

ବାଲେଶ୍ୱର ଅଫିସ,୭।୨: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ପଦ୍ମପୁର ଗ୍ରାମର ଜଣେ ରୋଗୀଙ୍କୁ ଅପରେଶନ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ରୋଗୀଙ୍କୁ ନିଶ୍ଚେତକ ଦେଇ ଦୀର୍ଘ ସମୟ ଯାଏ ଡାକ୍ତର କିମ୍ବା ନର୍ସ କେହି ଦେଖାଦେଲେ ନାହିଁ। ଫଳରେ ରୋଗୀଙ୍କ ପରିବାର ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଗୁରୁବାର ସନ୍ଧ୍ୟାରେ ବାଲେଶ୍ବର ସହର କୁରୁସ୍ଥିତ ଏକ ବେସରକାରୀ ହସ୍ପିଟାଲ ପରିସରରେ ଏପରି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ରୋଗୀ ଜଣକ ହେଲେ ଚାନ୍ଦିପୁର ଥାନା ପଦ୍ମପୁର ଗ୍ରାମର ହେମ ବେହେରାଙ୍କ ପୁଅ ଗୌତମ। ଗୁରୁବାର ଅପରାହ୍ନରେ ଅପରେଶନ ପାଇଁ ତାଙ୍କୁ ନିଶ୍ଚେତକ ଦିଆଯାଇଥିଲା। ଡାକ୍ତର ନିଶ୍ଚେତକ ଦେବା ପରେ ରୋଗୀଙ୍କୁ ଚାଲିଯିବାକୁ କହିଥିବା ଅଭିଯୋଗ ହୋଇଥିଲା।